ବାତ୍ୟା ‘ବୁଲ୍‌ବୁଲ୍‌’ ପାଇଁ ହାଇ ଆଲର୍ଟ: ଓଡ଼ିଶା, ବେଙ୍ଗଲ ପାଇଁ ୩୫ ଏନ୍‌ଡିଆରଏଫ୍‌ ଟିମ୍‌


ନୂଆଦିଲ୍ଲୀ/ଭୁବନେଶ୍ବର: ବାତ୍ୟା ‘ବୁଲ୍‌ବୁଲ୍‌’ର ପ୍ରଭାବ ଓଡ଼ିଶା ଓ ବେଙ୍ଗଲ ଉପରେ ରହିବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର (ଆଇଏମ୍‌ଡି) ସ୍ପଷ୍ଟ କରିବା ପରେ ମୁକାବିଲା ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କ୍ଷୟକ୍ଷତି ରୋକିବା ପାଇଁ କେନ୍ଦ୍ର ସରକାର ଓଡ଼ିଶା ଓ ବେଙ୍ଗଲ ପାଇଁ ମୋଟ୍‌ ୩୫ଟି ଏନ୍‌ଡିଆରଏଫ୍‌ ଟିମ୍‌ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ଓ ବେଙ୍ଗଲକୁ ୧୭ଟି ଲେଖାଏଁ ଏନ୍‌ଡିଆରଏଫ୍‌ ଟମ୍‌ ପଠାଇବାକୁ ନିଷ୍ପତ୍ତି ହୋଇଛି। ୮ ତାରିଖରୁ ବର୍ଷା ଆରମ୍ଭ ହେବାକୁ ଥିଲା ବେଳେ ୯ ତାରିଖରୁ ପବନ ବହିବ ବୋଲି କୁହାଯାଇଛି।

ଉତ୍ତର ଓଡ଼ିଶା ଓ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବାତ୍ୟା ‘ବୁଲ୍‌ବୁଲ୍‌’ର ପ୍ରଭାବ ପଡ଼ିବ। ଏଥିପାଇଁ ରାଜ୍ୟ ସରକାର ମଧ୍ୟ ପ୍ରତୀକାତ୍ମକ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ବେଶୀ ପ୍ରଭାବିତ ହେବ ବୋଲି ଆଶଙ୍କା କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଓ ଶନିବାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ବାଲେଶ୍ବର ଜିଲ୍ଲାରେ ମଧ୍ୟ ସ୍ଥିତିକୁ ଦେଖି ଶୁକ୍ରବାର ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଏହାବାଦ୍‌ ଭଦ୍ରକ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଓ ନୂଆପଡ଼ା ଜିଲ୍ଲାରେ ମଧ୍ୟ ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ଦୁଇ ଦିନ ଧରି ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ତେଣୁ ଏସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏସ୍‌ଆରସି ପ୍ରସ୍ତୁତ ରହିବା ପାଇଁ ପରାମର୍ଶ ଦେଇଥିବା ଦେଖିବାକୁ ମିଳିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ