ମନି ଲଣ୍ଡରିଂ ମାମଲାରେ ଶିବକୁମାରଙ୍କୁ ଗିରଫ କଲା ଇଡି


ମନି ଲଣ୍ଡରିଂ ମାମଲାରେ କର୍ଣ୍ଣାଟକର ବରିଷ୍ଠ କଂଗ୍ରେସ ନେତା ଶିବକୁମାରଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଗିରଫ କରିଛି। ବୁଧବାର ତାଙ୍କୁ ଇଡି କୋର୍ଟରେ ହାଜର କରି ରିମାଣ୍ଡରେ ନେବାକୁ ଆବେଦନ କରିବ ବୋଲି ଜଣାପଡିଛି। ଗତ ବର୍ଷ ସେପ୍ଟେମ୍ବରରେ ଶିବକୁମାରଙ୍କ ବିରୋଧରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ତେଣୁ ତାଙ୍କୁ ଗତ ସପ୍ତାହରେ ଦିଲ୍ଲୀ ଡକାଇ ୪ ଥର ଜେରା କରିବା ପରେ ମଙ୍ଗଳବାର ଗିରଫ କରିଛି।

ଗିରଫ ହେବା ପରେ ଶିବକୁମାର ଟ୍ବିଟ୍‌ କରି କହିଛନ୍ତି ଯେ ମୋ ବିଜେପି ବନ୍ଧୁମାନେ ମୋତେ ଗିରଫ କରିବାରେ ସଫଳ ହୋଇଛନ୍ତି। ସେ କୌଣସି ଭୁଲ କିମ୍ବା ଦୁର୍ନୀତି କରି ନାହାନ୍ତି। ତେଣୁ ତାଙ୍କ କର୍ମୀମାନେ ଶାନ୍ତ ରହିବା ପାଇଁ ସେ ଟ୍ବିଟ୍‌ ଜରିଆରେ ନିବେଦନ କରିଛନ୍ତି। ତାଙ୍କର ବିଚାର ବ୍ୟବସ୍ଥା ଉପରେ ପୂରା ଭରସା ରହିଛି। ସେ ନିଶ୍ଚିତରେ ନିର୍ଦ୍ଦୋଷ ପ୍ରମାଣିତ ହେବେ ବୋଲି କହିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ଶିବକୁମାର କର୍ଣ୍ଣାଟକ କଂଗ୍ରେସରେ ଜଣେ ଆଗଧାଡ଼ିର ନେତା। ରାଜ୍ୟରେ କଂଗ୍ରେସ-ଜେଡି(ଏସ୍‌) ମିଳିତ ସରକାର ଗଠନ ହେଉ ବା ଏହି ସରକାରକୁ ବଞ୍ଚାଇବାକୁ ହେଉ ଶିବକୁମାର ସବୁବେଳେ ଆଗରେ ରହି କାମ କରୁଥିଲେ। ବିଜେପିର ଜଣେ ଦୃଢ଼ ସମାଲୋଚକ ଭାବେ ଶିବକୁମାର ଭାରତୀୟ ରାଜନୀତିରେ ବେଶ୍‌ ପରିଚିତ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ