ଖାଆନ୍ତୁ ଓ ଖୁଆନ୍ତୁ ବାଦାମ କୋରମା ରେସିପି


ନନ୍‌ଭେଜ୍ ଖାଇବାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଏଠାରେ ବାଦାମ କୋରମା ରେସିପିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସୂଚନା ଦିଆଯାଇଛି। ଏହି ଡିଶ୍‌ ଥରେ ତିଆରି କରି ଖାଇବା ପରେ ଏହାର ସ୍ବାଦ ଆପଣ ଭୁଲି ପାରିବେ ନାହିଁ। ଏହି ରେସିପି ତିଆରି କରିବା ଲାଗି ଅଳ୍ପ ପରିଶ୍ରମ କରିବାକୁ ନିହାତି ପଡ଼ିବ। କିନ୍ତୁ ଏହାର ସ୍ବାଦ ଚାଖିବା ପରେ ରୋଷେଇ କରିବା ସମୟର ସମସ୍ତ ଥକାପଣ ଦୂରେଇ ଯିବ। ଚାଲନ୍ତୁ ଜାଣିବା ବାଦାମ କୋରମା ରେସିପିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର
୫୦୦ ଗ୍ରାମ୍‌ ଖାସି ମାଂସ, ୫ଟି ଗୁଜୁରାତି, ୩ଟି ରସୁଣ କୋଲା, ଏକ ଚତୁର୍ଥାଂଶ କପ୍‌ ଭିଜା ଓ ଚୋପା ଛଡ଼ା ପିସ୍ତା ବାଦାମ, ଏକ ଚତୁର୍ଥାଂଶ କପ୍‌ ଫ୍ରେଶ୍‌ କ୍ରୀମ୍‌, ଅଧ କପ୍‌ ଘିଅ, ୩ଟି ଲବଙ୍ଗ, ୨ଖଣ୍ଡ ଡାଳଚିନି, ଏକ ଚତୁର୍ଥାଂଶ କପ୍‌ କ୍ଷୀର, ଆବଶ୍ୟକ ଅନୁସାରେ ଲୁଣ ଓ ପାଣି।

ପ୍ରସ୍ତୁତି ପ୍ରଣାଳୀ

ଏହି ରେସିପି ପ୍ରସ୍ତୁତ କରିବା ଲାଗି ଏକ ମଧ୍ୟମ ପାତ୍ରରେ ପାଣି ଫୁଟାନ୍ତୁ। ଏବେ ଏଥିରେ କଟା ମାଂସ ପକାନ୍ତୁ। ଏହାକୁ କିଛି ସମୟ ସିଝିବାକୁ ଛାଡ଼ି ଦିଅନ୍ତୁ। ଏହି ସମୟରେ ଅଧକପ୍‌ ପାଣିରେ ରସୁଣ ଭିଜାନ୍ତୁ। ଏହି ପାଣିକୁ ଆପଣ ପରେ ମଧ୍ୟ ବ୍ୟହାର କରିପାରିବେ। ଏବେ ମାଂସକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏବେ ପ୍ୟାନ୍‌କୁ ମଧ୍ୟମ ଆଞ୍ଚରେ ଗରମ କରି ଘିଅ ପକାନ୍ତୁ। ଘିଅ ଗରମ ହୋଇଗଲା ପରେ ଏଥିରେ ମାଂସ, ଗୁଜୁରାତି, ରସୁଣ ପାଣି, ଲବଙ୍ଗ, ଡାଳଚିନି ଓ ଲୁଣ ପକାନ୍ତୁ। ଏହାକୁ କିଛି ସମୟ ସିଝିବାକୁ ଦିଅନ୍ତୁ। ଏହି ସମୟରେ ଲଗାତର ଏହାକୁ ଲଗାତର ଗୋଳାନ୍ତୁ, ଯାହାଫଳରେ ଏହା ପ୍ୟାନ୍‌ରେ ଲାଗିବ ନାହିଁ।

ମାଂସ ହାଲୁକା ବ୍ରାଉନ୍‌ ନ ହେବା ଯାଏ ଏହାକୁ ଫ୍ରାଏ କରନ୍ତୁ। ଏହାପରେ ଏଥିରେ ପାଣି ଢାଳନ୍ତୁ। ମାଂସ ନରମ ଭାବେ ସିଝିଗଲା ପରେ ଓ ଅଳ୍ପ ପାଣିଥିବାବେଳେ ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ। ଗ୍ରାଇଣ୍ଡରରେ ପିସ୍ତା ବାଦାମ ଗ୍ରାଇଣ୍ଡିଂ କରନ୍ତୁ। ମାଂସ ଥଣ୍ଡା ହୋଇଗଲା ପରେ ବାଦାମ ପେଷ୍ଟ ଓ ଫ୍ରେଶ୍‌ କ୍ରିମ୍‌ ପକାନ୍ତୁ। ଏହାକୁ ଭଲ ଭାବେ ଗୋଳାନ୍ତୁ ଯାହାଫଳରେ ମାଂସରେ ବାଦାମ ଓ ଫ୍ରେଶ୍‌କ୍ରୀମ୍‌ ଲାଗିଯିବ। ଏବେ ଏହାକୁ ପୁଣିଥରେ ପ୍ୟାନ୍‌ରେ ହାଲୁକା ଆଞ୍ଚରେ ଗରମ କରନ୍ତୁ। ଏବେ ଏହାକୁ ପ୍ଲେଟକୁ ବାହାର କରି ଧନିଆ ପତ୍ର ପକାଇ ଗରମ ଗରମ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଟେଷ୍ଟି ଏଣ୍ଡ କ୍ରିସ୍‌ପୀ ଗୁଡ଼ ଚକୁଳିର
ଅଧିକାଂଶ ଭାରତୀୟ ସକାଳ ଜଳଖିଆରେ ଚକୁଳି ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏଠାରେ ଗୁଡ଼ରେ ତିଆରି କରାଯାଇଥିବା ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସୂଚନା ଦିଆଯାଇଛି। ସାଧାରଣତଃ ଚକୁଳିକୁ ବିରି ଓ ଚାଉଳରେ ତିଆରି କରାଯାଉଥିବାବେଳେ ଏହି ଚକୁଳିରେ ଗୁଡ଼ ମିଶାଯାଇଥାଏ। ଏହାକୁ ଆପଣ ପିଲାଙ୍କ ଟିଫିନ୍‌ ବକ୍ସରେ ଦେଇପାରିବେ କିମ୍ବା ସକାଳ ବ୍ରେକ୍‌ଫାଷ୍ଟ ଓ ସନ୍ଧ୍ୟା ସ୍ନାକ୍‌ସ ଭାବେ ମଧ୍ୟ ଖାଇପାରିବେ। ଏହି ଚକୁଳି ଗୁଡ଼, ଚାଉଳ ଚୁନା ଓ ଅଟାର ମିଶ୍ରଣରେ ତିଆରି କରାଯାଇଥାଏ। ଗୁଡ଼ରେ ଆଇରନ୍‌ର ଉତ୍ତମ ସ୍ରୋତ ଥିବାବେଳେ ଅଟାରେ ଅନେକ ପ୍ରକାରର ପୋଷକତତ୍ତ୍ବ ଓ ଫାଇବର ରହିଛି। ଚାଲନ୍ତୁ ଜାଣିବା ଏହି ଗୁଡ଼ ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।