ଚୟନ କରନ୍ତୁ ଷ୍ଟାଇଲିଶ୍‌ ଓ ଆରାମଦାୟକ ବଟମ୍‌ ୱିଅର


ଗତ କିଛି ବର୍ଷ ହେଲାଣି ବଟମ୍‌ ୱିଅର ସହିତ ଅନେକ କିଛି ପରୀକ୍ଷାନୀରିକ୍ଷା କରାଯାଇଛି। ପୂର୍ବରୁ ଭାରତୀୟ ପୋଷାକରେ କେବଳ ସାଲୱାର କିମ୍ବା ଚୁଡ଼ିଦାର ଭଳି ବିକଳ୍ପ ଥିଲା। କିନ୍ତୁ ଏବେ କୁର୍ତ୍ତା ସହିତ ପିନ୍ଧିବା ଲାଗି ଅନେକ ଗୁଡ଼ିଏ ବଟମ୍‌ ୱିଅର ମଧ୍ୟ ବଜାରରେ ମିଳୁଛି। ଏହାକୁ ଟପ୍‌ସ କିମ୍ବା କୁର୍ତ୍ତା ସହିତ ଟିମ୍‌ ଅପ୍‌ କରି ପିନ୍ଧା ଯାଇଥାଏ। ଏଠାରେ ଏଭଳି କେତେକ ବଟ୍‌ମ ୱିଅର ସମ୍ପର୍କରେ କୁହାଯାଇଛି, ଯାହାକୁ ପିନ୍ଧି ଆପଣ ଷ୍ଟାଇଲିଶ୍‌ ଓ ଫ୍ୟାଶନେବଲ ଦେଖାଯିବେ। ଏହା ପିନ୍ଧିବାକୁ ଆରାମଦାୟକ ମଧ୍ୟ।

ଧୋତି ପ୍ୟାଣ୍ଟ
ଏବେ ଧୋତି ପ୍ୟାଣ୍ଟ ଫ୍ୟାଶନ୍‌ କମ୍‌ ନଜର ଆସୁଛି। କିନ୍ତୁ ଯଦି ଏହା ଆପଣଙ୍କ ୱାଡରୋବରେ ଧୋତି ପ୍ୟାଣ୍ଟ ରହିଛି, ତେବେ ଏହାକୁ ମିକ୍ସ ଏଣ୍ଡ ମ୍ୟାଚ୍‌ କରି ପିନ୍ଧିପାରିବେ। ଏହା ଆପଣଙ୍କୁ ଏକ ଷ୍ଟାଇଲିଶ୍‌ ଲୁକ୍‌ ଦେବ। ଧୋତି ପ୍ୟାଣ୍ଟ ସହିତ ଭଲ ଭାବେ ଫିଟିଂ ହେଉଥିବା ଟପ୍‌ସ କିମ୍ବା କୁର୍ତ୍ତା ପିନ୍ଧି ପାରିବେ। ପାର୍ଟିରେ ନିଆରା ଓ ଷ୍ଟାଇଲିଶ୍‌ ଲୁକ୍‌ ପାଇବା ପାଇଁ ଡିଜାଇନର ଧୋତି ପ୍ୟାଣ୍ଟ କିଣନ୍ତୁ। ଯାହା ଉପରେ ଏମ୍ବ୍ରୋଡୋରୀ କିମ୍ବା ଗୋଟା ୱାର୍କ ରହିଥିବ। କାଜୁ୍ଆଲ ଲୁକ୍‌ ପାଇଁ ପ୍ଲେନ୍‌ ଧୋତି ପ୍ୟାଣ୍ଟ ପିନ୍ଧନ୍ତୁ। ଇଣ୍ଡୋ ୱେଷ୍ଟର୍ଣ୍ଣ ଲୁକ୍‌ ପାଇଁ ଏହାକୁ ସ୍ପେଗେଟ୍ଟି କିମ୍ବା ଡେନିମ୍‌ ଜ୍ୟାକେଟ୍‌ ସହିତ ଟିମ୍‌ଅପ୍‌ କରି ପିନ୍ଧି ପାରିବେ।

ପଟିଆଲା ପ୍ୟାଣ୍ଟ
ପଟିଆଲା ପ୍ୟାଣ୍ଟର ଆରମ୍ଭ ପଞ୍ଜାବରୁ ହୋଇଥିଲା, କିନ୍ତୁ ଏହାର ଆରାମଦାୟକ ଓ ଷ୍ଟାଇଲିଶ୍‌ ଲୁକ୍‌ ପାଇଁ ଏହା ଅନ୍ୟ ସ୍ଥାନରେ ମଧ୍ୟ ପସନ୍ଦ କରାଯାଇଥିଲା। ପାଖାପାଖି ୪ ମିଟର କପଡ଼ାରେ ପ୍ଲିଟସ୍‌ ଦେଇ ତିଆରି କଲେ ଏହାର ଉପଯୁକ୍ତ ଲୁକ୍‌ ମିଳିଥାଏ। ଯଦି ଆପଣଙ୍କୁ ପଟିଆଲା ପ୍ୟାଣ୍ଟ ଅଧିକ ଭାରୀ ଲାଗୁଛି, ତେବେ ସେମିପଟିଆଲା ପ୍ୟାଣ୍ଟ ତିଆରି କରନ୍ତୁ। ଏଥିରେ କମ୍‌ ପ୍ଲିଟ୍‌ ପଡ଼ିଥାଏ। ଏହା ସହିତ ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବ କିମ୍ବା ଛୋଟ କୁର୍ତ୍ତା ପିନ୍ଧନ୍ତୁ। ୱେଷ୍ଟର୍ଣ୍ଣ ଲୁକ୍‌ ପାଇଁ ଏହା ସହିତ ଟି’ ଶାର୍ଟ କିମ୍ବା କୁର୍ତ୍ତି ଟପ୍‌ ପିନ୍ଧି ପାରିବେ। ପାର୍ଟିରେ ସିଲ୍କ କିମ୍ବା ପଟିଆଲା ପ୍ୟାଣ୍ଟ ସହିତ ବ୍ରୋକେଡ୍‌ ଫ୍ୟାବ୍ରିକ୍‌ର ଶର୍ଟ କୁର୍ତ୍ତା କିମ୍ବା ଜ୍ୟାକେଟ୍‌ ପିନ୍ଧି ପାରିବେ।

ଗରାରା
ଫ୍ୟାଶନ୍‌ ଦୁନିଆରେ ଏବେ ଗରାରା ଶରାରାର ଟ୍ରେଣ୍ଡ ଖୁବ୍‌ ଚାଲିଛି। ଗରାରାର ଘେର ବହୁତ ଥାଏ, ଯେଉଁଥିରେ ଆଣ୍ଠୁ ପାଖରୁ ପ୍ଲିଟସ୍‌ ତିଆରି କରାଯାଏ। ଏହା ବହୁତ ଷ୍ଟାଇଲିଶ୍‌ ଦେଖାଯାଏ। ଏହାକୁ ଶର୍ଟ କୁର୍ତ୍ତା, ଷ୍ଟାଇଲିଶ୍‌ ବ୍ଲାଉଜ୍‌ କିମ୍ବା ଜ୍ୟାକେଟ୍‌ ସହିତ ଟିମ୍‌ ଅପ୍‌ କରି ପିନ୍ଧିପାରିବେ। ଏହାକୁ ପିନ୍ଧି କୌଣସି ପାର୍ଟିରେ ଯୋଗ ଦେଲେ ଆପଣଙ୍କ ଆଡ଼କୁ ସମସ୍ତେ ଆକର୍ଷିତ ହୋଇଯିବେ। ଗରାରା ପାର୍ଟି ଡ୍ରେସ୍‌ ହୋଇଥିବାରୁ ଏହାକୁ ସିଲ୍କ, ନେଟ୍‌, ସାଟିନ୍‌, ବ୍ରୋକେଡ୍‌ ଭଳି ଫ୍ୟାବ୍ରିକ୍‌ରେ ତିଆରି କରନ୍ତୁ। ଗରାରାରେ ମୁଖ୍ୟତଃ ଡିଜାଇନ୍‌ ଆଣ୍ଠୁ ତଳକୁ ଆରମ୍ଭ ହୋଇଥାଏ। ତେଣୁ ଏହା ସହିତ କମ୍‌ ଲମ୍ବାର କୁର୍ତ୍ତା ପିନ୍ଧନ୍ତୁ।

ୱାଇଡ୍‌ ଲେଗ୍‌ ପ୍ୟାଣ୍ଟ
ୱାଇଲ୍ଡ ଲେଗ୍‌ ପ୍ୟାଣ୍ଟର ନିମ୍ନ ଭାଗ ଚଉଡ଼ା ଓ ଉପର ପାର୍ଶ୍ବ ଫିଟିଂ ରହିଥାଏ। କିନ୍ତୁ ଏହା ପାଲାଜୋ ପ୍ୟାଣ୍ଟଠାରୁ ଭିନ୍ନ ଅଟେ। ପାଲାଜୋ ପ୍ୟାଣ୍ଟରେ ଉପରୁ ନିମ୍ନ ଭାଗ ଯାଏ ପାଖାପାଖି ଚଉଡ଼ା ସମାନ ଥାଏ। କିନ୍ତୁ ୱାଇଡ୍‌ ଲେଗ୍‌ ପ୍ୟାଣ୍ଟର ଉପରି ଭାଗ ଫିଟିଙ୍ଗ ଥାଏ। ଅଧିକ ଉଚ୍ଚତାଯୁକ୍ତ ଯୁବତୀଙ୍କୁ ଏହି ପ୍ୟାଣ୍ଟ ଅଧିକ ମାନିବ। ଏହି ପ୍ୟାଣ୍ଟ ସହିତ ହିଲ୍‌ ପିନ୍ଧନ୍ତୁ। ପ୍ୟାଣ୍ଟର ଲମ୍ବା ଏତେ ହେବା ଉଚିତ ଯାହା ଫଳରେ ଫୁଟ୍‌ ୱିଅର ଘୋଡ଼ାଇ ହୋଇଯାଉଥିବ। ଏହା ସହିତ ଭଲ ଭାବେ ଫିଟିଙ୍ଗ ହେଉଥିବା ଟପ୍‌, ଟି’ ଶାର୍ଟ କିମ୍ବା କୁର୍ତ୍ତା ପିନ୍ଧନ୍ତୁ। ଢିଲା କୁର୍ତ୍ତା ୱାଇଡ୍‌ ଲେଗ୍‌ ପ୍ୟାଣ୍ଟର ଲୁକ୍‌କୁ ବିଗାଡ଼ି ଦେବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ