୪୦ କୋଟି ଫେସ୍‌ବୁକ୍‌ ୟୁଜର୍ସଙ୍କ ଫୋନ ନମ୍ୱର ଲିକ୍‌!


ସାମାଜିକ ଗଣମାଧ୍ୟମ କମ୍ପାନୀ ଫେସ୍‌ବୁକ୍‌ର ୪୦ କୋଟିରୁ ଅଧିକ ବ୍ୟବହାରକାରୀଙ୍କ ଫୋନ ନମ୍ୱର ଡାଟା ଲିକ୍‌ ହୋଇଛି। ଆମେରିକାର ଗଣମାଧ୍ୟମ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରୁ ଏହି ସୂଚନା ମିଳିଛି। ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ତିନୋଟି ଦେଶର ୟୁଜର୍ସଙ୍କ ଉପରେ ଏହାର ପ୍ରଭାବ ଅଧିକ ପଡିଛି।

ଫୋନ ନମ୍ୱର ସହ ୟୁଜର୍ସଙ୍କ ଏଜେଣ୍ଡା, ଲୋକେସନ ମଧ୍ୟ ଲିକ୍‌ ହୋଇଛି। ନ୍ୟୁଜ ୱେବସାଇଟ ଟେକ୍‌ କ୍ରଞ୍ଚ ଅନୁସାରେ ଆମେରିକା, ଭିଏତନାମ ଏବଂ ବ୍ରିଟେନରେ ରହୁଥିବା ଲୋକେ ଏହା ଦ୍ୱାରା ବେଶି ପ୍ରଭାବିତ ହୋଇଛନ୍ତି। ଆମେରିକାରେ ୧୩.୩ କୋଟି ୟୁଜର୍ସ, ଭିଏତନାମରେ ୫ କୋଟି ଏବଂ ବ୍ରିଟେନର ୧.୮ କୋଟି ଲୋକଙ୍କ ଡାଟା ଚୋରି ହୋଇଛି।

ୱେବସାଇଟର କହିବା ଅନୁସାରେ ଫେସ୍‌ବୁକ୍‌ର ସର୍ଭରର ପାସୱାର୍ଡ ସୁରକ୍ଷିତ ନ ଥିଲା। ତେଣୁ ଯେକେହି ବି ଡାଟାବେସ୍‌ର ଆକ୍ସେସ ନେଇ ପାରୁଥିଲା। ବୁଧବାର ପର୍ଯ୍ୟନ୍ତ ଏହା ଏପରି ଥିଲା। ଫେସ୍‌ବୁକ୍‌ ମଧ୍ୟ ଏହି ରିପୋର୍ଟର କିଛି ଅଂଶ ଉପରେ ସହମତି ପ୍ରଦାନ କରିଛି। ଏଥିସହ ୱେବ୍‌ସାଇଟ ପକ୍ଷରୁ କୁହାଯାଇଛି ଯେ ଯେଉଁ ୟୁଜର୍ସମାନଙ୍କ ଡାଟା ଲିକ୍‌ ହୋଇଛି ସେମାନଙ୍କ ସଂଖ୍ୟା ୪୧.୯ କୋଟି ମଧ୍ୟରେ ରହିଛି। ସମାଚାର ଏଜେନ୍ସି ସହ କଥା ହୋଇ ଫେସବୁକ୍‌ର ମୁଖପାତ୍ର କହିଛନ୍ତି ଡାଟାସେଟକୁ ତଳକୁ ନିଆଯାଇଛି ଏବଂ ଡାଟା ଲିକ୍‌ ହୋଇଥିବା ନେଇ ଏହାର କୌଣସି ପ୍ରମାଣ ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ