ଚାର୍ଜଶିଟ୍‌ ନ ଦେଖିବା ପର୍ଯ୍ୟନ୍ତ ଶମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବନି: ବିସିସିଆଇ


ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶମୀଙ୍କ ବିରୋଧରେ କୋଲକାତା ଆଲିପୁର କୋର୍ଟ ଗିରଫ ପରୱାନା ଜାରି କରିଛନ୍ତି। ୨୦୧୮ରେ ପତ୍ନୀ ହସୀନ ଜହାନଙ୍କ ପକ୍ଷରୁ ଘରୋଇ ହିଂସା ନେଇ ରୁଜୁ ହୋଇଥିବା ମାମଲା ପରିପ୍ରେକ୍ଷୀରେ କୋର୍ଟ ଗିରଫ ପରୱାନା ଜାରି କରିଛନ୍ତି। ଆସନ୍ତା ୧୫ ଦିନ ଭିତରେ ଶମୀ କୋର୍ଟରେ ହାଜର ହୋଇ ଜାମିନ ପାଇଁ ଆବେଦନ କରିପାରିବେ ବୋଲି ତାଙ୍କ ଆଇନଜୀବୀ କହିଛନ୍ତି।

ଅନ୍ୟପକ୍ଷରେ ବିସିସିଆଇ ପକ୍ଷରୁ କୁହାଯାଇଛି ଯେ ଶମୀଙ୍କ ବିରୋଧରେ ହୋଇଥିବା ଚାର୍ଜଶିଟ୍‌ ନ ଦେଖିବା ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ। ଶମୀ ବର୍ତ୍ତମାନ ଭାରତୀୟ ଦଳ ସହ ୱେଷ୍ଟଇଣ୍ଡିଜ ଗସ୍ତରେ ଅଛନ୍ତି। ଆସନ୍ତା ୩ ତାରିଖରେ ଟେଷ୍ଟ ମ୍ୟାଚ ଶେଷ ହେବା ପରେ ଶମୀ ସ୍ବଦେଶ ଫେରିବେ।

ଶମୀଙ୍କ ପତ୍ନୀ ଘରୋଇ ହିଂସାର ଆରୋପ ଲଗାଇବା ସହ ତାଙ୍କ ବିରୋଧରେ ମ୍ୟାଚ ଫିକ୍ସିଂର ଆରୋପ ମଧ୍ୟ ଲଗାଇଛନ୍ତି। ବିସିସିଆଇ ଏହି ଅଭିଯୋଗର ସତ୍ୟତା ଜାଣିବା ପାଇଁ ଆଣ୍ଟି କରପସନ୍‌ ୟୁନିଟ୍‌କୁ ଦାୟିତ୍ବ ଦେଇଛି। ମାତ୍ର ଏଯାବତ ଶମୀଙ୍କ ବିରୋଧରେ ମ୍ୟାଚ୍‌ ଫିକ୍ସିଂ ଅଭିଯୋଗର ପ୍ରମାଣ ମିଳି ନ ଥିବା ସୂଚନା ମିଳିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ