‘ଦ ସ୍କାଏ ଇଜ୍‌ ପିଙ୍କ୍‌’ ପ୍ରିମିଅରରେ ଭାବପ୍ରବଣ ହେଲେ ପ୍ରିୟଙ୍କା


ଯେବେଠାରୁ ପ୍ରିୟଙ୍କା ଚୋପ୍ରାଙ୍କ ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ର ଟ୍ରେଲର ରିଲିଜ୍‌ ହୋଇଛି, ସେବେଠାରୁ ଏହି ଫିଲ୍ମକୁ ନେଇ ତାଙ୍କ ପ୍ରଶଂସକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଟ୍ରେଲରରେ ଫରହାନ ଅଖତର ଓ ପ୍ରିୟଙ୍କାଙ୍କ ଅନ୍ଦାଜ ଦର୍ଶକଙ୍କ ହୃଦୟ ଜିତିବାରେ ଲାଗିଛି। ପ୍ରିୟଙ୍କା ଦୀର୍ଘ ଦିନ ବ୍ୟବଧାନରେ ବଲିଉଡ୍‌କୁ ଫେରୁଥିବାରୁ ଦର୍ଶକଙ୍କ ଉତ୍ସାହ ଆହୁରି ବଢ଼ି ଯାଇଥିବା ଦେଖିବାକୁ ମିଳିଛି। ଶୁକ୍ରବାର ଟରଣ୍ଟୋ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ (ଟିଆଇଏଫ୍‌ଏଫ୍‌)ରେ ଏହି ସିନେମାର ପ୍ରିମିଅର ହୋଇଥିଲା। ଏହି ପ୍ରିମିଅର ସମୟର ଏକ ଭିଡ଼ିଓ ଏବେ ସୋସାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପ୍ରିୟଙ୍କା ଭାବପ୍ରବଣ ହୋଇ ଲୁହ ପୋଛୁଥିବା ଦେଖିବାକୁ ମିଳୁଛି।

ସୋସାଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଫିଲ୍ମର ପୂରା ଷ୍ଟାରକାଷ୍ଟ ଠିଆ ହୋଇଥିବା ଦେଖିବାକୁ ମିଳୁଛି। ବ୍ୟାକ୍‌ଗ୍ରାଉଣ୍ଡରେ ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ ସିନେମାର ଏକ ଗୀତ ମଧ୍ୟ ବାଜୁଛି ଓ ଥିଏଟରରେ ଲୋକେ ଠିଆ ହୋଇ ତାଳି ବଜାଉଥିବା ଦେଖିବାକୁ ମିଳୁଛି। ନିଜ ଫିଲ୍ମକୁ ମିଳୁଥିବା ଏହି ପ୍ରତିକ୍ରିୟା ଦେଖି ଫିଲ୍ମର ନିର୍ଦେଶକ ସୋନାଲୀ ବୋଷ ବହୁତ ଖୁସି ଦେଖାଯାଉଛନ୍ତି। ସୋନାଲୀ ଆଗେଇ ଆସି ପ୍ରିୟଙ୍କାଙ୍କୁ ଆଲିଙ୍ଗନ କରିବା ସହ ଉଭୟ କିଛି ସମୟ ଏଇ ଭଳି ରହୁଥିବା ଦେଖିବାକୁ ମିଳୁଛି। ସୋନାଲୀଙ୍କ ଆଲିଙ୍ଗନ ପରେ ଭିଡ଼ିଓରେ ପ୍ରିୟଙ୍କା ଖୁବ୍‌ ଭାବପ୍ରବଣ ହୋଇଯିବା ସହିତ ଆଖିରୁ ଲୁହ ପୋଛୁଥିବା ଦେଖିବାକୁ ମିଳୁଛି। ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ ସିନେମା ଚଳିତ ବର୍ଷ ୧୧ ଅକ୍ଟୋବରରେ ରିଲିଜ୍‌ ହେବାକୁ ଯାଉଛି। ଏହି ସିନେମାରେ ପ୍ରିୟଙ୍କାଙ୍କ ବ୍ୟତୀତ ଜାୟରା ୱସୀମ, ଫରହାନ ଅଖତର, ରୋହିତ ସରାଫ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି। ଏହି ସିନେମା ମୋଟିଭେସନାଲ ସ୍ପିକର ଆୟଶା ଚୌଧୁରୀଙ୍କ ଜୀବନୀ ଉପରେ ଆଧାରିତ। ଫରହାନ ଓ ପ୍ରିୟଙ୍କା ଏହି ସିନେମାରେ ଆୟଶାଙ୍କ ପିତାମାତା ଭୂମିକାରେ ଅଭିନୟ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ