ରୋମାଞ୍ଚ ଆଣିଦିଏ ଭାରତରେ ସୁନ୍ଦର ଟ୍ରେନ୍‌ ଯାତ୍ରା


ଆପଣ ଚାହିଲେ ଯେତେ ବି ବିମାନରେ ଯାତ୍ରା କରନ୍ତୁ କିମ୍ବା ରୋଡ୍‌ ଟ୍ରିପ୍‌ ପ୍ଲାନ୍‌ କରନ୍ତୁ ନା କାହିଁକି କିନ୍ତୁ ଯେଉଁ ମଜା ଟ୍ରେନ୍‌ରେ ଯାତ୍ରା କରିବାରେ ରହିଛି, ତାହାର କୌଣସି ଜବାବ ନାହିଁ। ଆପଣ ଯେତେ ଟ୍ରେନ୍‌ରେ ଯାତ୍ରା କଲେ ମଧ୍ୟ ଯେଉଁ ମଜା ପିଲାଦିନେ ଖରା ଛୁଟିରେ ଟ୍ରେନ୍‌ରେ ବସି ମାମୁଁଘର ଗାଁକୁ ଯିବାରେ ରହିଛି, ତାହାର କୌଣସି ତୁଳନା ନାହିଁ। ଆପଣଙ୍କ ମଧ୍ୟରୁ ଅନେକ ଏପରି ଥାଇ ପାରନ୍ତି, ଯିଏ କେବେ ବି ଟ୍ରେନ୍‌ରେ ଯାତ୍ରା କରି ନ ଥାଇ ପାରନ୍ତି। କିନ୍ତୁ ଏଠାରେ ଏପରି କେତେକ ଟ୍ରେନ୍‌ ଯାତ୍ରା ସମ୍ପର୍କରେ କୁହାଯାଇଛି, ଯାହା ବିଷୟରେ ଜାଣିବା ପରେ ଆପଣ ଏହିସବୁ ଟ୍ରେନ୍‌ରେ ଯାତ୍ରା ନ କରି ରହିପାରିବେ ନାହିଁ।

ଦ-ଦାର୍ଜିଲିଂ ହିମାଳୟାନ ଟ୍ରେନ୍‌
ଦ-ଦାର୍ଜିଲିଂ ହିମାଳୟାନ ଏକ ଟ୍ରେନ୍‌ର ନାମ, ଯାହାକୁ ବିଶେଷକରି ପାହାଡ଼ରେ ଯାତ୍ରା କରିବାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ନିର୍ମାଣ କରାଯାଇଛି। ଏହି ଟ୍ରେନ୍‌ କେବଳ ଆପଣଙ୍କୁ ପାହାଡ଼ର ଯାତ୍ରା କରାଇ ନ ଥାଏ, ବରଂ ପୂରା ଦାର୍ଜିଲିଂର ସୁନ୍ଦର ଦୃଶ୍ୟକୁ ଦେଖାଇବାରେ ସାହାଯ୍ୟ କରିଥାଏ। ଆଜି ବି ଏହି ଟ୍ରେନ୍‌ କୋଇଲାରେ ଚାଲୁଛି। ଏହି ଟ୍ରେନର ବିଶେଷତ୍ବ ହେଉଛି ଏହା ଦାର୍ଜିଲିଂ ବୁଲାଇବା ସହିତ ଏହା ସେଠାକାର ବଜାରକୁ ମଧ୍ୟ ନେଇ ଯାଇଥାଏ। ଯଦି ଆପଣ ଛୁଟିରେ ଦାର୍ଜିଲିଂ ବୁଲିବାକୁ ଯିବାକୁ ଯୋଜନା କରୁଛନ୍ତି, ଦ-ଦାର୍ଜିଲିଂ ହିମାଳୟାନ ଟ୍ରେନ୍‌ରେ ଯାତ୍ରା କରିପାରିବେ।

ଆଇଲ୍ୟାଣ୍ଡ ଏକ୍ସପ୍ରେସ୍‌
କୋଚ୍ଚିର ରେଲୱେ ଟ୍ରାକ୍‌ରେ ଦୌଡ଼ୁଥିବା ଆଇଲ୍ୟାଣ୍ଡ ଏକ୍ସପ୍ରେସ୍‌ ଏକ ଛୋଟ ରେଳ ଅଟେ। ଏହି ଏକ୍ସପ୍ରେସ୍‌ ଆପଣଙ୍କୁ ପାହାଡ଼ ମଧ୍ୟକୁ ନେଇ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନିଜ ଆଖିରେ ଦେଖାଇବାର ସୁଯୋଗ ପ୍ରଦାନ କରିବ। ଏହି ଯାତ୍ରା ସମୟରେ ରାସ୍ତାରେ କୌଣସି ଦ୍ବୀପ ପଡ଼େ ନାହିଁ। କିନ୍ତୁ ଟ୍ରେନ୍‌ର ନାମ ଆଇଲ୍ୟାଣ୍ଡ ଏକ୍ସପ୍ରେସ୍‌ ରଖାଯିବାର କାରଣ ହେଉଛି, ୧୯୭୦ ମଧ୍ୟ ଭାଗରେ ରେଳ ଯାତ୍ରା କୋଚ୍ଚିର ୱେଲିଙ୍ଗଟନ୍‌ ଆଇଲ୍ୟାଣ୍ଡରେ ସ୍ଥିତ କୋଚିନ୍‌ ବନ୍ଦରର ଟର୍ମିନସ୍‌ ଷ୍ଟେସନ୍‌ରେ ସମାପ୍ତ ହୋଇଥିଲା। ଏହି କାରଣରୁ ଏହାକୁ ସେବେଠାରୁ ଆଇଲ୍ୟାଣ୍ଡ ଏକ୍ସପ୍ରେସ୍‌ ନାମରେ ଜଣାଶୁଣା।

ସି ବ୍ରିଜ୍‌ ଟ୍ରେନ୍‌
ଆପଣଙ୍କୁ ଚକିତ କରିବା ଭଳି ରୋମାଞ୍ଚରେ ଭରପୂର ସି-ବ୍ରିଜ୍‌ ଟ୍ରେନ୍‌ ତାମିଲ୍‌ନାଡ଼ୁର ରାମନାଥପୁରମ ଜିଲ୍ଲା ଅନ୍ତର୍ଗତ ପାମ୍ବନ ଆଇଲ୍ୟାଣ୍ଡଠରୁ ରାମେଶ୍ବରମ୍‌ ପର୍ଯ୍ୟନ୍ତ ଥିବା ଟ୍ରାକ୍‌ରେ ଦୌଡ଼ିଥାଏ। ୧୪୩ଟି ଖମ୍ବ ବିଶିଷ୍ଟ ଦୁଇ କିମି ଲମ୍ବାର ବ୍ରିଜ୍‌ ଉପରେ ଯେତେବେଳେ ଏହି ଟ୍ରେନ୍‌ ଯାତ୍ରା କରିଥାଏ, ସେତେବେଳେ ସମସ୍ତଙ୍କ ହୃଦ୍‌ସ୍ଫନ୍ଦନ ଥମି ଯାଇଥାଏ। ଆଡଭେଞ୍ଚର ସଉକ ରଖୁଥିବା ଲୋକଙ୍କ ପାଇଁ ଏହି ଟ୍ରେନ୍‌ ଯାତ୍ରା ସବୁବେଳେ ମନେ ରହିବ।

କଶ୍ମୀରରେ ଚାଲୁଥିବା ଟ୍ରେନ୍‌
କଶ୍ମୀରର ମନମୋହକ ପରିବେଶରେ ବରଫ ଘୋଡ଼ାଇ ହୋଇ ରହିଥିବା ପାହାଡ଼ ଓ ପୋଲାର ଟ୍ରି ମଧ୍ୟରେ ଯେତେବେଳେ ଟ୍ରେନ୍‌ ଯାତ୍ରା କରିଥାଏ, ଏପରି ଲାଗିଥାଏ, ଯାତ୍ରା ସେଇଠି ହିଁ ରୋକିଯାଉ। ଏହି ଟ୍ରେନ୍‌ ଯାତ୍ରା କରିବା ସମୟରେ ଆପଣଙ୍କୁ କଶ୍ମୀରର ଲୋକପ୍ରିୟ ଖାଦ୍ୟ ଚାଖିବାର ସୁଯୋଗ ମିଳିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ