ରାମେଶ୍ବର ଜଙ୍ଗଲରେ ଏନ୍‌କାଉଣ୍ଟର୍‌: ଦୁର୍ଦ୍ଦାନ୍ତ ଅପରାଧୀ ଜାମସେଦ୍‌ ଗୁରୁତର


ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ନିକଟସ୍ଥ ଏକ ଜଙ୍ଗଲରେ ଏନ୍‌କାଉଣ୍ଟର୍‌ କରିଛି ପୋଲିସ୍‌। ପୋଲିସ୍‌ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଜାମସେଦ୍‌ ଖାନ୍‌ ଗୁରୁତର ହୋଇଛି। ଜାମସେଦ୍‌ର ବାମ ଗୋଡ଼ରେ ଗୁଳି ବାଜିଛି। ନିରାକାରପୁର ଓ ଟାଙ୍ଗୀ ପୋଲିସ୍‌ ମିଳିତ ଭାବେ ଏହି ଏନ୍‌କାଉଣ୍ଟର୍‌ କରିଛି। ଗୁରୁତର ଅବସ୍ଥାରେ ଜାମ୍‌ସେଦ୍‌କୁ ପ୍ରଥମେ ଖୋର୍ଦ୍ଧା ଡାକ୍ତରଖାନା ଓ ପରେ ଭୁବନେଶ୍ୱରସ୍ଥିତ ଏମସ୍‌କୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ଅପରାଧୀ ଜାମସେଦ୍‌ ନାଁରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଛି। ଖୋର୍ଦ୍ଧା, ପୁରୀ, ନୟାଗଡ଼ ଅଞ୍ଚଳରେ ଅନେକ ମାମଲାରେ ସମ୍ପୃକ୍ତ ଅଛି ଜାମସେଦ୍‌। ସେ ରାମେଶ୍ବର ନିକଟସ୍ଥ ଏକ ଜଙ୍ଗଲରେ ଲୁଚି ଥିବା ନେଇ ପୋଲିସ୍‌ ସୂଚନା ପାଇବା ପରେ ନିରାକାରପୁର ଓ ଟାଙ୍ଗୀ ପୋଲିସ୍‌ ମିଳିତ ଭାବେ ବୁଧବାର ବିଳମ୍ବିତ ରାତିରେ ସେଠାରେ ଚଢ଼ାଉ କରିଥିଲେ। ଏହି ସମୟରେ ଜାମସେଦ୍‌ ପୋଲିସ୍ ଉପରକୁ ବୋମାମାଡ଼ କରିଥିଲା।  ଏଥିରେ ନିରାକାରପୁର ଥାନା ଆଇଆଇସି ଓ ଟାଙ୍ଗୀ ଆଇଆଇସିଙ୍କ ସମେତ ୪ ଜଣ ପୋଲିସ୍‌ ଅଧିକାରୀ ଆହତ ହୋଇଛନ୍ତି। ପାଲଟା ଜବାବରେ ପୋଲିସ୍‌ ଜାମସେଦ୍‌ ଉପରକୁ ଗୁଳି ମାଡ଼ କରିଥିଲା। ଫଳରେ ଜାମସେଦ୍‌ର ଗୋଡ଼ରେ ଗୁଳି ବାଜିଥିଲା। ତାକୁ ଗୁରୁତର ଅବସ୍ଥାରେ କାବୁ କରିଥିଲା ପୋଲିସ୍‌।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ