ପ୍ରତିରକ୍ଷା କ୍ଷେତ୍ରରେ ଆଧୁନିକୀକରଣ: ଖର୍ଚ୍ଚ ହେବ ୧୩୦ ବିଲିଅନ ଡଲାର


ଭାରତ ସରକାର ପ୍ରତିରକ୍ଷାକୁ ଅଧିକ ମଜଭୁତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଉତ୍ତର ଓ ପଶ୍ଚିମ ସୀମାରେ ସୁରକ୍ଷାକୁ ଅଧିକ କଡ଼ାକଡ଼ି କରିବା ପାଇଁ ନିଷ୍ପତ୍ତି ନେବା ସହ ୩ ବାହିନୀରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଆସନ୍ତା ୫ରୁ ୭ ବର୍ଷ ଭିତରେ ୧୩୦ ବିଲିୟନ ଡଲାର ଅର୍ଥ ବ୍ୟୟ ହେବ ବୋଲି କୁହାଯାଇଛି। ମିସାଇଲ, ଫାଇଟର ଜେଟ୍‌, ସବମେରାଇନ୍‌, ୱାରଶିପ୍‌ ସଂଖ୍ୟା ବଢ଼ାଇବାକୁ ସ୍ଥିର ହୋଇଛି।

ପ୍ରାଥମିକ ପର୍ଯ୍ୟାୟରେ ଆର୍ମିରେ ୨୬୦୦ ଇନଫ୍ୟାଣ୍ଟ୍ରି କମ୍ବାଟ୍‌ ଭେଇକିଲ, ବୟୁସେନାରେ ୧୧୦ଟି ମଲ୍ଟିପଲ୍‌ ଫାଇଟର ଜେଟ୍‌ କିଣିବାକୁ ସ୍ଥିର ହୋଇଛି। ଚୀନ ସୀମାରେ ସୈନ୍ୟ ସଂଖ୍ୟା ବୃଦ୍ଧି କରିବା ସହ ଆକାଶବାହିନୀ ଓ ନୌବାହିନୀରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ସାମିଲ କରିବା ପରେ ଭାରତ ତା’ର ପ୍ରତିରକ୍ଷା ବିଭାଗର ବ୍ୟୟ ବୃଦ୍ଧି କରି ନିଜର ସୁରକ୍ଷାକୁ ଅଧିକ ମଜଭୁତ କରିବା ପାଇଁ ଏପରି ନିଷ୍ପତ୍ତି ନେଇଛି ବୋଲି କୁହାଯାଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ