ରାଜକୁମାରଙ୍କ ପିତା ସତ୍ୟପାଲଙ୍କ ପରଲୋକ


ବଲିଉଡ୍‌ ଅଭିନେତା ରାଜକୁମାର ରାଓଙ୍କ ପିତା ସତ୍ୟପାଲ ଯାଦବଙ୍କ ଗୁରୁବାର ସକାଳ ୧୦ଟାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। ମିଡିଆ ରିପୋର୍ଟ ମୁତାବକ ତାଙ୍କ ଅନ୍ତିମ ସଂସ୍କାର ଗୁରୁଗ୍ରାମସ୍ଥିତ ମଦନ ପୁରୀ ଶ୍ମଶାନରେ ହୋଇଛି। ସତ୍ୟପାଳ ଗତ ୧୭ ଦିନ ହେଲାଣି ଗୁଡଗାଓଁସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଓ ୫ ସେପ୍ଟେମ୍ବରରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ପରିବାର ଲୋକଙ୍କ ଉପସ୍ଥିତିରେ ସତ୍ୟପାଲଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡ଼ିଛି।

ରାଜକୁମାର ଗୁରୁଗ୍ରାମର ବାସିନ୍ଦା। ତାଙ୍କ ପରିବାର ଲୋକେ ସେଠାରେ ଦୀର୍ଘ ଦିନ ଯାଏ ରହି ଆସୁଛନ୍ତି। ରାଜକୁମାର ଅନେକ ବଲିଉଡ୍‌ ସିନେମାରେ କାମ କରି ସାରିଛନ୍ତି। ସୂଚନାଯୋଗ୍ୟ ଯେ ୨୦୧୭ରେ ରାଜକୁମାର ନିଜ ମା’ଙ୍କୁ ହରାଇଥିଲେ। ସେତେବେଳେ ସେ ନିଜ ଓସ୍କାର ନୋମିନେଟେଡ୍‌ ସିନେମା ‘ନ୍ୟୁଟନ୍‌’ର ଶୁଟିଂ କରୁଥିଲେ। ମା’ଙ୍କ ମୃତ୍ୟୁର କିଛି ଦିନ ପରେ ହିଁ ରାଜକୁମାର ଏହି ଫିଲ୍ମର ଶୁଟିଂ ସେଟ୍‌ରେ ପହଞ୍ଚି ଯାଇଥିଲେ। ସୂଚନାଯୋଗ୍ୟ ଯେ ରାଜକୁମାର ଖୁବ୍‌ଶୀଘ୍ର ବଲିଉଡ୍‌ର ଦେଶୀଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ସହ ‘ଦ ହ୍ବାଇଟ୍‌ ଟାଇଗର’ରେ କାମ କରିବାକୁ ଯାଉଛନ୍ତି। ଏହାକୁ ଡିଜିଟାଲ ପ୍ଲାଟଫର୍ମ ନେଟ୍‌ଫ୍ଲିକ୍ସରେ ରିଲିଜ୍‌ କରାଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ