ପ୍ରଶଂସକଙ୍କୁ ଅକ୍ଷୟଙ୍କ ଜନ୍ମଦିନ ଉପହାର: ପୃଥ୍ବୀରାଜର ଟିଜର ରିଲିଜ୍‌


ଆଜି ଅକ୍ଷୟ କୁମାର ନିଜର ୫୨ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଅକ୍ଷୟ କୁମାର ଓ ୟଶରାଜ ଫିଲ୍ମସ ମିଶି ତାଙ୍କ ପ୍ରଶଂସକଙ୍କୁ ଏକ ସୁନ୍ଦର ଉପହାର ଦେଇଛନ୍ତି। ଦର୍ଶକ ଅକ୍ଷୟଙ୍କ ଆଗାମୀ ୫ଟି ଫିଲ୍ମକୁ ଅପେକ୍ଷା କରିଥିବାବେଳେ ଏବେ ୬ଷ୍ଠ ଫିଲ୍ମର ଘୋଷଣା ମଧ୍ୟ ଜୋଶ୍‌ର ସହିତ କରାଯାଇଛି। ବଲିଉଡ୍‌ ଖିଲାଡ଼ି ଅକ୍ଷୟ କୁମାର ଏବେ ମହାନ ରାଜା ଓ ଯୋଦ୍ଧା ପୃଥ୍ବୀରାଜ ଚୌହାନ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି।

୯ ସେପ୍ଟେମ୍ବରରେ ଅକ୍ଷୟ ନିଜ ଜନ୍ମଦିନ ପାଳନ କରିଥିବାବେଳେ ପ୍ରଶଂସକଙ୍କ ପ୍ରେମ ଓ ସେମାନଙ୍କ ଆଶୀର୍ବାଦ ବଦଳରେ ଏକ ସୁନ୍ଦର ରିଟର୍ଣ୍ଣ ଗିଫ୍ଟ ଭାବେ ‘ପୃଥ୍ବୀରାଜ’ ସିନେମାର ଟିଜର ରିଲିଜ୍‌ କରିଛନ୍ତି। ଏହି ଛୋଟ ଟିଜରରୁ ଫିଲ୍ମର ଭବ୍ୟତାର ଅନ୍ଦାଜ ଲଗାଯାଇପାରିବ। ଏହି ଟିଜରରେ ଅକ୍ଷୟ କୁମାରଙ୍କ ‘ପୃଥ୍ବୀରାଜ’ ଲୁକ୍‌ ତ ନଜର ଆସୁନାହିଁ, କିନ୍ତୁ ଶେଷରେ ଯେଉଁ ଆକୃତି ହାଲୁକା ଭାବେ ଦେଖାଯାଉଛି, ସେଥିରୁ ଅନୁମାନ କରାଯାଇପାରିବ ଫିଲ୍ମରେ ଅକ୍ଷୟଙ୍କ ଲୁକ୍‌ କିପରି ରହିବ। ଏହି ଟିଜର ଶେୟାର କରି ଅକ୍ଷୟ ଲେଖିଛନ୍ତି ଯେ ଜନ୍ମଦିନରେ ନିଜର ପ୍ରଥମ ପିରିୟଡ ଡ୍ରାମା ସିନେମା ସମ୍ପର୍କରେ ଘୋଷଣା କରି ସେ ବହୁତ ଉତ୍ସାହିତ ଅଛନ୍ତି। ସୌଭାଗ୍ୟବଶତଃ ଏଥିରେ ସେ ହିରୋ ଭୂମିକାରେ ଅଭିନୟ କରିବାକୁ ସୁଯୋଗ ପାଇଛନ୍ତି ବୋଲି ଅକ୍ଷୟ ଲେଖିଛନ୍ତି।

‘ପୃଥ୍ବୀରାଜ’ ଫିଲ୍ମ ସମ୍ପର୍କରେ ଅକ୍ଷୟ କହିଛନ୍ତି ଯେ ସମ୍ରାଟ ପୃଥ୍ବୀରାଜ ଚୌହାନ ତାଙ୍କର ସବୁଠାରୁ ବଡ଼ ଫିଲ୍ମ ମଧ୍ୟରେ ଅନ୍ୟତମ। ଏହି ଫିଲ୍ମର ପ୍ରଡକ୍ସନ ଦାୟିତ୍ବ ୟଶରାଜ ଫିଲ୍ମସ୍‌ ନେଇଛି। ଏହି ଫିଲ୍ମର ନିର୍ଦେଶନା ‘ଚାଣକ୍ୟ’ ଭଳି ସ୍ମରଣୀୟ ଟିଭି ସିରିଅଲର ନିର୍ଦେଶନା ଦେଇଥିବା ଡା.ଚନ୍ଦ୍ରପ୍ରକାଶ ଦ୍ବିବେଦୀ ଦେଉଛନ୍ତି। ୨୦୨୦ ଦୀପାବଳି ଅବସରରେ ‘ପୃଥ୍ବୀରାଜ’ ସିନେମା ରିଲିଜ୍‌ ହେବାକୁ ଧାର୍ଯ୍ୟ ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ