ହାଡ଼କୁ ସଶକ୍ତ କରନ୍ତୁ, ଭିଟାମିନ୍‌ ଡି’ରେ ଭରପୂର ଏସବୁ ଖାଆନ୍ତୁ


ଏକ ଗବେଷଣାରୁ ଚକିତ କରିଦେବା ଭଳି କଥା ସାମ୍ନାକୁ ଆସିଛି। ଗବେଷଣା ମୁତାବକ ଭାରତରେ ପାଖାପାଖି ୭୦ ପ୍ରତିଶତ ଲୋକ ଭିଟାମିନ୍‌ ଡି’ ଅଭାବରେ ପୀଡ଼ିତ। ଭିଟାମିନ୍‌ ଡି’ ଅଭାବ ହେବା ଫଳରେ ହାଡ଼ ଦୁର୍ବଳ ହେବା ସହିତ ହାଡ଼ଜନିତ ରୋଗ ହୋଇଥାଏ। ଏଥିସହିତ ରୋଗପ୍ରତିରୋଧକ ଶକ୍ତି ଓ ଅବସାଦ ହେବା ଆଶଙ୍କା ମଧ୍ୟ ବଢ଼ିଯାଏ। ଏପରିସ୍ଥଳେ ଜିମ୍‌ ଯାଇ ଝାଳ ଯେତେ ଝାଳ ବୁହାଇଲେ ମଧ୍ୟ କୌଣସି ଫାଇଦା ମିଳି ନ ଥାଏ। ତେଣୁ ଆପଣ ନିଜ ଡାଏଟ୍‌ରେ କେତେକ ଏପରି ଜିନିଷ ସାମିଲ୍‌ କରିବା ଉଚିତ, ଯାହା ସେବନ କରିବା ଦ୍ବାରା ଆପଣଙ୍କ ଶରୀରକୁ ଭରପୂର ଭିଟାମିନ୍‌ ଡି’ ମିଳିବ। ଯଦିଓ ଏହାପୂର୍ବରୁ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।

ଅରେଞ୍ଜ ଜୁସ୍‌
ଅରେଞ୍ଜ ଜୁସ୍‌ ଭିଟାମିନ୍‌ ସି’ରେ ଭରପୂର ହେବା ସହିତ ଏହା ଭିଟାମିନ୍‌ ଡି’ର ଅଭାବ ପୂରଣ କରିବାରେ ମଧ୍ୟ ସାହାଯ୍ୟ କରେ। ତେବେ ବଜାରରେ ମିଳୁଥିବା ପ୍ୟାକଡ୍‌ ଜୁସ୍‌ ବଦଳରେ ଘରେ କମଳା ଜୁସ୍‌ ତିଆରି କରି ପ୍ରତ୍ୟେକ ଦିନ ପିଅନ୍ତୁ। ଏହାଦ୍ବାରା ଆପଣଙ୍କୁ ଫାଇଦା ମିଳିବ।

ଗାଈ କ୍ଷୀର
ଗାଈ କ୍ଷୀର ଭିଟାମିନ୍‌ ଡି’ର ଏକ ଉତ୍ତମ ସ୍ରୋତ ଅଟେ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ ଲୋ ଫ୍ୟାଟ୍‌ କ୍ଷୀର ବଦଳରେ ଫୁଲ୍‌ କ୍ରୀମ୍‌ ମିଲ୍କ ପିଇବା ଉଚିତ। ଏଥିରେ ଅଧିକ ଭିଟାମିନ୍‌ ଡି’ ଓ କ୍ୟାଲ୍‌ସିୟମ ମିଳିବ।

ଦହି
କ୍ଷୀରରେ ପ୍ରସ୍ତୁତ ହେଉଥିବା ଦହି ମଧ୍ୟ ଭିଟାମିନ୍‌ ଡି’ର ଉତ୍ତମ ସ୍ରୋତ ଅଟେ। ଯଦି ପ୍ରତ୍ୟେକ ଦିନ ଦହି ଖାଇବା ସମ୍ଭବ ହେଉନାହିଁ, ତେବେ ଏଥିରେ ତିଆରି ଛାଛ୍‌ କିମ୍ବା ଲସି ମଧ୍ୟ ପିଇପାରିବେ। ଏହା ସ୍ବାଦିଷ୍ଟ ହେବା ସହିତ ଦହିର ପୂରା ଫାଇଦା ମଧ୍ୟ ମିଳିଥାଏ।

ସୋୟା ମିଲ୍କ
ସୋୟା ମିଲ୍କରେ ମଧ୍ୟ ଗାଈ କ୍ଷୀର ଭଳି ଭିଟାମିନ୍‌ ଡି’ ଭରପୂର ମାତ୍ରାରେ ରହିଛି। ଏହି କ୍ଷୀରକୁ ଆପଣ ସ୍ବାଭାବିକ ଭାବେ ସେବନ କରିବା ସହିତ ଡାକ୍ତରଙ୍କ ପରାମର୍ଶ କ୍ରମେ ଏଥିରେ ଭିଟାମିନ୍‌ ଡି’ ଯୁକ୍ତ ଫ୍ଲେବର ପାଉଡର ମିଶାଇପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ