ବଢ଼ୁଛି ଡାର୍କ ଟୁରିଜିମ୍‌ର କ୍ରେଜ୍‌


ଭାରତୀୟ ସ୍ବାଧୀନତା ସଂଗ୍ରାମର କାହାଣୀ ପ୍ରଦର୍ଶିତ କରୁଛି ଜାଲିଆନୱାଲା ବାଗ୍‌
ବୁଲିବା କଥା ଉଠିଲେ, ସମସ୍ତେ ନୂଆ ନୂଆ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ପସନ୍ଦ କରନ୍ତି। ଛୁଟିରେ ବୁଲିଯିବାକୁ ଯୋଜନା କରିବାବେଳେ ଏକ ୱିଶ୍‌ ଲିଷ୍ଟ ପ୍ରସ୍ତୁତ କରାଯାଇଥାଏ। କିନ୍ତୁ ଆଜିକାଲି ଭାରତୀୟ ପର୍ଯ୍ୟଟକଙ୍କ ପସନ୍ଦ ବଦଳିବାରେ ଲାଗିଛି। ଟୁରିଜିମ୍‌ ରିପୋର୍ଟରୁ ଏହା ଜଣାପଡ଼ିଛି ଯେ ପର୍ଯ୍ୟଟନସ୍ଥଳୀକୁ ନେଇ ଲୋକଙ୍କ ଚିନ୍ତାଧାରା ବଦଳୁଛି। କୌଣସି ଆକର୍ଷକ ଓ ଆଡଭେଞ୍ଚର ସ୍ଥାନ ଯିବା ବଦଳରେ ଲୋକେ ଡାର୍କ ଟୁରିଜିମ୍‌ ପ୍ରତି ଆକର୍ଷିତ ହେବାରେ ଲାଗିଛନ୍ତି। କୌଣସି ବଡ଼ ଟ୍ରାଜେଡି, ଯୁଦ୍ଧ କିମ୍ବା ଆକ୍ରମଣ ସହିତ ଜଡ଼ିତ ଦେଶ ବିଦେଶର ଐତିହାସିକ ସ୍ଥାନ ‘ଡାର୍କ ଟୁରିଜିମ୍‌’ ମଧ୍ୟରେ ଆସିଥାଏ। ଏଠାରେ ଏଭଳି କେତେକ ଡାର୍କ ଟୁରିଜିମ୍‌ ସ୍ଥାନ ସମ୍ପର୍କରେ ସୂଚନା ଦିଆଯାଇଛି, ଯେଉଁଠିକୁ ଅଧିକାଂଶ ଭାରତୀୟ ବୁଲିବାକୁ ଯାଉଛନ୍ତି।

ଜାଲିଆନୱାଲା ବାଗ୍‌
ଅମୃତସରର ଜାଲିଆନୱାଲା ବାଗ୍‌ ଭାରତୀୟ ସ୍ବାଧୀନତା ସଂଗ୍ରାମର କାହାଣୀ ପ୍ରଦର୍ଶିତ କରିଥାଏ। ଏହି ଜାଲିଆନୱାଲା ବାଗ୍‌ର କାନ୍ଥ ବ୍ରିଟିଶ୍‌ ରାଜ୍‌ର ଅତ୍ୟାଚାର ବୟାନ କରୁଛି। ଇତିହାସରେ ରୁଚି ରଖୁଥିବା ପର୍ଯ୍ୟଟକ ଏଠାକୁ ବୁଲି ଯାଇଥାନ୍ତି।

ଗୁଜରି ମହଲ ମ୍ୟୁଜିଅମ
ଗ୍ବାଲିଅରର ଗୁଜରି ମହଲ ମ୍ୟୁଜିଅମ୍‌ର ବିଶେଷତ୍ବ ହେଉଛି ଏଠାରେ ଥିବା କାଂସ୍ୟ ପ୍ରତିମୂର୍ତ୍ତି, ଶିଳାଲେଖ ଓ କଏନ୍‌। କିନ୍ତୁ ଏହି ମ୍ୟୁଜିଅମ୍‌ ପଛରେ ଏକ ବହୁତ ବଡ଼ ପରିସର ରହିଛି, ଯେଉଁଠି ବ୍ରିଟିଶ ଅଧିକାରୀଙ୍କ କବ୍ରସ୍ତାନ ରହିଛି। ଏହି କବ୍ରସ୍ତାନ ୧୮୮୭ ମସିହାର। ଏଠାରେ ଯୁଦ୍ଧରେ ମୃତ୍ୟୁବରଣ କରିଥିବା ଇଂରେଜମାନଙ୍କୁ ପୋତା ଯାଉଥିଲା। ଏହାକୁ ଦେଖିବା ଲାଗି ବିଦେଶରୁ ଅନେକ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି। 

ଝାନ୍‌ସୀ ଦୁର୍ଗ
ଝାନ୍‌ସୀ ରାଣୀ ଲକ୍ଷ୍ମୀବାଈଙ୍କ ଏହି ଦୁର୍ଗ ଏକ ପାହାଡ଼ ଉପରେ ଅବସ୍ଥିତ। ଏହାକୁ ବୁନ୍ଦେଲଖଣ୍ଡର କଳାକୃତି ପାଇଁ ମଧ୍ୟ ଜଣାଯାଏ। ଅଧିକାଂଶ ପର୍ଯ୍ୟଟକ ଏଠାକୁ ରାଣୀ ଲକ୍ଷ୍ମୀବାଈଙ୍କ ସମ୍ପର୍କରେ ଜାଣିବା ପାଇଁ ଆସିଥାନ୍ତି। ଇଂରେଜମାନଙ୍କ ସହ ଲଢ଼େଇ କରିବାବେଳେ ରାଣୀ ଲକ୍ଷ୍ମୀବାଈ ଶହୀଦ ହୋଇଯାଇଥିଲେ।

ସେଣ୍ଟ ସେବାଷ୍ଟିଆନ୍‌ ଚର୍ଚ୍ଚ
ବିଦେଶରେ କମ୍‌ ବଜେଟ୍‌ରେ ଟ୍ରିପ୍‌ କରିବା ପାଇଁ ଶ୍ରୀଲଙ୍କା ସବୁବେଳେ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଛି। ୨୦୧୯ ଇଷ୍ଟର ଅବସରରେ ହୋଇଥିବା ବମ୍‌ ଧମାକା ପରେ ଏହି ଦେଶ ପୂରା ଦୋହଲି ଯାଇଥିଲା। ଏବେ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସି ବମ୍‌ ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।

ୱାର୍ଲ୍ଡ ଟ୍ରେଡ୍‌ ସେଣ୍ଟର
ଆତଙ୍କବାଦୀ ଆକ୍ରମଣ ପରେ ନ୍ୟୁୟର୍କର ୱାଲ୍ଡ ଟ୍ରେଡ୍‌ ସେଣ୍ଟରକୁ ଆମେରିକା ସରକାର ଡାର୍କ ଟୁରିଜିମ୍‌ ଭାବେ ବିକଶିତ କରିଛି। ପର୍ଯ୍ୟଟକ ଏଠାକୁ ଆସି ଆକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ମନେପକାଇ ଫୁଲ ଚଢ଼ାଉଛନ୍ତି।

ଅଶ୍‌ୱିତ୍‌ସ୍‌ କନ୍‌ସଟ୍ରେସନ୍‌ କ୍ୟାମ୍ପ
ପୋଲାଣ୍ଡର ଅଶ୍‌ୱିତ୍‌ସ୍‌ କନ୍‌ସଟ୍ରେସନ୍‌ କ୍ୟାମ୍ପ ପର୍ଯ୍ୟଟକଙ୍କୁ ବହୁତ ମାତ୍ରାରେ ଆକର୍ଷିତ କରୁଛି। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଏଠାରେ ସବୁଠାରୁ ବଡ଼ ଏକାଗ୍ରତା ଶିବିର ନିର୍ମାଣ କରାଯାଇଥିଲା। ଏଠାରେ ଶହ ଶହ ଲୋକଙ୍କୁ ରଖାଯାଇଥିଲା।

ଟୁଓଲ୍‌ ସ୍ଲେଙ୍ଗ ମ୍ୟୁଜିଅମ୍‌

ଏହି ନରସଂହାର ସଂଗ୍ରହାଳୟରୁ କାମ୍ବୋଡ଼ିଆର ଇତିହାସ ସମ୍ପର୍କରେ ଜଣାଯାଏ। ଏଠାର କ୍ରୁର ଶାସକ ଅନେକ ଲୋକଙ୍କୁ ହତ୍ୟା କରିଥିଲେ। ଏଠାରେ ହତ୍ୟା କରାଯାଇଥିବା ଲୋକଙ୍କ ଖପୁରୀ ଗୋଟିଏ ସ୍ଥାନରେ ରଖାଯାଇଛି। ଏହି ମ୍ୟୁଜିଅମ୍‌ ଦେଖିବା ଲାଗି ଅନେକ ସଂଖ୍ୟକ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ