୧୭କୁ ଚାଷୀଙ୍କ ନାମ ପଞ୍ଜୀକରଣ ଅବଧି ବୃଦ୍ଧି


ଭୁବନେଶ୍ୱର: ଖରିଫ୍‌ ବିପଣନ ୠତୁ ୨୦୧୯-୨୦ ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜୀକରଣ ସମୟସୀମା ସେପ୍ଟେମ୍ବର ୧୭ ତାରିଖକୁ ବୃଦ୍ଧି କରାଯାଇଛି। ରାଜ୍ୟରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜୀକରଣର ଶେଷ ତାରିଖ ୧୦ ସେପ୍ଟେମ୍ବର ରଖାଯାଇଥିବା ବେଳେ ଏହାକୁ ଆଉ ୭ ଦିନ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଯେଉଁ ଚାଷୀମାନେ ସେମାନଙ୍କ ନାମ ପଞ୍ଜୀକରଣ କରିପାରି ନାହାନ୍ତି ସେମାନେ ଏହି ୭ ଦିନ ମଧ୍ୟରେ ନାମ ପଞ୍ଜୀକରଣ କରାଇ ନେବାକୁ ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, ୨୦୧୯-୨୦ ଖରିଫ ଋତୁରେ ଚାଷୀଙ୍କଠୁ ବଳକା ଧାନ କ୍ରୟ ନିମନ୍ତେ ପି-ପାସ୍ ବ୍ୟବସ୍ଥାରେ ଚାଷୀଙ୍କ ପଞ୍ଜିକରଣ ଅବଧିକୁ ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏବେସୁଦ୍ଧା ପ୍ରାୟ ୧୦ ଲକ୍ଷ ଚାଷୀ ପଞ୍ଜୀକରଣ କରିସାରିଲେଣି। ଅହୁରି ବହୁ ସଂଖ୍ୟକ ଚାଷୀ ଏଯାବତ୍ ପଞ୍ଜୀକରଣ କରି ପାରି ନ ଥିବାରୁ ସରକାର ଏହି ସମୟସୀମା ବୃଦ୍ଧି କରିଛନ୍ତି। ଚାଷୀମାନେ ରାଜ୍ୟରେ ପ୍ରାଥମିକ କୃଷି ସମବାୟ ସମିତି, ଲ୍ୟାମ୍ପସ୍‌, ମହିଳା ସ୍ବଂୟ ସହାୟକ ଗୋଷ୍ଠୀ ଏବଂ ବିଭିନ୍ନ ପାଣି ପଞ୍ଚାୟତ ଦ୍ବାରା ଖରିଫ୍‌ ବିପଣନ ୠତୁ ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜୀକରଣ କରାଯାଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ