ଶମୀଙ୍କ ନାଁରେ ଗିରଫ ପରୱାନା ନେଇ ବିଚାର ବ୍ୟବସ୍ଥାକୁ ଧନ୍ୟବାଦ ଜଣାଇଲେ ପତ୍ନୀ


ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶମୀଙ୍କ ନାଁରେ କୋଲକାତାର ଆଲିପୁର କୋର୍ଟ ଗିରଫ ପରୱାନା ଜାରି କରି ୧୫ ଦିନରେ ଆତ୍ମସମର୍ପଣ ପାଇଁ କହିବା ପରେ ମୁହଁ ଖୋଲିଛନ୍ତି ପତ୍ନୀ ହଶୀନ ଜହାନ। ଗିରଫ ପରୱାନ ଜାରି ହେବାର ଦିନକ ପରେ ହଶୀନ ଜହାନ କହିଛନ୍ତି ଯେ ସେ ଆଲ୍ଲା ଓ ବିଚାର ବ୍ୟବସ୍ଥାକୁ ଧନ୍ୟବାଦ ଦେଉଛନ୍ତି। ବର୍ଷକରୁ ଅଧିକ ସମୟ ହେଲା ସେ ନ୍ୟାୟ ପାଇବା ପାଇଁ ଲଢ଼େଇ କରୁଛନ୍ତି। ନ୍ୟାୟ ମିଳିବାରେ ବିଳମ୍ବ ହେବା ତାଙ୍କୁ ନିରାଶ କରିଥିଲା ବେଳେ ଶମୀଙ୍କ ବିରୋଧରେ ଗିରଫ ପରୱାନା ଜାରି ହେବା ତାଙ୍କୁ ନ୍ୟାୟ ମିଳିବା ନେଇ ଆଶା ଆଣି ଦେଇଛି।

ଜହାନ ଆହୁରି କହିଛନ୍ତି ଯେ ଶମୀ ନିଜକୁ ଜଣେ ବଡ଼ କ୍ରିକେଟର ଓ ଶକ୍ତିଶାଳୀ ଲୋକ ବୋଲି ଭାବୁଛନ୍ତି। ସେ ଆହୁରି କହିଛନ୍ତି ଯେ ମମତା ବାନାର୍ଜୀ ଆମର ମୁଖ୍ୟମନ୍ତ୍ରୀ ହୋଇଥିବାରୁ ସେ ନିରାପଦରେ ବଞ୍ଚିଛନ୍ତି ବୋଲି ଅନୁଭବ କରୁଛନ୍ତି। ଯଦି ମମତା ମୁଖ୍ୟମନ୍ତ୍ରୀ ନ ଥାନ୍ତେ, ତାହେଲେ ତାହେଲେ ସେ ନିରାପଦରେ ବଞ୍ଚିପାରି ନ ଥାନ୍ତେ। ଜହାନ ସ୍ବାମୀ ଶମୀଙ୍କ ନାଁରେ ଘରୋଇ ହିଂସା ମାମଲା ରୁଜୁ କରି ତାଙ୍କ ଝିଅର ଲାଳନ ପାଳନ ପାର୍ଇ ମାସିକ ୭ ଲକ୍ଷ ଟଙ୍କା ଦାବି କରୁଛନ୍ତି। କୋର୍ଟ ମଧ୍ୟ ଜହାନଙ୍କ ଦାବିକୁ ବିଚାର କରି ତାଙ୍କ ଝିଅ ପାଇଁ ମାସିକ ୮୦ ହଜାର ଟଙ୍କା ଦେବାକୁ ଶମୀଙ୍କୁ ନିର୍ଦେଶ ଦେଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ