ପାଣି ଭିତରେ ଖତରନାକ ଦୃଶ୍ୟ, ‘ଭୂତ୍‌’ର ନୂଆ ପୋଷ୍ଟର ରିଲିଜ୍‌


ଭିକ୍କି କୌଶଲଙ୍କ ଆଗାମୀ ସିନେମା ‘ଭୂତ୍‌’ର ନୂଆ ପୋଷ୍ଟର ରିଲିଜ୍‌ ହୋଇଛି। ଧର୍ମା ପ୍ରଡକ୍ସନ୍‌ ବ୍ୟାନର ତଳେ ନିର୍ମିତ ଏହି ଫିଲ୍ମ ପୋଷ୍ଟରକୁ କରନ ଜୋହର ନିଜ ସୋସାଲ ମିଡିଆରେ ଶେୟାର କରିଛନ୍ତି। ପୋଷ୍ଟରରେ ଫିଲ୍ମର ଖୁବ୍‌ ଖତରନାକ ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ପୋଷ୍ଟରରେ ଭିକ୍କି ପାଣିରେ ବୁଡ଼ୁଥିବା ନଜର ଆସୁଥିବାବେଳେ ତାଙ୍କୁ ପଛରୁ ଏକ ଭୂତ ତାଙ୍କୁ ଭିଡ଼ି ଧରିଥିବା ଦେଖିବାକୁ ମିଳୁଛି। ଭିକ୍କି ଗତ ସପ୍ତାହରେ ଏହି ଫିଲ୍ମର ଶୁଟିଂ ଶେଷ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ ଜୁନ୍‌ ମାସରେ ଫିଲ୍ମ ନିର୍ମାତା ‘ଭୂତ୍‌’ ସିନେମାର ପ୍ରଥମ ପୋଷ୍ଟର ରିଲିଜ୍‌ କରିଥିଲେ। ଯେଉଁଥିରେ ଭୟଭୀତ ଆଖି ସହିତ ଭିକ୍କି ଚିଲ୍ଲାଉ ଥିବା ଦେଖିବାକୁ ମିଳିଥିଲା। ଏହି ନୂଆ ପୋଷ୍ଟରରେ ଡରର ସେହି ମାହୋଲ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ଭିକ୍କି କୌଶଲଙ୍କ ସହ ଭୂମି ପେଦେନକର ମଧ୍ୟ ନଜର ଆସିବେ। ଫିଲ୍ମର ନିର୍ଦେଶନା ନୂଆ ନିର୍ଦେଶକ ଭାନୁ ଦେଇଛନ୍ତି। ଏହି ‘ଭୂତ୍‌’ ଫିଲ୍ମଟି ୧୫ ନଭେମ୍ବରରେ ରିଲିଜ୍‌ ହେବାକୁ ଯାଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ