୧୦୦ ଦିନ ପରେ ଆସୁଛନ୍ତି ଦବଙ୍ଗ, ସ୍ବାଗତ କରିବେନି କି?


ବଲିଉଡ୍‌ ଦବଙ୍ଗ ସଲମାନ ଖାନ ପୁଣିଥରେ ବଡ଼ ପରଦାକୁ ଚୁଲବୁଲ ପାଣ୍ଡେ ଅର୍ଥାତ ଦେଶୀ ରବିନ୍‌ହୁଡ୍‌ ଅନ୍ଦାଜରେ ଫେରୁଛନ୍ତି। ସଲମାନ ବୁଧବାର ତାଙ୍କ ଆଗାମୀ ସିନେମା ‘ଦବଙ୍ଗ ୩’ର ମୋସନ ପୋଷ୍ଟର ରିଲିଜ୍‌ କରିଛନ୍ତି। ଏହି ମୋସନ ପୋଷ୍ଟର ଏଥିପାଇଁ ବି ଖାସ୍‌, କାରଣ କିଛି ଦିନ ତଳେ ଏହି ଫିଲ୍ମର ରିଲିଜ୍‌ ଡେଟ୍‌ ବଦଳିଥିବା ଖବର ଶୁଣିବାକୁ ମିଳିଥିଲା। କୁହାଯାଉଥିଲା ନିଜ ‘କିକ୍‌ ୨’ ଫିଲ୍ମର ଶୁଟିଂ ବିଳମ୍ବ ହେଉଥିବା କାରଣରୁ ସଲମାନଙ୍କ ‘ଦବଙ୍ଗ ୩’କୁ ଆସନ୍ତା ବର୍ଷ ରିଲିଜ୍‌ କରାଯିବ। କିନ୍ତୁ ଏହି ନୂଆ ମୋସନ୍‌ ପୋଷ୍ଟର ରିଲିଜ୍‌ କରି ଭାଇଜାନ ଏହି ସବୁ ଅଟକଳ ଉପରେ ବିରାମ ଲଗାଇଛନ୍ତି।

ସଲମାନ ଟ୍ବିଟ୍‌ କରି ‘ଦବଙ୍ଗ ୩’ର ଅଫିସିଆଲ ମୋସନ ପୋଷ୍ଟର ରିଲିଜ୍‌ କରିଛନ୍ତି। ଏହାର କ୍ୟାପସନ୍‌ରେ ଲେଖିଛନ୍ତି ‘ଆସୁଛନ୍ତି ୧୦୦ ଦିନ ପରେ। ଚୁଲବୁଲ ରବିନ୍‌ହୁଡ୍‌ ପାଣ୍ଡେ, ଠିକ୍‌ ୧୦୦ ଦିନ ପରେ ଆସୁଛନ୍ତି। ତାଙ୍କର ସ୍ବାଗତ କରନ୍ତୁ ବୋଲି କ୍ୟାପ୍‌ସନ ଦେଇଛନ୍ତି। ଏହି କ୍ୟାପ୍‌ସନ ସହ ସଲମାନ ଏକ ମୋସନ ପୋଷ୍ଟର ରିଲିଜ୍‌ କରିଛନ୍ତି। ଏହି ଭିଡ଼ିଓରେ ସଲମାନ ଦବଙ୍ଗ ଅନ୍ଦାଜରେ ଚାଲୁଥିବା ନଜର ଆସୁଛନ୍ତି। ଭିଡ଼ିଓରେ ସଲମାନ କହୁଛନ୍ତି ଯେ ସ୍ବାଗତ ନହୀଁ କରୋଗେ ହମାରା।

ନୂଆ ମୋସନ୍‌ ପୋଷ୍ଟର ପୁଣିଥରେ ‘ଦବଙ୍ଗ ୩’ର ରିଲିଜ୍‌ ଡେଟ୍‌ ଘୋଷଣା କରିଛି। ଏହି ଫିଲ୍ମ ଚଳିତ ବର୍ଷ ୨୦ ଡିସେମ୍ବରରେ ରିଲିଜ୍‌ ହେବାକୁ ଯାଉଛି। ମୋସନ୍‌ ପୋଷ୍ଟରରେ ସଲମାନ ସେହି ଦବଙ୍ଗ ଅନ୍ଦାଜରେ ନଜର ଆସୁଛନ୍ତି। ସୂଚନାଯୋଗ୍ୟ ଯେ ‘ଦବଙ୍ଗ ୩’ର ନିର୍ଦେଶନା ପ୍ରଭୁଦେବା ଦେଉଛନ୍ତି। ସଲମାନ ଓ ଅରବାଜ ଖାନଙ୍କ ପ୍ରଡକ୍ସନ୍‌ ହାଉସ୍‌ ଏହି ସିନେମାର ପ୍ରଯୋଜନା ଦାୟିତ୍ବ ନେଇଛନ୍ତି। ଏହି ଫିଲ୍ମ ୨୦୧୨ରେ ରିଲିଜ୍‌ ହୋଇଥିବା ‘ଦବଙ୍ଗ’ର ସିକ୍ବେଲ ଅଟେ। ‘ଦବଙ୍ଗ ୩’ ହିନ୍ଦୀ ବ୍ୟତୀତ ତେଲୁଗୁ, ତାମିଲ ଓ କନ୍ନଡ଼ ଭାଷାରେ ମଧ୍ୟ ରିଲିଜ୍‌ ହେବ ବୋଲି ସଲମାନ ଘୋଷଣା କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ