ଧରାପଡ଼ିଲେ ଛଦ୍ମବେଶୀ ବୃଦ୍ଧ: ବୟସ ୩୨, ଦର୍ଶାଇଥିଲେ ୮୧


ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧି ବିମାନବନ୍ଦରରେ ମଙ୍ଗଳବାର ଏକ ଅଭିନବ ଦୃଶ୍ୟ ସାମ୍ନାକୁ ଆସିଛି। ଜଣେ ୩୨ ବର୍ଷୀୟ ଯୁବକ ନିଜକୁ ୮୧ ବର୍ଷୀୟ ବୃଦ୍ଧ ବେଶରେ ସଜାଇ ଆମେରିକା ଯିବା ପାଇଁ ଚେଷ୍ଟା କରୁଥିଲା ବେଳେ ତାଙ୍କୁ ସିଆଇଏସ୍‌ଏଫ୍‌ ଧରିବାରେ ସଫଳ ହୋଇଛି। ଏହାପରେ ତାଙ୍କୁ ଅଟକ ରଖାଯାଇ ଅଧିକ ତଥ୍ୟ ସଂଗ୍ରହ ପାଇଁ ଉଦ୍ୟମ ଚାଲିଛି।

ଅହମଦବାଦର ଜୟେଶ ପଟେଲ ନାମକ ଜଣେ ୩୨ ବର୍ଷୀୟ ଯୁବକ ନିଜକୁ ଅମରିକ ସିଂହ ବୋଲି ଦର୍ଶାଇ ଏକ ଫେକ୍‌ ପାସପୋର୍ଟ କରିଥଲେ। ଯେଉଁ ପାସପୋର୍ଟରେ ତାଙ୍କ ଜନ୍ମ ତାରିଖ ୦୧-୦୨-୧୯୩୮ ଉଲ୍ଲେଖ ଥିଲା। ତାଙ୍କ ବୟସ ୮୧ ବର୍ଷ ବୋଲି ଦର୍ଶାଯାଇଥଲା। ଆଉ ସେ ଏହାକୁ ପ୍ରମାଣିତ କରି ବିମାନ ଯାଞ୍ଚ ବେଳେ ଖସିବା ପାଇଁ ନିଜ ଚୁଟି ଓ ଦାଢିକୁ ସମ୍ପୂର୍ଣ୍ଣ ଭାବେ ଧଳା ରଙ୍ଗ କରିଥିଲେ। ମୁଣ୍ଡରେ ମଧ୍ୟ ଧଳା ପଗଡ଼ି ପିନ୍ଧିଥିଲେ। ଆଉ ବୃଦ୍ଧ ବୋଲି ନିଜକୁ ପ୍ରମାଣିତ କରିବା ପାଇଁ ଗୋଟିଏ ହ୍ବିଲ୍‌ ଚେୟାରରେ ବିମାନବନ୍ଦରକୁ ଆସିଥିଲେ।

ମାତ୍ର ଯାଞ୍ଚ ବେଳେ ସେ କିନ୍ତୁ ସିଆଇଏସ୍‌ଏଫର ଛଞ୍ଚାଣ ଆଖିରୁ ଖସିବାରେ ସମର୍ଥ ହୋଇ ପାରି ନ ଥିଲେ। ତାଙ୍କ ଟୋନ, ସ୍କିନ୍‌ ଓ ସେ ପିନ୍ଧିଥିବା ଚଷମାରୁ ସିଆଇଏସ୍‌ଏଫ୍‌ ସନ୍ଦେହ କରି ତାଙ୍କୁ ଧରିବାରେ ସଫଳ ହୋଇଥିଲେ। ମାତ୍ର କ’ଣ ପାଇଁ ସେ ଏପରି ବେଶରେ ଆମେରିକା ଖସିବା ପାଇଁ ଚେଷ୍ଟା କରିଥିଲେ, ତାହା ସ୍ପଷ୍ଟ ହୋଇ ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ