କଲେଜ୍‌ ଯାଉଥିବା ଝିଅ ୱାର୍ଡରୋବରେ ସାମିଲ୍‌ କରନ୍ତୁ ଏସବୁ


ମାର୍କେଟରୁ ଡିଜାଇନର ପୋଷାକ କିଣିବା ସମୟ ଏବେ ଗଲାଣି। ଏବେ ଆପଣ ନିଜ ପୋଷାକର ଡିଜାଇନ ଆପଣ ନିଜେ ଡିଜାଇନ୍‌ କରନ୍ତୁ। କାରଣ ଏବେ ସେଲ୍ଫ ଷ୍ଟାଇଲିଂ ଟ୍ରେଣ୍ଡ ଚାଲିଛି। ଅର୍ଥାତ ନିଜ ପୋଷାକ ନିଜେ ଡିଜାଇନ୍‌ କରିବା। ଏଥିରେ ମିକ୍ସ ଏଣ୍ଡ ମ୍ୟାଚ୍‌ର କୌଣସି କନ୍‌ସେପ୍ଟ ମଧ୍ୟ ରହି ନ ଥାଏ। ଆପଣଙ୍କୁ ଯାହା ମାନିବ, କେବଳ ସେହିଭଳି ପୋଷାକ ଡିଜାଇନ୍‌ କରିବାକୁ ପଡ଼ିବ। ଚାଲନ୍ତୁ ଜାଣିବା କଲେଜ୍‌ ଯାଉଥିବା ଝିଅ ନିଜ ୱାର୍ଡରୋବ୍‌ରେ କ’ଣ କ’ଣ ସାମିଲ୍‌ କରିବା ଉଚିତ।

ସ୍ଲିଭ୍‌ଲେସ୍‌ ଟପ୍
ଆପଣ ଚାହିଲେ ସ୍ଲିଭ୍‌ଲେସ୍‌ ଟପ୍‌କୁ ପଟିଆଲା ପ୍ୟାଣ୍ଟ ସହିତ ଟିମ୍‌ଅପ୍‌ କରି ପିନ୍ଧି ପାରିବେ। ଏହା ସହିତ ଆପଣ ଷ୍ଟୋଲ୍‌, ସନ୍‌ଗ୍ଲାସ୍‌, ଘଣ୍ଟା ଓ ହାତରେ ମୁଦି ପିନ୍ଧି ନିଜକୁ ଅଲଗା ଏକ ଲୁକ୍‌ ଦେଇପାରିବେ।

ଡେଣ୍ଟାଲ ଜୁଏଲାରୀ

ଆକ୍ସେସରିଜ୍‌ କଥା ଉଠିଲେ, ଏବେ ଡେଣ୍ଟାଲ ଜୁଏଲାରୀର ପ୍ରଚଳନ ଖୁବ୍‌ ଚାଲିଛି। ଏହାକୁ ଦାନ୍ତରେ ପିନ୍ଧି ମଧ୍ୟ ଷ୍ଟାଇଲ୍‌ ଷ୍ଟେଟମେଣ୍ଟ କ୍ରିଏଟ୍‌ କରିପାରିବେ।

ଭାଇବ୍ରାଣ୍ଟ କଲର

ଫ୍ୟାଶନ୍‌ ଟ୍ରେଣ୍ଡ ସହିତ ଚାଲିବାକୁ ଚାହୁଥିଲେ, ବୋଲ୍ଡ ଓ ବ୍ରାଇଟ୍‌ ଶେଡ୍‌ସ୍‌କୁ ନିଜ ୱାଡରୋବରେ ସାମିଲ୍‌ କରନ୍ତୁ। ଏହାବ୍ୟତୀତ ଲେୟାରିଂ ମଧ୍ୟ ଆପଣଙ୍କୁ ସ୍ମାର୍ଟଲୁକ୍‌ ଦେବ। ଏଥିପାଇଁ କଲରଫୁଲ୍‌ ଟି-ସାର୍ଟ, ଜ୍ୟାକେଟ୍‌ସ ଓ ଲେଗିଙ୍ଗସ୍‌କୁ ମ୍ୟାଚ୍‌ କରି ପିନ୍ଧିପାରିବେ।

ଫ୍ଲୋରାଲ ପ୍ରିଣ୍ଟ

ଏବେ ଫ୍ଲୋରାଲ ପ୍ରିଣ୍ଟ ସବୁଠାରୁ ଅଧିକ ଟ୍ରେଣ୍ଡରେ ରହିଛି। ଟପ୍‌ରୁ ଆରମ୍ଭ କରି ଡ୍ରେସ୍‌, ଜ୍ୟାକେଟ୍‌ ଆଦି ସବୁ ପ୍ରକାର ପୋଷାକରେ ଫ୍ଲୋରାଲ ପ୍ରିଣ୍ଟର ଯାଦୁ ଛାଇ ହୋଇରହିଛି। ଆପଣ ଚାହିଲେ ବ୍ରାଇଟ୍‌ କଲର୍ସର ଫ୍ଲୋରାଲ ପ୍ରିଣ୍ଟଯୁକ୍ତ ପୋଷାକ ପିନ୍ଧି ପାରିବେ। ଧ୍ୟାନ ରଖନ୍ତୁ ଯଦି ଫ୍ଲୋରାଲ ପ୍ରିଣ୍ଟର ପୋଷାକ ପିନ୍ଧୁଛନ୍ତି, ତେବେ ଜୁଏଲାରୀ କମ୍‌ ପିନ୍ଧନ୍ତୁ।

ମ୍ୟାଚିଂ ହ୍ୟାଣ୍ଡବ୍ୟାଗ
ନୂଆ ଫ୍ୟାଶନ୍‌ ଟ୍ରେଣ୍ଡ ଅନୁସାରେ ପୋଷାକ ସହ ମ୍ୟାଚ୍‌ କରି ଜୋତା ପିନ୍ଧିବା ଏବେ ଆଉଟ୍‌ଡେଟେଡ୍‌ ହୋଇଗଲାଣି। ଏଥିପାଇଁ ଏବେ ନିଜ ଆଉଟ୍‌ଫିଟ୍‌ ସହିତ ମ୍ୟାଚ୍‌ କରି ହ୍ୟାଣ୍ଡବ୍ୟାଗ୍‌ ବ୍ୟବହାର କରିବା ଆବଶ୍ୟକ ହୋଇପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ