ବ୍ୟାକରଣ ସୁଧାରନ୍ତୁ, ନ ହେଲେ ପ୍ରେମରେ ଖାଇବେ ଧୋକା!


‘ହର୍‌ କିସି କୋ ନହିଁ ମିଲତା ୟହାଁ ପ୍ୟାର୍‌ ଜିନ୍ଦେଗୀ ମେଁ’ ଫିଲ୍ମ ‘ଜାମ୍ବାଜ’ର ଏହି ଗୀତ ପାଖାପାଖି ୩୩ ବର୍ଷର ପୂରୁଣା। କିନ୍ତୁ ଆପଣ କେବେ ବି ଏହି ଗୀତର ଶବ୍ଦ ମଧ୍ୟରେ ଲୁଚି ରହିଥିବା ଗଭୀର ମର୍ମକୁ ବୁଝିବାକୁ ଚେଷ୍ଟା କରିଛନ୍ତି କି? କେବେ ଆପଣଙ୍କ ମନରେ ଏହି ପ୍ରଶ୍ନ ଉଠିଛି ଯେ କାହିଁକି ସମସ୍ତଙ୍କ ଭାଗ୍ୟରେ ପ୍ରେମ ମିଳି ନ ଥାଏ। ତେବେ ଗ୍ରାମର କିଭଳି ଭାବେ ପ୍ରେମ ସମ୍ପର୍କ ଉପରେ ପ୍ରଭାବ ପକାଏ, ତାହା ଉପରେ ପରଦା ହଟାଇଛନ୍ତି।

ଏକ ଗବେଶଣାରୁ ଜଣାପଡ଼ିଛି ଯେ ଯେଉଁ ଲୋକମାନଙ୍କ ବ୍ୟାକରଣ ଭଲ ନୁହେଁ, ସେମାନଙ୍କୁ ତାଙ୍କ ଜୀବନସାଥୀ ଖୋଜିବାରେ ବହୁତ କଷ୍ଟ କରିବାକୁ ପଡ଼ିଥାଏ। ଗବେଷଣା ଅନୁସାରେ ଯଦି ଆପଣଙ୍କ ଲେଖିବା ଓ ଉଚ୍ଚାରଣ ଦୁର୍ବଳ ରହିଛି, ତେବେ ଏହା ଆପଣଙ୍କ ପ୍ରେମ ସମ୍ପର୍କକୁ ପ୍ରଭାବିତ କରିପାରେ। ଯଦି ଆପଣଙ୍କୁ ଜଣେ ଉତ୍ତମ ଜୀବନସାଥୀ ଦରକାର, ତେବେ ଏଥିପାଇଁ ଆପଣଙ୍କ ଭାଷା, ସ୍ପେଲିଙ୍ଗ ଓ ଉଚ୍ଚାରଣ ଏକଦମ୍‌ ପରଫେକ୍ଟ ହେବା ଉଚିତ। ଏହାର ଅଭାବ ଆପଣଙ୍କୁ ନିଜ ପ୍ରେମଠାରୁ ଦୂରେଇ ରଖିପାରେ।

ଗବେଷକମାନେ ଦାବି କରିଛନ୍ତି ଯେ ଯେଉଁ ଲୋକମାନେ ଅନ୍‌ଲାଇନ୍‌ ଚାଟିଂ ମାଧ୍ୟମରେ କାହାରିକୁ ଇମ୍ପ୍ରେସ୍‌ କରିବାରେ ଲାଗିଛନ୍ତି, କିନ୍ତୁ ଖରାପ ବ୍ୟାକରଣ ଆପଣଙ୍କ ପୂରା ପରିଶ୍ରମକୁ ବୃଥା କରିପାରେ। ବ୍ୟାକରଣ ଦୁର୍ବଳ କାରଣରୁ ସାମ୍ନାବାଲା ତାଙ୍କୁ ଉତ୍ତମ ପ୍ରତିକ୍ରିୟା ଦେଇ ନ ଥାନ୍ତି। ଯଦି ଆପଣ ମଧ୍ୟ କାହାରି ସହିତ ଚାଟିଂ କରିବା ସମୟରେ ସ୍ପେଲିଂ ଭୁଲ୍‌ କରୁଛନ୍ତି କିମ୍ବା କାହାରି ସହିତ କଥା ହେବା ସମୟରେ ଉପଯୁକ୍ତ ଉଚ୍ଚାରଣ କରୁ ନାହାନ୍ତି, ତେବେ ମୁସ୍କିଲ୍‌ ଆହୁରି ବଢ଼ିପାରେ। ଗବେଷଣା ଅନୁସାରେ ଅଧିକାଂଶ ମହିଳାମାନେ ଚାହାନ୍ତି, ସେମାନଙ୍କ ପାର୍ଟନରଙ୍କ ବ୍ୟାକରଣ ଭଲ ହୋଇଥାଉ।

ଏହି ଗବେଷଣାରେ ସାମିଲ୍‌ ହୋଇଥିବା ୮୮ ପ୍ରତିଶତ ମହିଳା କହିଥିଲେ ଯେ ସେମାନେ ସାଥୀ ଚୟନ କରିବାବେଳେ ସେମାନଙ୍କ ଉଚ୍ଚାରଣ ଓ ଲେଖିବା ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି। ସେହିପରି ୭୫ ପ୍ରତିଶତ ପୁରୁଷ ସ୍ବୀକାର କରିଥିଲେ ଯେ ଯେଉଁ ମହିଳାମାନଙ୍କ ବ୍ୟାକରଣ ଠିକ୍‌ ଥାଏ, ସେମାନଙ୍କ ଆଡ଼କୁ ଶୀଘ୍ର ଆକର୍ଷିତ ହୋଇଥାଆନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ