ଟ୍ରେଡ୍‌ମିଲ୍‌ରେ ୱାର୍କଆଉଟ୍‌ କରିବାବେଳେ କରନ୍ତୁନି ଏସବୁ ଭୁଲ୍‌


ନୋଏଡ଼ାର ସେକ୍ଟର ୭୬ ସ୍ଥିତ ଏକ ସୋସାଇଟିର ଜିମ୍‌ରେ ୨୫ ସେପ୍ଟେମ୍ବର ବୁଧବାର ସନ୍ଧ୍ୟାରେ ଜଣେ ୨୪ ବର୍ଷୀୟ ସଫ୍ଟୱେୟର ଇଞ୍ଜିନିୟର ଟ୍ରେଡ୍‌ମିଲ୍‌ରେ ରନିଙ୍ଗ କରୁଥିଲେ। ଏହି ସମୟରେ ଅଚାନକ ତାଙ୍କୁ ଚକ୍କର ଆସିବା ଫଳରେ ସେ ତଳେ ପଡ଼ି ଯାଇଥିଲେ। କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତରଙ୍କ କହିବାନୁସାରେ ଉକ୍ତ ଯୁବକଙ୍କ ମୃତ୍ୟୁ ହୃଦ୍‌ଘାତରେ ହୋଇଛି। ଟ୍ରେଡମିଲ୍‌ରେ ଦୌଡ଼ିବା ସମୟରେ ହୃଦ୍‌ଘାତ ହେବା ମାମଲା ପ୍ରଥମ ଥର ପାଇଁ ହୋଇନାହିଁ। ଏହାପୂର୍ବରୁ ମଧ୍ୟ ୨୦୧୩ରେ ଟିଭି ଓ ଫିଲ୍ମର ଲୋକପ୍ରିୟ ଅଭିନେତା ଅବୀର ଗୋସ୍ବାମୀଙ୍କ ମୃତ୍ୟୁ ଟ୍ରେଡ୍‌ମିଲ୍‌ରେ ଦୌଡ଼ିବା ସମୟରେ ହିଁ ହୋଇଥିଲା। ଟ୍ରେଡ୍‌ମିଲ୍‌ରେ ଦୌଡ଼ିବା ସମୟରେ ମଧ୍ୟ ତାଙ୍କର ହୃଦ୍‌ଘାତ ହୋଇଥିଲା ଓ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା।

ଟ୍ରେଡ୍‌ମିଲ୍‌ରେ ଦୌଡ଼ିବା କାହିଁକି ଘାତକ ହୋଇପାରେ

ତେବେ ଏଠାରେ ପ୍ରଶ୍ନ ଉଠୁଛି, ବ୍ୟାୟାମ କରିବା, ଜିମ୍‌ ଯିବା, ୱାର୍କଆଉଟ୍‌ କରିବା, ଟ୍ରେଡ୍‌ମିଲ୍‌ରେ ଦୌଡ଼ିବା ଫଳରେ କ’ଣ ହୃଦ୍‌ଘାତ ଆଶଙ୍କା ରହିଥାଏ। ଏବେ ଡାକ୍ତରମାନେ ଲୋକଙ୍କୁ ବ୍ୟାୟାମ କରିବା, ଫିଜିକାଲ ଆକ୍ଟିଭିଟି କରିବାକୁ ପରାମର୍ଶ ଦେଉଛନ୍ତି। ଏପରିସ୍ଥଳେ ଏଭଳି ଖବର ଶୁଣି ଆପଣଙ୍କ ମନରେ ଏହି ପ୍ରଶ୍ନ ନିହାତି ଭାବେ ଉଠୁଥିବ ଯେ ବ୍ୟାୟାମ କରିବା ସତରେ କ’ଣ ଆପଣଙ୍କ ପାଇଁ ଘାତକ ପ୍ରମାଣିତ ହେବ! ତେବେ ଏହା ଆଦୌ ବି ଠିକ୍‌ ନୁହେଁ। ତେବେ ବ୍ୟାୟାମ କରିବାବେଳେ ଆପଣଙ୍କୁ କେତେକ ଆବଶ୍ୟକୀୟ କଥା ପ୍ରତି ଧ୍ୟାନ ଦେବା ଉଚିତ।

ଫିଜିକାଲ ଚେକ୍‌ଅପ୍‌ ନିହାତି କରନ୍ତୁ
ସିନିଅର ସର୍ଜନ ଡା. ବିପି ସିଂ କହିଛନ୍ତି ଯେ ଜିମ୍‌ ଜଏନ୍‌ କରିବା ପୂର୍ବରୁ ଥରେ ନିଜ ଡାକ୍ତରଙ୍କ ପାଖରେ ଫିଜିକାଲ ଚେକ୍‌ଅପ୍‌ କରିନେବା ଉଚିତ। ଯାହାଫଳରେ ଜଣାପଡ଼ିବ ଯେ ଆପଣଙ୍କୁ ଅନ୍ୟ କୌଣସି ରୋଗ ଅଛି କି ନାହିଁ। ଅନେକ ସମୟରେ ରୋଗ ଶରୀର ଭିତରେ ଲୁକ୍କାୟିତ ଭାବେ ରହିଥାଏ, କିନ୍ତୁ ଆମେ ଏହା ଜାଣିପାରି ନ ଥାଉ। ଯଦି ଆପଣଙ୍କୁ ଜଣାଅଛି ଆପଣଙ୍କଠାରେ କେଉଁ ପ୍ରକାର ରୋଗ ଅଛି, ତେବେ ଡାକ୍ତରଙ୍କ ପରାମର୍ଶ ନେଇ ବ୍ୟାୟାମ କରନ୍ତୁ।

ହାର୍ଟ ରେଟ୍‌ ଉପରେ ରଖନ୍ତୁ ନଜର
ଫିଟ୍‌ନେସ୍‌ ବିଶେଷଜ୍ଞ ସରବଜିତ କୌର କହିଛନ୍ତି ଯେ ଟ୍ରେଡ୍‌ମିଲ୍‌ର ଦୌଡ଼ିବା ସମୟରେ ନିଜ ହାର୍ଟରେଟ୍‌ ଉପରେ ନଜର ରଖନ୍ତୁ। ଆପଣଙ୍କ ହାର୍ଟ ରେଟ୍‌‌, ଟାର୍ଗେଟ୍‌ ହାର୍ଟ ରେଟ୍‌ରୁ  ଅଧିକ ହେବା ଉଚିତ ନୁହେଁ। ଏଥିସହିତ ଷ୍ଟେରଏଡ୍‌ଯୁକ୍ତ ପ୍ରୋଟିନ୍‌ ପାଉଡର ସେବନ କରିବାଦ୍ବାରା ମଧ୍ୟ ମୃତ୍ୟୁ ଆଶଙ୍କା ଅନେକ ଗୁଣା ବଢ଼ିଯାଏ।

ୱାର୍ମ ଅପ୍‌ରେ ଷ୍ଟ୍ରେଚିଙ୍ଗକୁ ସାମିଲ୍‌ କରନ୍ତୁ
ଜିମ୍‌ରେ ୱାର୍କଆଉଟ୍‌ କରିବା ପୂର୍ବରୁ ଟ୍ରେଡ୍‌ମିଲ୍‌ରେ ହାଲୁକା ପୁଲୁକା ଭାବେ ରନିଙ୍ଗ ଓ ଷ୍ଟ୍ରେଚିଂ କରି ୱାର୍ମଅପ୍‌ ନିହାତି କରିବା ଉଚିତ। ଏହାଦ୍ବାରା ଆପଣଙ୍କ ବଡ଼ି ଜିମ୍‌ ପାଇଁ ପ୍ରସ୍ତୁତ ହୋଇଯାଇଥାଏ। ଜିମ୍‌ ପହଞ୍ଚିବା ମାତ୍ରେ ଅଚାନକ ହେଭି ୱାର୍କଆଉଟ୍‌ କରିବା ଆରମ୍ଭ କରନ୍ତୁ ନାହିଁ। ଧିରେ ଧିରେ ଏହାର ସ୍ପିଡ୍‌ ବଢ଼ାନ୍ତୁ।

ଟ୍ରେଡ୍‌ମିଲ୍‌ରେ ଧିରେ ଧିରେ ବଢ଼ାନ୍ତୁ ସ୍ପିଡ
ପଡ଼ିଆରେ ଦୌଡ଼ିବାଠାରୁ ଟ୍ରେଡ୍‌ମିଲ୍‌ରେ ଦୌଡ଼ିବା ସମ୍ପୂର୍ଣ୍ଣ ଭାବେ ଅଲଗା। ଆପଣ ଯେତେ ଅଭିଜ୍ଞ ରନ୍‌ର ହୋଇଥିଲେ ମଧ୍ୟ ଟ୍ରେଡ୍‌ମିଲ୍‌ରେ ଦୌଡ଼ିବା ସମୟରେ ପ୍ରଥମ ଲୋଏଷ୍ଟ ସ୍ପିଡ୍‌ରୁ ଆରମ୍ଭ କରନ୍ତୁ। ଅଚାନକ ହାର୍ଟ ରେଟ୍‌ ବଢ଼ିବା ଦ୍ବାରା କାର୍ଡିଆକ୍‌ ଆରେଷ୍ଟ କିମ୍ବା ହାର୍ଟ ଆଟାକ୍‌ ଆଶଙ୍କା ବଢ଼ିଯାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ