ଜାଣନ୍ତୁ ଶୋଇବା ପୂର୍ବରୁ ସିଝା କଦଳୀ ଖାଇବାର ଫାଇଦା


କଦଳୀ ଖାଇବାର ଫାଇଦା ସମ୍ପର୍କରେ ଆପଣ ତ ଶୁଣିଥିବେ। କଦଳୀରେ ଭରପୂର ମାତ୍ରାରେ ପୋଷକତତ୍ତ୍ବ ରହିଛି। ଆୟୁର୍ବେଦରେ କଦଳୀର ସେବନ ଶକ୍ତିବର୍ଦ୍ଧକ ଓ ବଳବର୍ଦ୍ଧକ ବୋଲି କୁହାଯାଏ। ଯଦି ଆପଣ କଦଳୀ ଖାଉ ନାହାନ୍ତି, ତେବେ ଏହାର ସେବନ ତୁରନ୍ତ ଆରମ୍ଭ କରିଦିଅନ୍ତୁ। ଆଜି ଏଠାରେ ଯେଉଁ ଭଳି ଭାବେ କଦଳୀ ସେବନ ସମ୍ପର୍କରେ କୁହାଯାଉଛି, ତାହା ସମ୍ପୂର୍ଣ୍ଣ ଭାବେ ଅଲଗା ଅଟେ। ହୁଏତ ଆପଣ ଏଭଳି କେବେ ବି କରି ନ ଥିବେ। କିନ୍ତୁ ରାତିରେ ଶୋଇବା ପୂର୍ବରୁ କଦଳୀ ସିଝାଇ ଖାଇବା ଦ୍ବାରା ଆପଣଙ୍କୁ କିଛି ଦିନ ମଧ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିବ। କେତେକ ଲୋକେ ଶରୀରର ଓଜନ ବଢ଼ାଇବା ଲାଗି ମଧ୍ୟ କଦଳୀ ସେବନ କରନ୍ତି।

ଶରୀରକୁ ଶକ୍ତି ଦିଏ କ୍ୟାଲ୍‌ସିୟମ
ସିଝା କଦଳୀର ଅନେକଗୁଡ଼ିଏ ଔଷଧୀୟ ଗୁଣ ରହିଛି। ଯଦି ଆପଣଙ୍କୁ ରାତିରେ ନିଦ ନ ହେବା ସମସ୍ୟା ରହିଛି, ତେବେ କଦଳୀର ସେବନ ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ। କଦଳୀରେ ଥିବା କ୍ୟାଲ୍‌ସିୟମ ଆପଣଙ୍କ ଶକ୍ତି ଦେବା ସହିତ ହାଡ଼କୁ ମଧ୍ୟ ମଜ୍‌ବୁତ କରେ। ତେଣୁ କଦଳୀକୁ ଆୟୁର୍ବେଦରେ ହାଡ଼କୁ ଶକ୍ତ କରିବାର ଫଳ ଭାବେ ଗ୍ରହଣ କରାଯାଏ। ଯଦି ଆପଣଙ୍କୁ ରାତିରେ ଠିକ୍‌ ଭାବେ ନିଦ ହେଉ ନାହିଁ, ତେବେ ପାଚିଲା କଦଳୀକୁ ଚୋପା ସହ ସିଝାଇ ବାନାନା ଟି ତିଆରି କରି ସେବନ କରନ୍ତୁ। ଏମିତି ଲଗାତର ଏକ ସପ୍ତାହ ଯାଏ କରିବା ଦ୍ବାରା ରାତିରେ ଭଲ ଭାବେ ନିଦ ଆସିବ। ଏଥିସହିତ ଆପଣ ସକାଳୁ ଉଠିବା ପରେ ମଧ୍ୟ ପୂର୍ବାପେକ୍ଷା ଅଧିକ ତାଜା ଅନୁଭବ କରିବେ।

ଯଦି ଆପଣଙ୍କୁ ରାତିରେ ନିଦ ନ ହେବା ସମସ୍ୟା ରହିଛି, ତେବେ ଏକ ଛୋଟ ଆକାରର ପାଚିଲା କଦଳୀ ସହିତ ଏକ ଛୋଟ ଖଣ୍ଡ ଡାଳଚିନି ଓ ଏକ କପ୍‌ ପାଣି ନିଅନ୍ତୁ। ଏହାପରେ ପାଣିରେ ଡାଳଚିନି ପକାଇ ଫୁଟାନ୍ତୁ। ପାଣି ଫୁଟିଗଲା ପରେ କଦଳୀକୁ ଚୋପା ସହ ଛୋଟ ଛୋଟ ଖଣ୍ଡ କରି କାଟି ଏହି ଫୁଟା ପାଣିରେ ପକାନ୍ତୁ। ୧୦ ମିନିଟ୍‌ ଯାଏ ଧିମା ଆଞ୍ଚରେ ଫୁଟାଇବା ପରେ ଏହାକୁ ଛାଣି ଚା’ ଭଳି ପିଅନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କର ନିଦ ନ ହେବା ସମସ୍ୟାରୁ ଆରାମ ମିଳିବ। ଯଦି ବାରମ୍ବାର ରାତିରେ ଆପଣଙ୍କ ନିଦ ଭାଙ୍ଗି ଯାଉଥାଏ, ତେବେ ମଧ୍ୟ ଏହା ଆପଣଙ୍କୁ ଆରାମ ଦେବ। କଦଳୀରେ ଚୋପା ମଧ୍ୟ ବହୁତ ଗୁଣକାରୀ। କଦଳୀ ଚୋପାରେ ମ୍ୟାଗ୍ନେସିୟମ ଓ ପୋଟାସିୟମ ରହିଛି। ଏହା ନର୍ଭସ୍‌ ସିଷ୍ଟମକୁ ରିଲାକ୍ସ କରାଇ ନିଦ ଆଣିବାରେ ସାହାଯ୍ୟ କରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ