ଗ୍ରାହକଙ୍କୁ ଜିଓ ଝଟ୍‌କା: ମାଗଣା କଲ୍‌ରେ ପୂର୍ଣ୍ଣଚ୍ଛେଦ, ଅନ୍ୟ ନେଟ୍‌ୱର୍କକୁ କଲ୍‌ ପାଇଁ ଲାଗିବ ଚାର୍ଜ


ଗତ ୨୦୧୬ରୁ ଦେଶର ମୋବାଇଲ୍‌ ବ୍ୟବହାରକାରୀଙ୍କୁ ମାଗଣା ସେବା ଯୋଗାଇ ସେମାନଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ମାନିଆ ସୃଷ୍ଟି କରିବାର ସକ୍ଷମ ହୋଇଥିଲା ରିଲାଏନ୍ସ କମ୍ୟୁନିକେସନ୍‌ର ଜିଓ କମ୍ପାନୀ। ତେବେ ପରେ କମ୍ପାନୀ ପକ୍ଷରୁ ନିର୍ଦ୍ଦିଷ୍ଟ ସର୍ତ୍ତ ଭିତ୍ତିକ ସେବା ଯୋଗାଇ ଦିଆଯାଇଆସୁଛି। ତେବେ ବର୍ତ୍ତମାନ ଢେର୍‌ ଦିନର ମାଗଣା ସେବା ପରେ ଜିଓ ନିଜର ଗ୍ରାହକମାନଙ୍କୁ ଜବରଦସ୍ତ ଝଟ୍‌କା ଦେଇଛି। ଗୁରୁବାରଠାରୁ ଏହି କମ୍ପାନୀର ଗ୍ରାହକମାନେ ଅନ୍ୟ ନେଟ୍‌ୱର୍କକୁ ଫୋନ୍‌ କଲେ ସେଥିପାଇଁ ସେମାନଙ୍କୁ ସ୍ବତନ୍ତ୍ର ଚାର୍ଜ ଦେବାକୁ ପଡ଼ିବ ବୋଲି ବୁଧବାର କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଘୋଷଣା ଅନୁସାରେ ଅନ୍ୟ ନେଟ୍‌ୱର୍କକୁ କଲ୍‌ କଲେ ଗ୍ରାହକଙ୍କୁ ମିନିଟ୍‌ ପିଛା ୬ ପଇସା ଲେଖାଏଁ ଗଣିବାକୁ ପଡ଼ିବ। ଅବଶ୍ୟ ପୂର୍ବ ଭଳି ଜିଓରୁ ଜିଓକୁ କଲ୍‌ ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ।

ଟ୍ରାଇ ପକ୍ଷରୁ ହୋଇଥିବା ନୂଆ ନିୟମ ଅନୁଯାୟୀ ଜିଓ ନେଟୱର୍କକୁ ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ଇଣ୍ଟରନେଟ୍‌ ୟୁସେଜ୍‌ ଚାର୍ଜ (ଆଇୟୁସି)କୁ ମାଗଣା କଲ ସେବା ପାଇଁ କୋଟି କୋଟି ଟଙ୍କା ଜିଓକୁ ଦେବାକୁ ପଡ଼ୁଛି। ତେଣୁ ଦିନକୁ ଦିନ କମ୍ପାନୀ ଉପରେ ଋଣ ଭାର ବଢ଼ୁଥିବାରୁ ଜିଓର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏପରି ଘୋଷଣା କରିଛନ୍ତି। ଅବଶ୍ୟ ଏହି ଅବସରରେ ଜିଓ ପକ୍ଷରୁ କେତେକ ନୂଆ ଅଫର ଘୋଷଣା କରାଯାଇଛି। ଏହି ଅଫର୍‌ ଅନୁସାରେ ୧୦ ଟଙ୍କାର ରିଚାର୍ଜ କଲେ ଗ୍ରାହକଙ୍କୁ ଅନ୍ୟ ନେଟୱର୍କକୁ ୧୨୪ ମିନିଟ୍‌ ପର୍ଯ୍ୟନ୍ତ କଲ୍‌ କରିବାର ସୁଯୋଗ ସହ ୧ ଜିବି ଡାଟା ମିଳିବ। ସେହିପରି ୨୦ ଟଙ୍କାରେ ୨୪୯ ମିନିଟ୍ ପର୍ଯ୍ୟନ୍ତ କଲ୍‌ ଓ ୨ ଜିବି ଡାଟା, ୫୦ ଟଙ୍କାରେ ୬୫୬ ମିନିଟ୍‌ ପର୍ଯ୍ୟନ୍ତ କଲ୍‌ ଓ ୫ ଜିବି ଡାଟା ଏବଂ ୧୦୦ ଟଙ୍କା ରିଚାର୍ଜରେ ଗ୍ରାହକଙ୍କୁ ୧୩୬୨ ମିନିଟ୍ ପର୍ଯ୍ୟନ୍ତ କଲ୍‌ ଓ ୧୦ ଜିବି ଡାଟା ମିଳିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଟେଷ୍ଟି ଏଣ୍ଡ କ୍ରିସ୍‌ପୀ ଗୁଡ଼ ଚକୁଳିର
ଅଧିକାଂଶ ଭାରତୀୟ ସକାଳ ଜଳଖିଆରେ ଚକୁଳି ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏଠାରେ ଗୁଡ଼ରେ ତିଆରି କରାଯାଇଥିବା ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସୂଚନା ଦିଆଯାଇଛି। ସାଧାରଣତଃ ଚକୁଳିକୁ ବିରି ଓ ଚାଉଳରେ ତିଆରି କରାଯାଉଥିବାବେଳେ ଏହି ଚକୁଳିରେ ଗୁଡ଼ ମିଶାଯାଇଥାଏ। ଏହାକୁ ଆପଣ ପିଲାଙ୍କ ଟିଫିନ୍‌ ବକ୍ସରେ ଦେଇପାରିବେ କିମ୍ବା ସକାଳ ବ୍ରେକ୍‌ଫାଷ୍ଟ ଓ ସନ୍ଧ୍ୟା ସ୍ନାକ୍‌ସ ଭାବେ ମଧ୍ୟ ଖାଇପାରିବେ। ଏହି ଚକୁଳି ଗୁଡ଼, ଚାଉଳ ଚୁନା ଓ ଅଟାର ମିଶ୍ରଣରେ ତିଆରି କରାଯାଇଥାଏ। ଗୁଡ଼ରେ ଆଇରନ୍‌ର ଉତ୍ତମ ସ୍ରୋତ ଥିବାବେଳେ ଅଟାରେ ଅନେକ ପ୍ରକାରର ପୋଷକତତ୍ତ୍ବ ଓ ଫାଇବର ରହିଛି। ଚାଲନ୍ତୁ ଜାଣିବା ଏହି ଗୁଡ଼ ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।