କଳାଧନ ରୋକିବାକୁ ଖୁବ୍‌ଶୀଘ୍ର ଆସିବ ସ୍ବର୍ଣ୍ଣ କ୍ଷମା ଯୋଜନା


ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ଏନ୍‌ଡିଏ ସରକାର କଳା ଧନ ରୋକିବା ପାଇଁ ଗତ ୨୦୧୬ ନଭେମ୍ବର ୮ ତାରିଖରେ ଅଚାନକ ୫ ଶହ ଓ ହଜାରେ ଟଙ୍କିଆ ନୋଟ୍‌ ଉପରେ କଟକଣା ଲଗାଇଥିଲା। ଏବେ କେନ୍ଦ୍ର ସରକାର କଳା ଧନ ରୋକିବା ସକାଶେ ଆଉ ଏକ ଯୋଜନା ଲାଗୁ କରିବା ଉପରେ ବିଚାରବିମର୍ଶ କରୁଛି। ଏହି ଯୋଜନାଟି ହେଲା ସ୍ବର୍ଣ୍ଣ କ୍ଷମା ଯୋଜନା। ଏହି ଯୋଜନାରେ ଯେଉଁମାନେ କଳା ଧନକୁ ଧଳା କରିବା ସକାଶେ ବିନା ରସିଦ୍‌ରେ ମୋଟା ଆକାରର ସୁନା କିଣିଛନ୍ତି, ସେମାନେ ଏ ସମ୍ପର୍କରେ ସରକାରଙ୍କୁ ଅବଗତ କରାଇବେ ଓ ସରକାରଙ୍କ ଦ୍ବାରା ଧାର୍ଯ୍ୟ ଟିକସ ଦେଇ ସେମାନେ ନିଜର ଏହି ସୁନାକୁ ନିଜର ବୋଲି ଆଇନତଃ ସିଦ୍ଧ କରିପାରିବେ। ଅର୍ଥନୈତିକ ବ୍ୟାପାର ଓ ରାଜସ୍ବ ବିଭାଗ ପକ୍ଷରୁ ମିଳିତ ଭାବେ ଏନେଇ ପ୍ରସ୍ତାବ ପ୍ରସ୍ତୁତି ଚାଲିଛି। କେନ୍ଦ୍ର କ୍ୟାବିନେଟ୍‌ ଖୁବ୍‌ଶୀଘ୍ର ଏହି ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିବ ବୋଲି ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ପୂର୍ବରୁ କେନ୍ଦ୍ର ସରକାର ଆୟ ବହିର୍ଭୂତ ସମ୍ପତ୍ତିକୁ ଆଇନତଃ ସିଦ୍ଧ କରିବା ସକାଶେ କ୍ଷମା ଯୋଜନା ଲାଗୁ କରିଛନ୍ତି। ନିଜର କଳା ଧନକୁ ଧଳା କରିବା ପାଇଁ ଶିଳ୍ପପତି କିମ୍ବା ବ୍ୟବସାୟୀମାନେ ଏନେଇ ସରକାରଙ୍କୁ ସୂଚନା ଦେବେ ଓ ନିର୍ଦ୍ଦିଷ୍ଟ ପରିମାଣର ଟିକସ ପଇଠ କରି କୌଣସି ପ୍ରକାର ଆଇନଗତ କାର୍ଯ୍ୟାନୁଷ୍ଠାନରୁ ନିଜକୁ ରକ୍ଷା କରିପାରିବେ। ଆଗାମୀ ଦିନରେ କେନ୍ଦ୍ର ସରକାର ସ୍ବର୍ଣ୍ଣ କ୍ଷମା ଯୋଜନା ଲାଗୁ କଲେ, ଏହାଦ୍ବାରା ଅନେକ ଲୋକଙ୍କୁ ଫାଇଦା ମିଳିବ ବୋଲି ଆଶା କରାଯାଉଛି। ଯେଉଁମାନେ ବିନା ବିଲ୍‌ରେ ମୋଟା ଆକାରର ସୁନା କିଣିଛନ୍ତି, ସେମାନେ ଯଦି ସ୍ବର୍ଣ୍ଣ କ୍ଷମା ଯୋଜନାରେ ସାମିଲ୍‌ ନ ହୁଅନ୍ତି, ତା’ହେଲେ ପରବର୍ତ୍ତୀ ସମୟରେ ସେମାନଙ୍କୁ ବେଶ୍‌ ମୋଟା ଅଙ୍କର ଜରିମାନା ମଧ୍ୟ ପଇଠ କରିବାକୁ ପଡ଼ିବ। ସେହିପରି କେନ୍ଦ୍ର ସରକାର ଆଗାମୀ ଦିନରେ ବିଭିନ୍ନ ମଠ ଓ ମନ୍ଦିରରେ ରହିଥିବା ସୁନାକୁ ଉତ୍ପାଦକ ନିବେଶ (ପ୍ରଡକ୍ଟିଭ୍‌ ଇନ୍‌ଭେଷ୍ଟମେଣ୍ଟ୍‌) ଭାବେ ଉପଯୋଗ କରିବା ନେଇ ମଧ୍ୟ ଘୋଷଣା କରିବାର ସମ୍ଭାବନା ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ