ସେପ୍ଟେମ୍ବରରେ ଏହି ଟୁରିଜିମ୍‌ ଫେଷ୍ଟିଭାଲ୍ସର ମଜା ନିଅନ୍ତୁ


ମେ’-ଜୁନ୍‌ ମାସରେ ପ୍ରଚଣ୍ଡ ଗରମ ଏବଂ ଜୁଲାଇ-ଅଗଷ୍ଟ ମାସର ବର୍ଷା ପରେ ସେପ୍ଟେମ୍ବର ମାସରେ ଅଧିକାଂଶ ସ୍ଥାନର ପାଣିପାଗ ମନମୁଗ୍ଧକର ହୋଇଥାଏ। ଏହି ସମୟରେ ବୁଲିବାର ମଜା କିଛି ଅଲଗା ପ୍ରକାରର ହୋଇଥାଏ। ସେପ୍ଟେମ୍ବର ମାସରେ ଭାରତର ବିଭିନ୍ନ ସ୍ଥାନରେ ଅନେକ ପ୍ରକାରର ଫେଷ୍ଟିଭାଲର ଆୟୋଜନ କରାଯାଏ। ଆପଣ ମଧ୍ୟ ଏହି ଫେଷ୍ଟିଭାଲରେ ଯୋଗ ଦେଇ ମଜା ନେଇପାରିବେ।

ଲଦାଖ ଫେଷ୍ଟିଭାଲ
ଲଦାଖ ଫେଷ୍ଟିଭାଲ ଲଦାଖର ସାଂସ୍କୃତିକ ଫେଷ୍ଟିଭାଲ ଅଟେ। ଏହି ନିଆରା ଫେଷ୍ଟିଭାଲର ମଜା ନେବା ଲାଗି ଦୂର ଦୂରାନ୍ତରୁ ପର୍ଯ୍ୟଟକମାନେ ଏଠାକୁ ଆସିଥାନ୍ତି। ୧୪ ସେପ୍ଟେମ୍ବରରେ ଲେହରେ ଆୟୋଜିତ ହେବାକୁ ଯାଉଥିବା ଏହି ଲଦାଖ ଫେଷ୍ଟିଭାଲରେ ଆପଣ ପୋଲୋ ମ୍ୟାଚ୍‌, ମ୍ୟୁଜିକ୍‌ କନସର୍ଟ, ଲୋକନୃତ୍ୟ, ତୀରନ୍ଦାଜ, ରିଭର ରାଫ୍ଟିଂ ଭଳି ଅନେକ କାର୍ଯ୍ୟକ୍ରମର ଆନନ୍ଦ ଉଠାଇପାରିବେ।

ଗଣେଶ ଚତୁର୍ଥୀ
୧୦ ଦିନ ଯାଏ ଚାଲିବାକୁ ଥିବା ଏହି ଗଣେଶୋତ୍ସବ ଭାରତର ଅନେକ ସ୍ଥାନରେ ପାଳନ କରାଯାଏ। ଯଦିଓ ଗଣେଶ ଚତୁର୍ଥୀ ସରିଯାଇଛି, କିନ୍ତୁ ମୁମ୍ବାଇ ଓ ଏହାର ଆଖାପାଖ ଅଞ୍ଚଳରେ ଗଣେଶୋତ୍ସବର ଧୁମ୍‌ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ। ଏହି ଉତ୍ସବରେ ଦେଶ ବିଦେଶରୁ ଲୋକେ ଭାଗ ନେଇଥାନ୍ତି। ଲୋକେ ଘରେ ଗଣପତି ବାପ୍ପାଙ୍କ ସ୍ଥାପନା କରିବା ସହିତ ଫେଷ୍ଟିଭାଲ ଶେଷ ହେବା ପରେ ବିସର୍ଜନ କରିଥାନ୍ତି। ୨ରୁ ୧୨ ସେପ୍ଟେମ୍ବର ଯାଏ ମହାରାଷ୍ଟ୍ର, ଗୋଆ, ତାମିଲନାଡ଼ୁ, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶରେ ଗଣେଶେତ୍ସବ ଧୁମ୍‌ଧାମରେ ପାଳନ କରାଯାଏ।

ଓନମ

କେରଳର ସବୁଠାରୁ ବଡ଼ ଉତ୍ସବ ମଧ୍ୟରେ ଓନମ ଅନ୍ୟତମ। ୨ରୁ ୧୩ ସେପ୍ଟେମ୍ବର ଯାଏ କେରଳରେ ପୂରା ୧୦ ଦିନ ପାଇଁ ଏହି ଉତ୍ସବ ପାଳନ କରାଯାଏ। ଏହି ସମୟରେ ଲୋକେ ନିଜ ଘରକୁ ଫୁଲରେ ସଜାଇ ଥାନ୍ତି। ଫେଷ୍ଟିଭାଲ ସମୟରେ ନୂଆ ବସ୍ତ୍ର ପିନ୍ଧିବାର ପରମ୍ପରା ରହିଛି। ବିଭିନ୍ନ ପ୍ରକାରର ଖେଳକୁଦ, ନୃତ୍ୟ ଗୀତ, ସ୍ନେକ୍‌ ବୋଟ୍‌ ରେସ୍‌ ଆଦି ଏହି ଉତ୍ସବର ମଜା ଆହୁରି ବଢ଼ାଇଦିଏ।

ରାମନଗର ରାମଲୀଳା

ବନାରସର ରାମନଗରର ରାମଲୀଲାର ବିଶେଷତା ଅଢ଼େଇ ଶହ ବର୍ଷ ହେଲାଣି ମଧ୍ୟ ବଦଳିନି। ଏକ ମାସ ଧରି ଚାଲୁଥିବା ଏହି ରାମଲୀଳା ୧୨ସେପ୍ଟେମ୍ବରରୁ ୧୩ ଅକ୍ଟୋବର ଯାଏ ଚାଲିଥାଏ। ଟେକ୍ନୋଲୋଜିର ବିକାଶ ପରେ ମଧ୍ୟ ରାମନଗରର ରାମଲୀଳାରେ ମାଇକ୍‌ ବ୍ୟବହାର କରାଯାଇ ନ ଥାଏ।

ଜିରୋ ମ୍ୟୁଜିକ ଫେଷ୍ଟିଭାଲ
ଅରୁଣାଚଳ ପ୍ରଦେଶର ଜିରୋ ଭ୍ୟାଲିରେ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସରେ ଏକ ସପ୍ତାହ ଧରି ଜିରୋ ମ୍ୟୁଜିକ୍‌ ଫେଷ୍ଟିଭାଲର ଆୟୋଜନ ହୋଇଥାଏ। ୨୬ରୁ ୨୯ ସେପ୍ଟେମ୍ବର ଯାଏ ହେବାକୁ ଥିବା ଏହି ମ୍ୟୁଜିକ୍‌ କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ହଜାର ହଜାର ସଙ୍ଗୀତ ଓ କଳାପ୍ରେମୀ ସାମିଲ୍‌ ହୋଇଥାନ୍ତି। ବର୍ଷ ୨୦୧୨ରେ ହନୋ ଓ ଅନୁପ କୁଟ୍ଟି ନାମକ ଦୁଇ ଜଣ କଳାକାରଙ୍କ ଦ୍ବାରା ଏହି ଫେଷ୍ଟିଭାଲ ଆରମ୍ଭ ହୋଇଥିଲା। ଯଦି ଆପଣ ମଧ୍ୟ ସଙ୍ଗୀତରେ ସବୁକିଛି ଭୁଲି ଝୁମିବାକୁ ଚାହୁଛନ୍ତି, ତେବେ ଏହି ଫେଷ୍ଟିଭାଲରେ ନିହାତି ସାମିଲ୍‌ ହୋଇପାରିବେ।

ନବରାତ୍ରୀ
୨୯ ସେପ୍ଟେମ୍ବରରୁ ୭ ଅକ୍ଟୋବର ଯାଏ ଚାଲିବାକୁ ଥିବା ନବରାତ୍ରୀ ୯ ଦିନ ଯାଏ ଚାଲିଥାଏ। ଏହି ସମୟରେ ପୂରା ୯ ଦିନ ଯାଏ ମା’ ଦୁର୍ଗାଙ୍କ ଅଲଗା ଅଲଗା ରୁପରେ ପୂଜା କରାଯାଏ। ନବରାତ୍ରୀ ଶେଷ ହେବାର ପରଦିନ ଦଶହରା ପାଳନ କରାଯାଏ। କୋଲକାତାରେ ଏହାର ସବୁଠାରୁ ଅଧିକ ଧୁମ୍‌ ଦେଖିବାକୁ ମିଳିଥାଏ। ଏହାବ୍ୟତୀତ ଗୁଜରାଟ, ବାରାଣସୀ, ମହୀଶୂର, ମୁମ୍ବାଇ ଓ ଦିଲ୍ଲୀରେ ମଧ୍ୟ ନବରାତ୍ରୀ ଖୁବ୍‌ ଧୁମ୍‌ଧାମରେ ପାଳନ କରାଯାଏ।

ମହୀଶୂର ଦଶହରା
କର୍ଣ୍ଣାଟକର ମହୀଶୂରରେ ୧୦ ଦିନ ଯାଏ ଚାଲୁଥିବା ଦଶହରା ଉତ୍ସବ ବହୁତ ସ୍ବତନ୍ତ୍ର। ଯାହା ଦେଖିବା ଲାଗି ଦୂର ଦୂରାନ୍ତରୁ ଲୋକଙ୍କ ଭିଡ଼ ଜମିଥାଏ। ୧୬୧୦ରେ ୱାଡିୟାର ରାଜା ଏହି ଦଶହରା ଆରମ୍ଭ କରିଥିଲେ। ଏହି ସମୟରେ ପୂରା ମହୀଶୂର ପ୍ୟାଲେସକୁ ବଧୂ ଭଳି ସଜାଇ ଦିଆଯାଏ। ଏହାର ସୌନ୍ଦର୍ଯ୍ୟକୁ ଦୁଇଗୁଣା କରିଦିଏ ଏଠାର ଲାଇଟ୍‌ ଶୋ, ବାଣ, ଭିଣ୍ଟେଜ୍‌ ଅଟୋମୋବାଇଲ୍‌ ଶୋ’ ଓ ବିଭିନ୍ନ ପ୍ରକାରର ସ୍ବାଦିଷ୍ଟ ଖାଦ୍ୟ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ