ଓଡ଼ିଆ ଆଇଏଏସ୍‌ ପ୍ରମୋଦ ମିଶ୍ର ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ


ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ବୁଧବାର ଦାୟିତ୍ୱ ନେଇଛନ୍ତି ଓଡ଼ିଆ ଆଇଏଏସ୍‌ ଅଫିସର ପ୍ରମୋଦ କୁମାର ମିଶ୍ର। ନୃପେନ୍ଦ୍ର ମିଶ୍ରଙ୍କ ଅବସର ପରେ ଆଇଏଏସ୍‌ ପ୍ରମୋଦ ମିଶ୍ର ଏହି ଦାୟିତ୍ୱ ନେଇଛନ୍ତି। ସମ୍ବଲପୁର ବାସିନ୍ଦା ପ୍ରମୋଦ ହେଉଛନ୍ତି ୧୯୭୨ ବ୍ୟାଚ୍‌ ଗୁଜୁରାଟ କ୍ୟାଡର ଆଇଏଏସ୍‌। ସେ ପୂର୍ବରୁ ଗୁଜରାଟ ସରକାରଙ୍କ ସହିତ କାମ କରିସାରିଛନ୍ତି।

ପ୍ରମୋଦ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଭାବେ କାର୍ଯ୍ୟରତ ଥିଲେ। ଚଳିତ ବର୍ଷ ଜୁନ୍ ୧୧ତାରିଖରୁ ସେ ଅତିରିକ୍ତ ପ୍ରମୁଖ ସଚିବ ଭାବେ ଦାୟିତ୍ବ ନେଇଥିଲେ। ସେ ପ୍ରଧାନମନ୍ତ୍ରୀଙ୍କ ବିଶ୍ବସ୍ତ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ।  ୧୧ ଅଗଷ୍ଟ ୧୯୪୮ ତାରିଖରେ ସମ୍ବଲପୁରରେ ଜନ୍ମ ଗ୍ରହଣ କରିଥିଲେ ପ୍ରମୋଦ ମିଶ୍ର। ସେ ଅର୍ଥନୀତିରେ ସ୍ନାତକ, ସ୍ନାତକୋତ୍ତର, ପିଏଚଡି ଡିଗ୍ରି ହାସଲ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ