ୟେଲୋ ପରେ ଏବେ ଟ୍ରେଣ୍ଡରେ ଗ୍ରୀନ୍‌ କଲର, ଦିଭାଙ୍କଠାରୁ ନିଅନ୍ତୁ ଷ୍ଟାଇଲିଂ ଟିପ୍ସ


କିଛି ଦିନ ପୂର୍ବରୁ ବଲିଉଡ୍‌ ଦିଭାଙ୍କ ମଧ୍ୟରେ ସନ୍‌ଶାଇନ୍‌ ୟୋଲୋ ରଙ୍ଗ ବହୁତ ଟ୍ରେଣ୍ଡରେ ରହିଥିଲା। ବଲିଉଡ୍‌ର ପ୍ରାୟ ସମସ୍ତ ଅଭିନେତ୍ରୀ ଏହି ରଙ୍ଗର ପୋଷାକ ପିନ୍ଧୁଥିବା ଦେଖିବାକୁ ମିଳୁଥିଲା। କିନ୍ତୁ ଏବେ ଟ୍ରେଣ୍ଡ ବଦଳି ଯାଇଛି ଓ ୟେଲୋ ରଙ୍ଗର ସ୍ଥାନ ନେଇଛି ଗ୍ରୀନ୍‌। ବଲିଉଡ୍‌ ବିଉଟିଙ୍କ ମଧ୍ୟରେ ଏବେ ଗ୍ରୀନ୍‌ ରଙ୍ଗ ଟ୍ରେଣ୍ଡ କରିବାରେ ଲାଗିଛି।

ସୋନମଙ୍କ ଅଲଗା ଷ୍ଟାଇଲ୍‌
ବଲିଉଡ୍‌ ଫ୍ୟାଶିନିଷ୍ଟା ସୋନମ କପୁର ଆହୁଜା କିଛି ଦିନ ତଳେ ଗ୍ରୀନ୍‌ ରଙ୍ଗର ଟ୍ରେଣ୍ଡ ଅନୁସରଣ କରି ଅଫ୍‌ ଶୋଲ୍ଡର, କର୍ସେଟ୍‌ ଷ୍ଟାଇଲ୍‌, ଫୁଲ୍‌ ସ୍ଲିଭ୍‌ସ, ପେନ୍‌ସିଲ କଟ୍‌ ଗାଉନ୍‌ରେ ନଜର ଆସିଥିଲେ। ଏହି ଗାଉନ୍‌ ସହିତ ସୋନମ ବ୍ଲାକ୍‌ କଲର ହିଲ୍ସ, ବ୍ଲାକ୍‌ ବ୍ୟାଗ୍‌ ଓ ବ୍ଲାକ୍‌ କଲରର ଚୋକୋର ନେକ୍‌ଲେସ୍‌ ସହିତ ଟିମ୍‌ଅପ୍‌ କରି ପିନ୍ଧିଥିଲେ।

ସୋନାକ୍ଷୀ ବି ଅନୁସରଣ କଲେ ଗ୍ରୀନ୍‌ ଟ୍ରେଣ୍ଡ

ବଲିଉଡ୍‌ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ମଧ୍ୟ ଗ୍ରୀନ୍‌ ରଙ୍ଗର ଟ୍ରେଣ୍ଡ ଅନୁସରଣ କରିଥିବା ଦେଖିବାକୁ ମିଳିଛି। କିଛି ଦିନ ପୂର୍ବରୁ ସୋନାକ୍ଷୀ ଗ୍ରୀନ୍‌ ରଙ୍ଗର ସୁଟ୍‌ରେ ଟ୍ରାଡିସ୍‌ନାଲ ଲୁକ୍‌ରେ ନଜର ଆସିଥିଲେ। ସେହିପରି ସୋନାକ୍ଷୀ ରଙ୍ଗର ୱାଇଡ୍‌ ଲେଗ୍‌ଡ ପ୍ୟାଣ୍ଟ, ବ୍ରାଲେଟ୍‌ ଷ୍ଟାଇଲ୍‌ ଟପ୍‌ ଓ ଲଙ୍ଗ ଶ୍ରଗ୍‌ରେ ସେକ୍ସି ନଜର ଆସିଥିଲେ।

ଗ୍ରୀନ୍‌ ରଙ୍ଗର ଅଲଗା ଅଲଗା ଶେଡ୍‌ରେ ପ୍ରିୟଙ୍କା

ବଲିଉଡ୍‌ର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ମଧ୍ୟ ନିଜ ଷ୍ଟାଇଲ୍‌ ଓ ଡ୍ରେସିଙ୍ଗ ସେନ୍ସକୁ ଚର୍ଚ୍ଚାରେ ରହିଥାନ୍ତି। ବଟଲ ଗ୍ରୀନ୍‌ ରଙ୍ଗର ଫୁଲ୍‌ ସ୍ଲିଭ୍‌ସ ଟପ୍‌ ସଙ୍ଗେ ଡେନିମ୍‌ ଟିମ୍‌ଅପ୍‌ କରି ପିନ୍ଧିଥିଲେ। ଆଉ ଏକ କାର୍ଯ୍ୟକ୍ରମରେ ପ୍ରିୟଙ୍କା ଡିପ୍‌ ଗ୍ରୀନ୍‌ ରଙ୍ଗର ବେଲ୍ଟେଡ୍‌ ଡ୍ରେସ୍‌ରେ ଦେଖିବାକୁ ମିଳିଥିଲେ।

ଦୀପିକାଙ୍କୁ ମଧ୍ୟ ପସନ୍ଦ ଗ୍ରୀନ୍‌
ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ଅନେକ କାର୍ଯ୍ୟକ୍ରମରେ ଗ୍ରୀନ୍‌ ଏବଂ ନିଅନ ଗ୍ରୀନ୍‌ ରଙ୍ଗର ପୋଷାକରେ ନଜର ଆସୁଥିଲେ। ଏକ ପୁରସ୍କାର ଗ୍ରହଣ କାର୍ଯ୍ୟକ୍ରମରେ ଦୀପିକା ଗ୍ରୀନ୍‌ ରଙ୍ଗର ପ୍ୟାଣ୍ଟ ସହିତ ଡ୍ରାମାଟିକ୍‌ ଟପ୍‌ ପିନ୍ଧିଥିଲେ। ସେହିପରି କାନ୍ସ ୨୦୧୯ ରେଡ୍‌ କାର୍ପେଟ୍‌ରେ ଦୀପିକା ନିଅନ ରଙ୍ଗର ରଫଲ୍‌ ଡ୍ରେସ୍‌ରେ ନଜରସେିଥିଲେ।

ତମନ୍ନାଙ୍କ ଉପରେ ଗ୍ରୀନ୍‌ ରଙ୍ଗର ଯାଦୁ
ଅଭିନେତ୍ରୀ ତମନ୍ନା ଭାଟିଆ ମଧ୍ୟ ଅନେକ କାର୍ଯ୍ୟକ୍ରମରେ ଗ୍ରୀନ୍‌ ଓ ନିଅନ କଲରର ପାଷାକରେ ଦେଖିବାକୁ ମିଳିଥିଲେ। ତମନ୍ନା ଉଭୟ ଗ୍ରୀନ୍‌ ରଙ୍ଗର ବେଲ୍ଟେଡ୍‌ ସ୍ଲିଭ୍‌ଲେସ୍‌ ରାପ ଡ୍ରେସ୍‌ ଓ ନିଅନ ରଙ୍ଗର ପ୍ଲିଟେଡ୍‌ ଡିଜାଇନ୍‌ର ଅଫ୍‌ ଶୋଲ୍ଡର ଫ୍ରକ୍‌ରେ ହଟ୍‌ ଓ ସେକ୍ସି ଦେଖାଯାଉଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ