ପ୍ରେମ ଓ ରୋମାନ୍ସ ପାଇଁ ସୁସ୍ମିତା ଓ ରୋହମନଙ୍କଠାରୁ ନିଅନ୍ତୁ ଏହି ଟିପ୍ସ


ପୂର୍ବତନ ମିସ୍‌ ୟୁନିଭର୍ସ ତଥା ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ ଓ ରୋହମାନ ଶାୱଲଙ୍କ ଲଭ୍‌ଷ୍ଟୋରୀ ଏବେ ବି-ଟାଉନ୍‌ରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ବୟସରେ ୧୫ ବର୍ଷ ଅନ୍ତରାଳ ଥିବା ସତ୍ତ୍ବେ ଏହି ଲଭ୍‌ବାର୍ଡସ୍‌ଙ୍କ କେମେଷ୍ଟ୍ରୀ ବହୁତ ସୁନ୍ଦର। ଉଭୟଙ୍କ ମଧ୍ୟରେ ବୟସର ଏତେ ବଡ଼ ତାରତମ୍ୟ ମଧ୍ୟ ଏହି ଯୋଡ଼ିଙ୍କ ରୋମାନ୍ସ ଓ ଫ୍ରେଶ୍‌ନେସ୍‌କୁ କମ୍‌ କରିପାରି ନାହିଁ। ଯଦି ଆପଣ ମଧ୍ୟ ନିଜ ସମ୍ପର୍କରେ ଏଭଳି ରୋମାନ୍ସ ଓ ତାଜାପଣ ରଖିବାକୁ ଚାହୁଛନ୍ତି, ତେବେ ସୁସ୍ମିତା ଓ ରୋହମାନଙ୍କଠାରୁ ନିଅନ୍ତୁ କେତେକ ଟିପ୍ସ।

ପାର୍ଟନରଙ୍କ ସହ ୱାର୍କଆଉଟ୍‌
ସୁସ୍ମିତା ସବୁବେଳେ ରୋହମାନଙ୍କ ସହିତ କିଛି ନା କିଛି ଫଟୋ ସୋସାଲ ମିଡିଆରେ ଶେୟାର କରୁଥିବା ଦେଖିବାକୁ ମିଳିଥାଏ। କିଛି ଦିନ ତଳେ ସୁସ୍ମିତା ଏକ ଫଟୋ ଶେୟାର କରିଥିଲେ, ଯେଉଁଥିରେ ସେ ରୋହମାନଙ୍କ ସହିତ ଯୋଗ କରୁଥିବା ଦେଖିବାକୁ ମିଳିଥିଲା। ଆପଣ ଭିତରୁ ଖୁସି ଥିଲେ, ଯେ କୌଣସି ସମ୍ପର୍କ ଭଲରେ ରଖିପାରିବେ। ଆପଣ ପାର୍ଟନରଙ୍କ ସହିତ ବ୍ୟାୟାମ୍‌ କଲେ ବିରକ୍ତି ଦୂର ହେବା ସହିତ ଆପଣ ଫିଟ୍‌ ମଧ୍ୟ ରହିବେ।

ବିଶ୍ବସ୍ତ ରହନ୍ତୁ
ପ୍ରେମ ଓ ବିଶ୍ବାସ ଥିଲେ ଯେ କୌଣସି ସମ୍ପର୍କ ଅଧିକ ଦିନ ଚାଲିପାରିବ। ସୁସ୍ମିତା ଓ ରୋହମନ ବିନା କୌଣସି ସଙ୍କୋଚରେ ସେମାନଙ୍କ ପ୍ରେମ ସମ୍ପର୍କରେ ସମସ୍ତଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରୁଛନ୍ତି। ଏପରି କରିବା ଦ୍ବାରା ସେମାନେ ପରସ୍ପର ପାଇଁ କେତେ ସିରିଅସ୍‌ ତାହା ପ୍ରମାଣ ହେଉଛି।

ମଲ୍ଟି ଟ୍ୟାଲେଣ୍ଟେଡ୍‌
ଯଦି ଆପଣ କୌଣସି ଗୁଣରେ ମାହିର ଅଛନ୍ତି, ତେବେ ତାହା ପାର୍ଟନରଙ୍କୁ ମଧ୍ୟ ଶିଖାନ୍ତୁ। ରୋଷେଇ କରିବା, ଡ୍ରାଇଭିଂ କରିବା, ଗିଟାର ବଜାଇବା ଭଳି କାମ ଆପଣ ଅନ୍ୟ ଜଣେ ସାଥୀଙ୍କୁ ଶିଖାଇପାରିବେ। ତେଣୁ ସୁସ୍ମିତାଙ୍କୁ ରୋହମାନ ଗିଟାର ବଜାଇବା ଶିଖାଉଥିବା ତାଙ୍କର ଏକ ଫଟୋରେ ଦେଖିବାକୁ ମିଳିଥିଲା। ଏହି ମୁହୂର୍ତ୍ତ ପରସ୍ପରଙ୍କୁ ଆହୁରି ନିକଟତର କରିପାରିବ।

ମସ୍ତି କରିବା
ପ୍ରେମିକା ଉପରେ ଅଧିକାର ସାବ୍ୟସ୍ତ କରିବା ବଦଳରେ ତାଙ୍କୁ ନିଜ ବନ୍ଧୁ ଭଳି ବ୍ୟବହାର କରନ୍ତୁ। ପାର୍ଟନରଙ୍କ ସହିତ ମଧ୍ୟ ସାଙ୍ଗମାନଙ୍କ ଭଳି ମସ୍ତି କରିବାକୁ ସୁଯୋଗ ବାହାର କରନ୍ତୁ। ସାଥୀଙ୍କ ସହିତ କୌଣସି ସ୍ଥାନକୁ ଯାଇ କିଛି ଖୁସିର ମୁହୂର୍ତ୍ତ ବିତାନ୍ତୁ। ଏପରି କରିବା ଦ୍ବାରା ପୁଣିଥରେ ଆପଣଙ୍କ ସମ୍ପର୍କରେ ତାଜାପଣ ଅନୁଭବ କରିବେ।

ପାର୍ଟନରଙ୍କ ଖୁସି ବି ଧ୍ୟାନରେ ରଖନ୍ତୁ
ସୁସ୍ମିତାଙ୍କ ପାଇଁ ରୋହମାନଙ୍କ ପ୍ରେମ ସବୁବେଳେ ତାଙ୍କ ଆଖିରେ ଦେଖିବାକୁ ମିଳିଥାଏ। କିଛି ଦିନ ତଳେ ସୁସ୍ମିତା ନିଜ ଦୁଇ ଝିଅ ଓ ରୋହମାନଙ୍କ ସହ ଏକ ଫଟୋ ଶେୟାର କରି ଲେଖିଥିଲେ ଯେ ମେରୀ ଜାନ୍‌ ରୋହମାନ, ଏତେ ସିରିଅସ୍‌ କାହିଁକି? ଏହି ଫଟୋରୁ ଜଣାପଡ଼ିଥିଲା ଯେ ସୁସ୍ମିତା ତାଙ୍କ ବୟଫ୍ରେଣ୍ଡଙ୍କ ଉଦାସ ଚେହେରା ଦେଖିବାକୁ ପସନ୍ଦ କରୁନାହାନ୍ତି। ତାଙ୍କର ଏହି ଫଟୋ ତାଙ୍କ ସମ୍ପର୍କର ଗଭୀରତାକୁ ସ୍ପଷ୍ଟ କରୁଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ