ଚେତିଲା ପୋଲିସ୍‌: ଆଜି ୱେବସାଇଟ୍‌ରେ ଅପଲୋଡ଼ ହେବ ପୋଲିସ୍‌ ଗାଡ଼ି ଡକ୍ୟୁମେଣ୍ଟ


ନୂଆ ଟ୍ରାଫିକ୍ ଆଇନ ଆଳରେ ପୋଲିସ୍‌ ନିରୀହ ଲୋକଙ୍କଠାରୁ ମୋଟା ଅଙ୍କର ଫାଇନ୍ ଆଦାୟ କରୁଛି। ଫଳରେ ଗାଡ଼ି ଧରି ରାସ୍ତାକୁ ଓହ୍ଲାଇବାକୁ ଡରୁଛନ୍ତି ଲୋକେ। ହେଲେ ପୋଲିସ୍‌ ସରକାରୀ ଗାଡ଼ି ପ୍ରତି କୋହଳ ମନୋଭାବ ପୋଷଣ କରୁଛି। ଏପରି ଅଭିଯୋଗ ଆଣିଛନ୍ତି ସାଧାରଣ ଲୋକେ। ଖୋଦ୍ ରାଜଧାନୀରେ ସରକାରୀ ଗାଡ଼ିଗୁଡ଼ିକ ଆଇନ ଖିଲାପ କରୁଥିବା ଅଭିଯୋଗ କରି କାଲି ଅପରାହ୍ନରେ ରାଜମହଲ ଛକରେ ପୋଲିସ୍‌କୁ ଘେରିଥିଲେ ଲୋକେ । ଫଳରେ ୨ ଘଣ୍ଟାରୁ ଅଧିକ ସମୟ ଧରି  ରାଜମହଲ ଛକରେ ମୁହାଁମୁହିଁ ହୋଇଥିଲେ ପୋଲିସ୍-ପବ୍ଲିକ୍ । ଉତ୍ତ୍ୟକ୍ତ ଲୋକଙ୍କୁ ଶାନ୍ତ କରିବାକୁ ପୁଲିସ୍‌କୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। ଏହାପରେ ଚେତିଛି ପୋଲିସ୍‌।

ଏପରି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ୱେବସାଇଟ୍‌ରେ ଅପଲୋଡ଼ ହେବ ପୋଲିସ୍‌ ଗାଡ଼ି ଡକ୍ୟୁମେଣ୍ଟ।  ଆଜି ସବୁ ପୋଲିସ୍‌ ଗାଡ଼ିର ଡକ୍ୟୁମେଣ୍ଟ ୱେବସାଇଟ୍‌ରେ ଅପଲୋଡ୍ କରାଯିବ। ଫଳରେ ଯେକୌଣସି ଲୋକ ଏହି ୱେବସାଇଟ୍‌କୁ ଯାଇ ଦେଖିପାରିବେ । ଯାହାଦ୍ୱାରା ସାଧାରଣ ଲୋକଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଦୂର ହୋଇପାରିବ ବୋଲି କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ