ପେଜେଟ୍‌ ରୋଗରୁ ହୋଇଥାଏ ବୋନ୍‌ କ୍ୟାନସରର ଆରମ୍ଭ


କ୍ୟାନ୍‌ସର କୋଷିକା ହାଡ଼ ଭିତରେ ବ୍ୟାପି ଗଲେ, ଏହାକୁ ହାଡ଼ କ୍ୟାନ୍‌ସର ବା ବୋନ୍‌ କ୍ୟାନ୍‌ସର କୁହାଯାଏ। ବୋନ୍‌ କ୍ୟାନ୍‌ସର ଯେ କୌଣସି ହାଡ଼ ଭିତରେ ହୋଇପାରେ। ମାତ୍ର ଏହି କ୍ୟାନ୍‌ସର ଅଧିକାଂଶ ସମୟରେ  ହାତ ଓ ଗୋଡ଼ରେ ଥିବା ହାଡ଼ରେ ହୋଇଥାଏ। ବୋନ୍‌ କ୍ୟାନ୍‌ସରର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ତେବେ ଏମିତି କିଛି କାରଣ ରହିଛି, ଯେଉଁଥିରେ ହାଡ଼ ଭିତରେ କ୍ୟାନ୍‌ସର କୋଷିକା ବଢ଼ିବାରେ ଲାଗେ। ଚାଲନ୍ତୁ ଜାଣିବା ବୋନ୍‌ କ୍ୟାନ୍‌ସରର କାରଣ ଓ ଲକ୍ଷଣ ସମ୍ପର୍କରେ।

ବୋନ୍‌ କ୍ୟାନ୍ସରର ଲକ୍ଷଣ
ବୋନ୍‌ କ୍ୟାନ୍‌ସରର ହେଲେ ହାଡ଼ରେ ପ୍ରବଳ ଯନ୍ତ୍ରଣା ହୋଇଥାଏ। ଶରୀରର ପୀଡ଼ିତ ଅଂଶ ଫୁଲି ଯାଇଥାଏ। ହାଡ଼ ଦୁର୍ବଳ ହୋଇଯିବା, ବାରମ୍ବାର ଫ୍ର୍ୟାକ୍‌ଚର ହେବା, କ୍ୟାନ୍‌ସର ହୋଇଥିବା ସ୍ଥାନ ଲାଲ ପଡ଼ିଯିବା, ପୀଡ଼ିତ ସ୍ଥାନ ଗରମ ରହିବା, ଅଚାନକ ଜ୍ବର ହେବା, ଅଧିକ ଝାଳ ବହିବା, ମୁଣ୍ଡ ବୁଲଇବା, କମ୍‌ ଭୋକ ଲାଗିବା, ଅଚାନକ ଓଜନ କମିଯିବା ଆଦି ବୋନ୍‌ କ୍ୟାନ୍‌ସରର ଲକ୍ଷଣ ଅଟେ।

ବୋନ୍‌ କ୍ୟାନ୍‌ସରର କାରଣ
  • ବୋନ୍‌ କ୍ୟାନ୍ସରର ଅନେକ କାରଣ ରହିଛି। ମାତ୍ର ଏହାର -ମୁଖ୍ୟ କାରଣ ବଂଶାନୁକ୍ରମିକ ସମସ୍ୟା ଅଟେ। ଏଥିସହିତ ରାଡିଏସନ୍‌ ଟ୍ରିଟ୍‌ମେଣ୍ଟ ସମୟରେ ରାଡିଏସନ୍‌ର ଅଧିକ ପ୍ରଭାବ ଯୋଗୁ ମଧ୍ୟ ବୋନ୍‌ କ୍ୟାନ୍‌ସର ହୋଇପାରେ।
  • ବୋନ୍‌ କ୍ୟାନ୍‌ସରର ଅନ୍ୟ ଏକ କାରଣ ପେଜେଟ୍‌ ରୋଗ ଅଟେ। ପେଜେଟ୍‌ ରୋଗ କାରଣରୁ ହାଡ଼ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଯାହା ଫଳରେ କ୍ୟାନ୍‌ସର କୋଷିକା ବୃଦ୍ଧି ପାଇଥାଏ। ଫଳରେ ବୋନ୍‌ କ୍ୟାନ୍‌ସର ହୋଇପାରେ।
  • ଯଦି ଜଣେ ବ୍ୟକ୍ତିଙ୍କୁ ବୋନ୍‌ ମ୍ୟାରୋ କ୍ୟାନ୍‌ସର ହୋଇଛି, ତେବେ ମଧ୍ୟ ସେ ବୋନ୍‌ କ୍ୟାନ୍‌ସରର ଶିକାର ହୋଇପାରନ୍ତି। ବୋନ୍‌ ମ୍ୟାରୋ କ୍ୟାନ୍‌ସର ଶରୀରର ରକ୍ତ ବାହିକାକୁ ପ୍ରଭାବିତ କରିଥାଏ। ରକ୍ତ ବାହିକା ପ୍ରଭାବିତ ହେବା ଫଳରେ ବୋନ୍‌ କ୍ୟାନ୍‌ସର ଆଶଙ୍କା ବଢ଼ିଯାଏ।
  • କୋଷିକାଗୁଡ଼ିକ ଅସାମାନ୍ୟ ଭାବେ ବଢ଼ିବା ମଧ୍ୟ ବୋନ୍‌ କ୍ୟାନ୍‌ସର ଆଶଙ୍କା ସୃଷ୍ଟି କରିପାରେ।

ଯଦି ବୋନ୍‌ କ୍ୟାନ୍‌ସର ସମ୍ପର୍କରେ ପ୍ରାଥମିକ ଅବସ୍ଥାରେ ଜଣାପଡ଼ିଯାଏ, ତେବେ ଏହାର ଚିକିତ୍ସା ସହଜରେ ହୋଇପାରିବ। ତେଣୁ ଲକ୍ଷଣ ଦେଖିବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ