ଏଥର ନବରାତ୍ରର ଟ୍ରେଣ୍ଡି ଟାଟୁରେ ନ୍ୟୁ ଇଣ୍ଡିଆର ଝଲକ


୨୯ ସେପ୍ଟେମ୍ବରରୁ ନବରାତ୍ରୀ ଆରମ୍ଭ ହେଉଛି। ଗୁଜରାଟରେ ଏହାର ଜୋର୍‌ସୋର୍‌ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ବର୍ଷ ବଦଳିବା ସହିତ ନବରାତ୍ରୀରେ ମେହେନ୍ଦୀ ଓ ଟାଟୁର ଟ୍ରେଣ୍ଡ ମଧ୍ୟ ବଦଳି ଯାଏ। ଏହି ନବରାତ୍ରୀରେ ଯୁବପିଢ଼ତ ମୋଦି-ଟ୍ରମ୍ପଙ୍କ ବନ୍ଧୁତ୍ବରୁ ଆରମ୍ଭ କରି ପ୍ଲାଷ୍ଟିକ୍‌ ବ୍ୟାନ୍‌ ଓ କଶ୍ମୀର ଭଳି ପ୍ରସଙ୍ଗକୁ ନେଇ ତିଆରି କରାଯାଉଥିବା ଟାଟୁ ପସନ୍ଦ କରୁଛନ୍ତି। ଏହା ଜରିଆରେ ଅନ୍ୟମାନଙ୍କୁ ଏକ ସ୍ବତନ୍ତ୍ର ସନ୍ଦେଶ ଦେବାକୁ ଚେଷ୍ଟା କରାଯାଉଛି।

ଟାଟୁରେ ମୋଦି-ଟ୍ରମ୍ପଙ୍କ ବନ୍ଧୁତ୍ବ
ହାଓଡି ମୋଦି କାର୍ଯ୍ୟକ୍ରମରେ ପୂରା ବିଶ୍ବ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବନ୍ଧୁତ୍ବ ଦେଖିଲେ। ବିଶେଷକରି ଯୁବପିଢ଼ି ଭାରତ-ଆମେରିକାର ଏହି ବନ୍ଧୁତ୍ବ ଦେଖି ଖୁବ୍‌ ଉତ୍ସାହିତ ଅଛନ୍ତି। ତେଣୁ ଏବେ ଏପରି ଏକ ଟାଟୁ ଡିଜାଇନ୍‌ କରାଯାଉଛି, ଯେଉଁଥିରେ ମୋଦି ଓ ଟ୍ରମ୍ପଙ୍କ ବନ୍ଧୁତ୍ବ ଦେଖାଯାଉଛି।

ହେଲମେଟ୍‌ ପିନ୍ଧିବାର ସନ୍ଦେଶ
ପ୍ରତ୍ୟେକ ବର୍ଷ ଗରବା ପ୍ରେମୀମାନେ ଅଲଗା ଅଲଗା ଥିମ୍‌ର ଟାଟୁ କରୁଛନ୍ତି। କିନ୍ତୁ ଏଥର ଟାଟୁ ଏକ ସ୍ବତନ୍ତ୍ର ସନ୍ଦେଶ ଦେଉଛି। ଏଥିମଧ୍ୟରୁ ଗୋଟିଏ ହେଉଛି ହେଲମେଟ୍‌ ପିନ୍ଧିବାର ସନ୍ଦେଶ। ଏହି ଟାଟୁରେ ଜଣେ ପୋଲିସ୍‌ କର୍ମୀ ହେଲମେଟ୍‌ ପିନ୍ଧିବାକୁ ଅପିଲ୍‌ କରୁଥିବା ଦେଖିବାକୁ ମିଳୁଛି।

କଶ୍ମୀର ଉପରେ ସନ୍ଦେଶ

ଏବେ ଟାଟୁର ଥିମ୍‌ରେ ଦେଶ ପାଇଁ ଲୋକଙ୍କ ପ୍ରେମ ଝଲକୁଥିବା ଦେଖିବାକୁ ମିଳୁଛି। ଧାରା ୩୭୦ ହଟାଇବା ପରେ ଏବେ କଶ୍ମୀର ପୂରା ଭାରତର ଅଂଶବିଶେଷ ହୋଇଯାଇଛି। ତ୍ରିରଙ୍ଗା ସହିତ କଶ୍ମୀର ହମାରା ହୈ ନାମକ ସ୍ବତନ୍ତ୍ର ମେସେଜ୍‌ ସହିତ ଟାଟୁ କରି ଯୁବପିଢ଼ି ନିଜ ଖୁସି ଜାହିର କରିଛନ୍ତି।

ପ୍ଲାଷ୍ଟିକ୍‌ ବ୍ୟାନ୍‌ ଓ ଇସ୍ରୋର ଝଲକ
ନୂଆ ଭାରତର ଯୁବପିଢ଼ିଙ୍କ ହୃଦୟରେ ରାଜ କରୁଛି ପ୍ଲାଷ୍ଟିକ୍‌ ବ୍ୟାନ୍‌ ଓ ଇସ୍ରୋ। ଏହାର ପ୍ରମାଣ ଦେଉଛି ଏହି ନୂଆ ଟ୍ରେଣ୍ଡର ଟାଟୁ। କେତେକ ପ୍ରକୃତି ପ୍ରେମୀ ଟାଟୁ ଜରିଆରେ ପ୍ଲାଷ୍ଟିକ୍‌ ବ୍ୟାନ୍‌ର ସନ୍ଦେଶ ଲୋକଙ୍କ ନିକଟରେ ପହଞ୍ଚାଉଛନ୍ତି। ସେହିପରି ଟାଟୁରେ ଚନ୍ଦ୍ରଯାନ-୨ ପାଇଁ ଇସ୍ରୋକୁ ଶୁଭେଚ୍ଛା ମଧ୍ୟ ଦିଆଯାଉଛି। 

ପ୍ରକୃତି ବଞ୍ଚାଅ ସନ୍ଦେଶ
ନବରାତ୍ରୀର ନୂଆ ରଙ୍ଗ ନୂଆ ରୂପ ଏହି ଟାଟୁରେ ଦେଖିବାକୁ ମିଳିଥାଏ। ‘ସେଭ୍‌ ଆର୍ଥ’ ଟାଟୁ ଜରିଆରେ ଯୁବପିଢ଼ି ପର୍ଯ୍ୟାବରଣ ଓ ପୃଥିବୀକୁ ବଞ୍ଚାଇବା ସନ୍ଦେଶ ଲୋକଙ୍କୁ ଦିଆଯାଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ