୧୦ ଦିନରେ ୧୦୦ କେଜିର ଚକୋଲେଟ୍‌ ଗଣେଶ ତିଆରି କଲେ ହରଜିନ୍ଦର


ଗଣେଶ ଚତୁର୍ଥୀଠାରୁ ସାରା ଦେଶରେ ଗଣେଶତ୍ସୋବ ଆରମ୍ଭ ହୋଇଯାଇଛି, ଯାହା ୧୦ ଦିନ ଯାଏ ଚାଲିବ। ଏହି ଅବସରରେ ବାପ୍ପାଙ୍କ ଭକ୍ତମାନେ ଗଣେଶଜୀଙ୍କ ପ୍ରତୀମା ଆଣି ତାଙ୍କ ପୂଜାର୍ଚ୍ଚନା କରି ତାଙ୍କ ବିସର୍ଜନ କରିଥାନ୍ତି। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସୋସାଲ ମିଡିଆରେ ଇକୋଫ୍ରେଣ୍ଡଲି ଗଣେଶ ପୂଜା କରିବା ଲାଗି ମାଟି, ଫଳ, ଫୁଲ, ଚକୋଲେଟ୍‌ରେ ତିଆରି ବିଭିନ୍ନ ପ୍ରକାରର ମୂର୍ତ୍ତି ଛାଇ ହୋଇଯାଇଛି। ଇତିମଧ୍ୟରେ ୧୦୦ କିଲୋଗ୍ରାମ୍‌ରୁ ମଧ୍ୟ ଅଧିକ ଓଜନର ଚକୋଲେଟ୍‌ରେ ତିଆରି ଗଣେଶଜୀଙ୍କ ପ୍ରତିମୂର୍ତ୍ତିର ଫଟୋ ସୋସାଲ ମିଡିଆରେ ଜୋର୍‌ଦାର ଭାଇରାଲ ହେବାରେ ଲାଗିଛି।

ଏହି ପ୍ରତିମୂର୍ତ୍ତିକୁ ଲୁଧିଆନାର ରେସ୍ତୋରାଁ ଚଳାଉଥିବା ହରିଜିନ୍ଦର ସିଂ କୁକରେଜା ତିଆରି କରିଛନ୍ତି। ସୂଚନାନୁସାରେ ଏହି ପ୍ରତିମୂର୍ତ୍ତି ୨୦ ଜଣ ସେଫ୍‌ ଲଗାତର କାମ କରି ୧୦ ଦିନରେ ଶେଷ କରିଥିଲେ। ଏହାକୁ ତିଆରି କରିବା ଲାଗି ୧୦୦ କିଗ୍ରାରୁ ଊର୍ଦ୍ଧ୍ବ ବେଲ୍‌ଜିଆନ୍‌ ଚକୋଲେଟ୍‌ର ବ୍ୟବହାର କରାଯାଇଛି। ଏହି ଚକୋଲେଟ୍‌ରେ ତିଆରି ଗଣପତିଜୀଙ୍କ ପ୍ରତିମାଙ୍କୁ ବିସର୍ଜନ କ୍ଷୀରରେ କରାଯିବ। ଏହାକୁ ବିସର୍ଜନ କରିବା ପରେ ଏହି ଚକୋଲେଟ୍‌ ମିଲ୍କକୁ ପ୍ରସାଦ ଭାବେ ଲୋକଙ୍କ ମଧ୍ୟରେ ବଣ୍ଟାଯିବ ବୋଲି ହରିଜିନ୍ଦର କହିଛନ୍ତି।

ଗଣେଶଜୀଙ୍କ ଏହି ଚକୋଲେଟ୍‌ ପ୍ରତିମୂର୍ତ୍ତିକୁ ଟ୍ବିଟରରେ ବହୁତ ପସନ୍ଦ କରାଯାଉଛି। ହରିଜିନ୍ଦରଙ୍କ ଏହି ଟ୍ବିଟ୍‌କୁ ଏ ପର୍ଯ୍ୟନ୍ତ ପାଖାପାଖି ୩ ହଜାର ଲାଇକ୍ସ ମିଳିଥିବାବେଳେ ୩୮୭ ରିଟ୍ବିଟ୍‌ ମିଳିସାରିଛି। ଏହାପୂର୍ବରୁ ମଧ୍ୟ ହରିଜିନ୍ଦର ସିଂଙ୍କ ଦ୍ବାରା ଚକୋଲେଟ୍‌ ଗଣେଶଜୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ