ଭାରତରେ ଖନେଇ ହୁଅନ୍ତି କୋଟିଏ, ଜାଣନ୍ତୁ ଏହାର ଉପଚାର


୨୨ ଅକ୍ଟୋବରରେ ୱାର୍ଲ୍ଡ ଷ୍ଟଟରିଙ୍ଗ ଓ ଷ୍ଟାମରିଙ୍ଗ ଡେ’ ଭାବେ ପାଳନ କରାଯାଇଛି। ଷ୍ଟାମରିଙ୍ଗର ଅର୍ଥ ହେଉଛି ଖନେଇ ହୋଇ କଥା ହେବା। ଏହା ଏକ ପ୍ରକାରର ସ୍ପିଚ୍‌ ଡିଜ୍‌ଅର୍ଡର, ଯେଉଁଥିରେ ଲୋକେ ଜାଣିଥାନ୍ତି, ସେମାନେ କ’ଣ କହିବାକୁ ଚାହୁଛନ୍ତି, ମାତ୍ର ପୂରା ଶବ୍ଦ କିମ୍ବା ବାକ୍ୟ ଗୋଟିଏ ଥରରେ କହିପାରି ନ ଥାନ୍ତି। ଦ ଇଣ୍ଡିଆନ୍‌ ଷ୍ଟାମରିଙ୍ଗ ଆସୋସିଏସନ୍‌ (ଟିଆଇଏସ୍‌ଏ) ମୁତାବକ ଭାରତରେ ପାଖାପାଖି ୧ କୋଟିରୁ ଅଧିକ ଲୋକଙ୍କ କଥା କହିବାରେ ସମସ୍ୟା ହୋଇଥାଏ କିମ୍ବା ସେମାନେ ଖନେଇ ଖନେଇ କଥା ହୋଇଥାନ୍ତି। କିନ୍ତୁ ସବୁଠାରୁ ବଡ଼ କଥା, ଲୋକେ ଏହାକୁ ଏକ ଜୀବନଶୈଳୀ ବୋଲି ମାନି ନେଇ ପୂରା ଜୀବନ ଏଥିରେ ବିତାଇ ଦିଅନ୍ତି। କିନ୍ତୁ ସମସ୍ତେ ଏହା ଜାଣିବା ଉଚିତ ଯେ ଖନେଇ କଥା ହେବା କୌଣସି ରୋଗ ନୁହେଁ, ଅଭ୍ୟାସରେ ପରିବର୍ତ୍ତନ କରି ମଧ୍ୟ ଏହାକୁ ଠିକ୍‌ କରାଯାଇପାରିବ।

ସାରା ବିଶ୍ବରେ ୩୬ କୋଟି ଲୋକଙ୍କ କଥା କହିବାରେ ଅର୍ଥାତ୍‌ ଷ୍ଟାମରିଙ୍ଗ ସମସ୍ୟା ରହିଛି। ଏକ ଅନୁମାନ ମୁତାବକ ବର୍ଷ ୨୦୪୦ ସୁଦ୍ଧା ସାରା ବିଶ୍ବରେ ଖନେଇ କଥା ହେଉଥିବା ଲୋକଙ୍କ ସଂଖ୍ୟା ୪୫ କୋଟି ହୋଇଯିବ। ଏହାର ସବୁଠାରୁ ବଡ଼ କାରଣ ହେଉଛି ଷ୍ଟାମରିଙ୍ଗର ଠିକ୍‌ ଭାବେ ଚିକିତ୍ସା ନ କରିବା। କେହି କେହି ଏହି ସମସ୍ୟାକୁ ଠିକ୍‌ କରିବା ଲାଗି କେତେକ ଦେଶୀ ଉପାୟ ଅବଲମ୍ବନ କରନ୍ତି। କେହି କେହି ମସ୍ତିଷ୍କ ତେଜ୍‌ କରିବା ଲାଗି ବାଦାମ ଖାଇଥାନ୍ତି ତ ଆଉ କେହି ପିଲାଙ୍କ ଜିଭ କାଟି ଠିକ୍‌ କରିବାକୁ ଚେଷ୍ଟା କରିଥାନ୍ତି। କେହି କେହି ପିଲାଙ୍କୁ କାଉର ଅଇଁଠା ପାଣି ମଧ୍ୟ ପିଆଉଥିବା ଦେଖିବାକୁ ମିଳିଥାଏ।

ସ୍ପିଚ୍‌ ଥେରାପିଷ୍ଟ ଡା. ସଜୀବ ଅଦଲଖା କହିଛନ୍ତି ଯେ ଯେଉଁ ଲୋକମାନେ ଥଙ୍ଗେଇ କଥା ହୁଅନ୍ତି, ସେମାନେ ମାନସିକ ଭାବେ ଦୁର୍ବଳ ବୋଲି ଏକ ଭ୍ରାନ୍ତ ଧାରଣା ରହିଛି। କିନ୍ତୁ ସତ୍ୟତା ପୂରାପୁରି ଅଲାଗ ଅଟେ। ବାସ୍ତବରେ ଯେଉଁମାନେ ଥଙ୍ଗେଇ କଥା ହୁଅନ୍ତି, ଅନ୍ୟମାନଙ୍କ ତୁଳନାରେ ସେମାନଙ୍କ ମସ୍ତିଷ୍କ ଅଧିକ ଦ୍ରୁତବେଗରେ ଚାଲିଥାଏ। ତେଣୁ ସେମାନଙ୍କ ସ୍ପିଚ୍‌ ଅର୍ଗାନ୍‌ ସେମାନଙ୍କ ମସ୍ତିଷ୍କ ସହିତ ମ୍ୟାଚ୍‌ କରିପାରି ନ ଥାଏ ବୋଲି ଡା.ଅଦଲେଖା କହିଛନ୍ତି।

ଥଙ୍ଗେଇବାର କାରଣ

ଷ୍ଟାମରିଙ୍ଗ ଏପରି ଏକ ସମସ୍ୟା, ଯାହା ଏତେ ଗମ୍ଭୀର ଲାଗି ନ ଥାଏ। କିନ୍ତୁ ଯେଉଁମାନେ ଏହି ସମସ୍ୟା ଭୋଗୁଛନ୍ତି, ସେମାନଙ୍କୁ ପାଠପଢ଼ାରୁ ଆରମ୍ଭ କରି ଚାକିରି କରିବା ପର୍ଯ୍ୟନ୍ତ ସମସ୍ୟା ହୋଇଥାଏ। ଏପରିକି ଏହାଦ୍ବାରା ଲୋକଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ପ୍ରଭାବିତ ହୋଇଥାଏ। ୱାର୍ଲ୍ଡ ଷ୍ଟାମରିଙ୍ଗ ଓ ଷ୍ଟଟ୍‌ରିଙ୍ଗ ଡେ’ରେ ଏଥରୁ କିପରି ମୁକ୍ତି ମିଳିବ କୁହାଯାଇଛି। ହରସିମରନ ନାମକ ଜଣେ ବ୍ୟକ୍ତି ୨ ବର୍ଷ ହେଲାଣି ସ୍ପିଚ୍‌ ଥେରାପି ନେଉଛନ୍ତି। ସେ କହିଛନ୍ତି ଯେ ଥଙ୍ଗେଇ କଥା ହେଉଥିବା କାରଣରୁ ତାଙ୍କ ସହିତ କେହି ସାଙ୍ଗ ହେଉ ନ ଥିଲେ। ସ୍କୁଲ୍‌ରେ ସେ କାହାରି ସହିତ କଥା ହେଉ ନ ଥିଲେ, କେବଳ ସେ କାନ୍ଦିବାରେ ଲାଗୁଥିଲେ। ସ୍ପିଚ୍‌ ଥେରାପି ନେବା ପରେ ଏବେ ବହୁତ କିଛି ପରିବର୍ତ୍ତନ ହୋଇଛି ବୋଲି ହରସିମରନ କହିଛନ୍ତି।

ଶିଖା ନାମକ ଜଣେ ଝିଅ କହିଛନ୍ତି ଯେ ସେ ଏବେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଅଛନ୍ତି। ପିଲାଦିନେ ଟାଇଫଏଡ୍‌ ହେବା କାରଣରୁ ସେ ଥଙ୍ଗେଇ କଥା ହେବାକୁ ଲାଗିଥିଲେ। ସ୍କୁଲ୍‌ରେ ଆଟେଣ୍ଡାନ୍ସ ସମୟରେ ସେ ୟଶ୍‌ ମ୍ୟାଡାମ୍‌ ମଧ୍ୟ କହିପାରୁ ନ ଥିଲେ। ଏହି କାରଣରୁ ପାଠ ପଢ଼ିବା ସମୟରେ ସେ କ୍ଲାସ୍‌ ବନ୍ଦ କରୁଥିଲେ। ନିତେଶ ନାମକ ଜଣେ ବ୍ୟକ୍ତି କହିଛନ୍ତି ଯେ ଥଙ୍ଗେଇ କଥା ହେଉଥିବା କାରଣରୁ ସେ କେବେ ବି ଫୋନ୍‌ ଉଠାଇ ନ ଥାନ୍ତି। ବନ୍ଧୁ ବାନ୍ଧବଙ୍କ ସହ କଥା ମଧ୍ୟ ହେଉ ନ ଥିଲେ। ଚାକିରି ପାଇଁ ସାକ୍ଷାତକାର ଦେବା ସମୟରେ ଉତ୍ତର ଜଣାଥିଲେ ମଧ୍ୟ ସେ ଉତ୍ତର ଦେବାରେ ଡରୁଥିଲେ। ତେଣୁ ତାଙ୍କୁ ସାକ୍ଷାତକାରରେ ରିଜେକ୍ଟ କରି ଦିଆଯାଉଥିଲା।  କିନ୍ତୁ ଏବେ ସେ ସ୍ପିଚ୍‌ ଥେରାପି ନେଇ ବହୁତ ଇମ୍ପ୍ରୁଭ୍‌ କରିଛନ୍ତି ବୋଲି ନିତେଶ କହିଛନ୍ତି।

ସ୍ପିଜ୍‌ ଥେରାପି ସମ୍ପର୍କରେ ସୂଚନା ଦେଇ ଡା.ଅଦଲଖ କହିଛନ୍ତି ଯେ ଲୋକେ ଥେରାପି ନେବାରେ ଡରିଥାନ୍ତି। ସେମାନେ ଭାବନ୍ତି, କୌଣସି ରୋଗର ଚିକିତ୍ସା ପାଇଁ ଆସିଛନ୍ତି। କିନ୍ତୁ ଏହା କୌଣସି ସର୍ଜରୀ ନୁହେଁ, ଏହା ଏକ ପ୍ରକାରର ଏକ୍ସରସାଇଜ୍‌। ଯାହାର ପ୍ରାକ୍ଟିସ୍‌ କରାଯାଇଥାଏ। ଛୋଟ ପିଲାଙ୍କୁ ଥେରାପି ମଧ୍ୟ ଦିଆଯାଏ ନାହିଁ, ବରଂ ସେମାନଙ୍କ ମା’ ବାପାଙ୍କୁ ତାଲିମ୍‌ ଦିଆଯାଏ। ପିଲାଙ୍କ ସହିତ କିପରି କଥା ହେବେ ଓ କିପରି ଏକ୍ସରସାଇଜ୍‌ କରିବେ, ତାହା ପିଲାଙ୍କ ବାପା ମା’ଙ୍କୁ ତାଲିମ୍‌ ଦିଆଯାଏ ବୋଲି ଡା.ଅଦଲଖ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ