୫୦ ପରେ ବି ସୁସ୍ଥ ରହିବାକୁ ଡାଏଟ୍‌ରେ ସାମିଲ୍‌ କରନ୍ତୁ ଏସବୁ


ବୟସ ବଢ଼ିବା ସହିତ ଆମ ରୋଗପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ, ମାଂସପେଶୀ ଦୁର୍ବଳ ହେବାରେ ଲାଗେ। କିନ୍ତୁ ଯଦି ଆପଣ ଡାଏଟ୍‌ରେ କେତେକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ କରୁଛନ୍ତି, ତେବେ ଏଥିପାଇଁ କିଛି ସହାୟତା ମିଳିପାରିବ। ବିଶେଷକରି ୫୦ ବର୍ଷ ବୟସ ପରେ ଡାଏଟ୍‌ରେ ପରିବର୍ତ୍ତନ କରିବା ଉଚିତ। ତେଣୁ ୫୦ ବର୍ଷ ବୟସ ପରେ ସୁସ୍ଥ ରହିବା ଲାଗି କ’ଣ ଖାଇବା ଉଚିତ ତାହା ଏଠାରେ କୁହାଯାଇଛି।

ଶସ୍ୟ
ବ୍ରାଉନ୍‌ ରାଇସ୍‌, ଗହମ, କ୍ବିନିଆ ଭଳି ଶସ୍ୟ ନିଜ ଡାଏଟ୍‌ରେ ସାମିଲ୍‌ କରନ୍ତୁ। ଏଥିରେ ଥିବା ଭରପୂର ଫାଇବର କେବଳ ହଜମ କ୍ରିୟାକୁ ଠିକ୍‌ ରଖି ନ ଥାଏ, ବରଂ ହୃତ୍‌ପିଣ୍ଡକୁ ମଧ୍ୟ ସୁସ୍ଥ ରଖିଥାଏ।

ଫ୍ୟାଡ୍‌ ଡାଏଟ୍‌ଠାରୁ ଦୂରେଇ ରହନ୍ତୁ
ଫ୍ୟାଡ୍‌ ଡାଏଟ୍‌ ଏପରି ଡାଏଟ୍‌ ହୋଇଥାଏ, ଯାହା ସୀମିତ ସମୟ ଲାଗି ପ୍ରଚଳନରେ ରହିଥାଏ। ଲୋକେ ଏହି ଲୋକପ୍ରିୟ ଡାଏଟ୍‌କୁ ଅନୁସରଣ କରିବାରେ ଲାଗିଥାନ୍ତି। ଏଭଳି ଡାଏଟ୍‌ ସାଧାରଣତଃ ଶୀଘ୍ର ଓଜନ କମ୍‌ କରୁଥିବା ଦାବି କରାଯାଏ କିମ୍ବା ସ୍ବାସ୍ଥ୍ୟ ସମ୍ବନ୍ଧିତ ଫାଇଦା ପହଞ୍ଚାଏ ବୋଲି କୁହାଯାଏ। କିନ୍ତୁ ସୁସ୍ଥ ରହିବା ଲାଗି ଫ୍ୟାଡ୍‌ ଡାଏଟ୍‌ଠାରୁ ଦୂରେଇ ରହିବା ଉଚିତ।

କ୍ୟାଲ୍‌ସିୟମରେ ଭରପୂର ଖାଦ୍ୟ
ବୟସ ବଢ଼ିବା ସହିତ ହାଡ଼ ଦୁର୍ବଳ ହୋଇଯାଏ, ଯେଉଁ କାରଣରୁ ଅଷ୍ଟିଓପୋରୋସସ୍‌ ହୋଇଥାଏ। କିନ୍ତୁ କ୍ୟାଲ୍‌ସିୟମରେ ଭରପୂର ଖାଦ୍ୟ ଡାଏଟ୍‌ରେ ସାମିଲ୍‌ କରିବା ଫଳରେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ। ନିଜ ଡାଏଟ୍‌ରେ କ୍ଷୀର ଓ ଦହି ବ୍ୟବହାର କରନ୍ତୁ। ଯଦି କ୍ଷୀର ପସନ୍ଦ ନୁହେଁ, ତେବେ ଏହା ବଦଳରେ ସୋୟା ମିଲ୍କ ସେବନ କରିପାରିବେ।

ପ୍ରଚୁର ପାଣି ପିଅନ୍ତୁ
ପାଣି କେବଳ ଶରୀରକୁ ହାଇଡ୍ରେଟ୍‌ ରଖି ନ ଥାଏ, ବରଂ ହଜମ କ୍ରିୟାରେ ମଧ୍ୟ ସାହାଯ୍ୟ କରେ। ଏହାବ୍ୟତୀତ ଏହା ଆବଶ୍ୟକୀୟ ପୋଷକତତ୍ତ୍ବକୁ ଅବଶୋଷଣ କରିବାରେ ସାହାଯ୍ୟ କରିଥାଏ। ଏହାଦ୍ବାରା ସେଲ୍‌ସ ସୁସ୍ଥ ରହିଥାଏ।

ଫ୍ୟାଟି ଫିଶ‌, ଆଭୋକାଡୋ ଓ ବାଦାମ
୫୦ ବର୍ଷ ବୟସ ପରେ ଡିମେନ୍‌ସିଆ ଓ ଅଲ୍‌ଝାଇମର ଭଳି ରୋଗ ଆଶଙ୍କା ବଢ଼ିଯାଏ। ତେଣୁ ନ୍ୟୁଟ୍ରିସନିଷ୍ଟଙ୍କ କହିବାନୁସାରେ ୫୦ ବର୍ଷ ବୟସ ପରେ ଡାଏଟ୍‌ରେ ଅଲିଭ୍‌ ଅଏଲ୍‌, ବାଦାମ, ଆଭୋକାଡୋ ଓ ଫ୍ୟାଟି ଫିଶ୍‌ ଭଳି ଖାଦ୍ୟ ଅଧିକ ଖାଇବା ଉଚିତ। ଏହାଦ୍ବାରା କେବଳ ମସ୍ତିଷ୍କର ବିକାଶ ହୋଇ ନ ଥାଏ, ସ୍ବାସ୍ଥ୍ୟ ମଧ୍ୟ ଠିକ୍‌ ରଖେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ