ପିଲାଙ୍କ ପାଇଁ ଘରେ ତିଆରି କରନ୍ତୁ ସ୍ବାଦିଷ୍ଟ ଫାଲୁଦା


ପିଲାଙ୍କ ପାଇଁ ଘରେ କିଛି ଥଣ୍ଡା ଓ ମଜାଦାର ମିଠା ପ୍ରସ୍ତୁତ କରିବାକୁ ଚାହୁଥିଲେ, ଆପଣ ସ୍ବାଦିଷ୍ଟ ଫାଲୁଦା ତିଆରି କରିପାରିବେ। ଏଠାରେ ଫାଲୁଦା ତିଆରି କରିବାର ବିଧି ସମ୍ପର୍କରେ ସୂଚନା ଦିଆଯାଇଛି। ଯାହା ବୟସ୍କରୁ ଆରମ୍ଭ କରି ପିଲାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଖୁବ୍‌ ପସନ୍ଦ ଆସିବ। ଚାଲନ୍ତୁ ଜାଣିବା ଏହି ରେସିପିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର
୨ କପ୍‌ କ୍ଷୀର, ଅଧ କପ୍‌ କଟା ଷ୍ଟ୍ରବେରୀ ଜେଲି, ୧ ଟିସ୍ପୁନ୍‌ ଫାଲୁଦା, ୫ଟି କଟା ପିସ୍ତା, ୨ଟି କଟା ଚେରି, ୫୦ ଗ୍ରାମ୍‌ ଚିନି, ୫ ଟେବଲସ୍ପୁନ୍‌ ରୋଜ୍‌ ସିରପ, ଅଧ କପ୍‌ ଫାଲୁଦା ସିମେଇ, ୫ଟି କଟା କାଜୁ ବାଦାମ।

ପ୍ରସ୍ତୁତ ପ୍ରଣାଳୀ

ପ୍ରଥମେ ଏକ ପ୍ୟାନ୍‌ରେ କ୍ଷୀର ଗରମ କରି ଧିମା ଆଞ୍ଚରେ ଫୁଟାନ୍ତୁ। ଏଥିରେ ୫ ଟେବଲସ୍ପୁନ୍‌ ରୋଜ୍‌ ସିରପ ମିଶାଇ ଗାଢ଼ ହେବା ପର୍ଯ୍ୟନ୍ତ ଫୁଟାନ୍ତୁ। ଏବେ ଧିମା ଆଞ୍ଚରେ ପ୍ୟାନ୍‌ ଗରମ କରି ଏଥିରେ ପାଣି ଫୁଟାନ୍ତୁ। ଏଥିରେ ଫାଲୁଦା ସିମେଇ ପକାଇ ନରମ ହେବା ଯାଏ ସିଝାନ୍ତୁ। ଏହାକୁ ପାଣିରୁ ବାହାର କରି ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ଥଣ୍ଡା କରିବା ପାଇଁ ଫାଲୁଦା ସିମେଇକୁ ଫ୍ରିଜ୍‌ରେ କିଛି ସମୟ ରଖିଦିଅନ୍ତୁ। ଏବେ ସର୍ଭିଂ ଗ୍ଲାସ୍‌ରେ ୧ ଟେବଲସ୍ପୁନ୍‌ ରୋଜ୍‌ ସିରପ୍‌, ଅଧ କପ୍‌ କଟା ଷ୍ଟ୍ରବେରୀ ଜେଲି ଓ ଥଣ୍ଡା ଫାଲୁଦା ସିମେଇ ମିକ୍ସ କରନ୍ତୁ। ଏବେ ଏହା ଉପରେ ୨ କପ୍‌ ଥଣ୍ଡା କ୍ଷୀର, କିଛି ମାତ୍ରାରେ ରୋଜ୍‌ ସିରପ୍‌, କଟା ବାଦାମ, ପିସ୍ତା, ଚେରୀ ପକାଇ ସଜାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସ୍ବାଦିଷ୍ଟ ଫାଲୁଦା। ଏହାକୁ ଏବେ ଆପଣ ପିଲାଙ୍କୁ ଦିଅନ୍ତୁ ଓ ନିଜେ ଖାଆନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ