ଜାଣନ୍ତୁ ୫୨ରେ ବି ଅକ୍ଷୟ କେମିତି ରଖନ୍ତି ନିଜକୁ ଫିଟ୍‌


ନିଜର ସମକାଳୀନ ଅଭିନେତାଙ୍କ ତୁଳନାରେ ଅକ୍ଷୟ କୁମାର ଦିନକୁ ଦିନ ଅଧିକ ୟଙ୍ଗ ହେବାରେ ଲାଗିଛନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ ଯେ ୫୨ ବର୍ଷ ବୟସରେ ମଧ୍ୟ ନିଜ ୱେଲ୍‌ ଟୋନ୍‌ଡ ବଡି ଓ ଫିଟ୍‌ନେସ୍‌ ମାଧ୍ୟମରେ ଅକ୍ଷୟ ଯେ କୌଣସି ପ୍ରଫେସନାଲ ଆଥ୍‌ଲେଟ୍‌ଙ୍କୁ ମଧ୍ୟ ମାତ୍‌ ଦେଇ ପାରିବେ। ଅକ୍ଷୟ ପ୍ରତ୍ୟେକ ଦିନ ସୋସାଲ ମିଡିଆରେ ନିଜ ୱାର୍କଆଉଟ୍‌ ଫଟୋ ଓ ଭିଡ଼ିଓ ଶେୟାର କରିବାରେ ଲାଗିଛନ୍ତି। ଏହା ମାଧ୍ୟମରେ ସାରା ବିଶ୍ବରେ ରହୁଥିବା ତାଙ୍କ ପ୍ରଶଂସକ ଓ ଫଲୋଅର୍ସଙ୍କୁ ଫିଟ୍‌ ଓ ସୁସ୍ଥ ରହିବା ଲାଗି ସେ ପରୋକ୍ଷରେ ଟିପ୍ସ ଦେବାରେ ଲାଗିଛନ୍ତି। ଚାଲନ୍ତୁ ଜାଣିବା ନିଜକୁ ଫିଟ୍‌ ରଖିବା ଲାଗି ଅକ୍ଷୟ କ’ଣ କରନ୍ତି।

ଷ୍ଟେରଏଡ୍‌, ପ୍ରୋଟିନ୍‌ ଶେକ୍‌ ଓ ପ୍ରୋଟିନ୍‌ ପାଉଡରଠାରୁ ଦୂରେଇ ରହନ୍ତି

ଆଜିକାଲି ଅଧିକାଂଶ ୟଙ୍ଗଷ୍ଟର ବଡି ତିଆରି କରିବା ପାଇଁ ପ୍ରୋଟିନ୍‌ ଶେକ୍‌, ପ୍ରୋଟିନ୍‌ ପାଉଡର, ଷ୍ଟେରଏଡ୍‌ ଭଳି ବିଭିନ୍ନ ପ୍ରକାରର ବଡି ବିଲ୍ଡିଂ ପାଉଡର ବ୍ୟବହାର କରୁଛନ୍ତି। କିନ୍ତୁ ଅକ୍ଷୟ ଏଭଳି ଜିନିଷ ବ୍ୟବହାର କରିବାର ସମ୍ପୂର୍ଣ୍ଣ ଭାବେ ବିରୋଧୀ। ଅକ୍ଷୟଙ୍କ କହିବାନୁସାରେ ଏସବୁ ବ୍ୟବହାର କରିବା ଦ୍ବାରା ମାଂସପେଶୀ ଶକ୍ତ ଦେଖାଯାଇଥାଏ କିନ୍ତୁ ବ୍ୟାୟାମ ନ କରିବା ଦ୍ବାରା ଏକ ମାସ ଭିତରେ ଏହା ପୂର୍ବାବସ୍ଥାକୁ ଫେରିଯାଏ। ତେଣୁ କ୍ଷୀର, ପନିପରିବା, ଫଳ, ଶକରକନ୍ଦ, ବ୍ରାଉନ୍‌ ରାଇସ୍‌ ଆଦି ପ୍ରାକୃତିକ ଜିନିଷ ସେବନ କରିବା ଲାଗି ଅକ୍ଷୟ ପରାମର୍ଶ ଦେଇଛନ୍ତି।

ସନ୍ଧ୍ୟା ୭ଟା ପରେ ଖାଆନ୍ତିନି ଖାଦ୍ୟ

ଅକ୍ଷୟଙ୍କ କହିବାନୁସାରେ ହେଲ୍‌ଦି ରହିବା ଲାଗି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ନିଜ ଡାଏଟ୍‌ ଓ ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖିବା। ଏହି କାରଣରୁ ଅକ୍ଷୟ ସନ୍ଧ୍ୟା ସାଢ଼େ ୬ଟାରୁ ୭ଟା ପରେ କିଛି ଖାଆନ୍ତି ନାହିଁ। ଯାହାଫଳରେ ଶରୀରକୁ ଖାଦ୍ୟ ହଜମ କରିବା ଲାଗି ୩ରୁ ୪ ଘଣ୍ଟା ସମୟ ମିଳିଯାଏ। ତେଣୁ ଶୋଇବାର ୪ ଘଣ୍ଟା ପୂର୍ବରୁ ଅକ୍ଷୟ ରାତ୍ରିଭୋଜନ ଶେଷ କରିଦିଅନ୍ତି। ଅକ୍ଷୟ କହନ୍ତି ଯଦି ଆପଣଙ୍କୁ ସନ୍ଧ୍ୟା ୭ଟା ପରେ ଭୋକ ଲାଗେ, ତେବେ ଅଣ୍ଡାର ଧଳା ଅଂଶର ଭୁଜିଆ କିମ୍ବା ଅମ୍‌ଲେଟ୍‌ ଖାଇପାରିବେ କିମ୍ବା ସୁପ୍‌ ପିଇ ପାରିବେ। କିନ୍ତୁ କାର୍ବୋହାଇଡ୍ରେଟ୍‌ ଯୁକ୍ତ ଆଦୌ ଖାଆନ୍ତୁ ନାହିଁ ବୋଲି ଅକ୍ଷୟ କହିଛନ୍ତି।

ଏହା ଖାଆନ୍ତି

ଅକ୍ଷୟ କହନ୍ତି ଉତ୍ତମ ସ୍ବାସ୍ଥ୍ୟ ପାଇଁ ବ୍ରାଉନ୍‌ ରାଇସ୍‌ ଖାଇବା ଉଚିତ। କାରଣ ଏହା ଗୁଡ୍‌ କାର୍ବୋହାଇଡ୍ରେଟ୍‌ ହୋଇଥାଏ। ଏହା ମାଂସପେଶୀ ପାଇଁ ମଧ୍ୟ ଫାଇଦାଦାୟକ ହୋଇଥାଏ। ଏଥିସହିତ ଅଖରୋଟ୍‌, କ୍ୟାନ୍‌ବେରୀ, ବାଦାମ କ୍ଷୀର ଭଳି ଖାଦ୍ୟ ଡାଏଟ୍‌ରେ ସାମିଲ୍‌ କରିବା ଉଚିତ। ଅକ୍ଷୟ କହିଛନ୍ତି ଯେ ସବୁବେଳେ ପ୍ରାକୃତିକ ଖାଦ୍ୟ ଖାଇବା ଉଚିତ। ଲ୍ୟାବ୍‌ରେ ପ୍ରସ୍ତୁତ ହେଉଥିବା କୃତ୍ରିମ ଖାଦ୍ୟଠାରୁ ଦୂରେଇ ରହନ୍ତି ଅକ୍ଷୟ।

ଜିମ୍‌ରେ ଓଜନ ଉଠାଇବା ବଦଳରେ ଶରୀରର ଓଜନ ଉଠାନ୍ତୁ

ଅକ୍ଷୟ କୁମାର କହିଛନ୍ତି ଯେ ସେ ବିଲ୍‌କୁଲ ୱେଟ୍ ଉଠାନ୍ତି ନାହିଁ। କାରଣ ସେ ଜିମ୍‌ ଯାଇ ୱେଟ୍‌ ଟ୍ରେନିଂ କରିବା କିମ୍ବା ୱେଟ୍‌ସ୍‌ ଉଠାଇବା ବଦଳରେ ନିଜ ଶରୀରର ଓଜନ ଉଠାଇବା ଉପରେ ଅଧିକ ବିଶ୍ବାସ ରଖନ୍ତି। ତେଣୁ ସେ ଗଛରେ ଚଢ଼ିବା, ଝୁଲିବା ଆଦି ପସନ୍ଦ କରନ୍ତି। ଜିମ୍‌ରେ ୱେଟ୍‌ ଟ୍ରେନିଂ କରୁଥିବା ଲୋକଙ୍କ ପାଇଁ ଅକ୍ଷୟ ପରାମର୍ଶ ଦେଇଛନ୍ତି ଯେ କୌଣସି ଉତ୍ତମ ପ୍ରଶିକ୍ଷକଙ୍କଠାରୁ ପରାମର୍ଶ ନେଇ ଏହା କରିବା ଉଚିତ। ନଚେତ୍‌ ଏହା ଶରୀର ପାଇଁ କ୍ଷତିକାରକ ହୋଇପାରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ