ସିରିଜ୍‌ କ୍ଲିନ୍‌ ସୁଇପ ଅପେକ୍ଷାରେ ଭାରତ


ଦ୍ବିତୀୟ ଟେଷ୍ଟ ଜିଣି ଭାରତ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ କ୍ଲିନ୍‌ ସୁଇପ୍‌ କରିବା ସମ୍ଭାବନା ସୃଷ୍ଟି କରିଛି। ୪୬୮ ରନ୍‌ର କଷ୍ଟସାଧ୍ୟ ବିଜୟଲକ୍ଷ୍ୟର ପିଛା କରି ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍‌ ୪ର୍ଥ ଦିନରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଶେଷ ଖବର ସୁଦ୍ଧା ୧୩୧ ରନ୍‌ରେ ୪ଟି ୱିକେଟ୍‌ ହରାଇଛି। ଫଳରେ ଘରୋଇ ଦଳକୁ ବିଜୟ ପାଇଁ ଆହୁରି ୩୩୭ ରନ୍‌ର ଆବଶ୍ୟକତା ଥିବାରୁ ଏହାକୁ ହାସଲ କରିବା କଷ୍ଟକର ମନେ ହେଉଛି। ଦ୍ବିତୀୟ ଇନିଂସରେ ଭାରତ ପକ୍ଷରୁ ଈଶାନ୍ତ ଶର୍ମାଙ୍କୁ ୨ଟି ୱିକେଟ୍‌ ମିଳିଥିଲା ବେଳେ ଜାଡେଜା ଓ ଶମୀଙ୍କୁ ଗୋଟିଏ କରି ୱିକେଟ୍‌ ମିଳିଛି।

ପ୍ରଥମ ଇନିସଂରେ ଭାରତ ୪୧୬ ରନ୍‌ କରିବା ପରେ ୱେଷ୍ଟଇଣ୍ଡିଜ୍‌ ମାତ୍ର ୧୧୭ ରନ୍‌ କରି ଅଲଆଉଟ୍‌ ହୋଇଥିଲା। ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରା ହାଟ୍ରିକ ସହ ୬ଟି ୱିକେଟ ନେଇ ୱେଷ୍ଟଇଣ୍ଡିଜର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥଲେ। ପ୍ରଥମ ଇନିସଂରେ ଭାରତ ୨୯୯ ରନରେ ଅଗ୍ରଣୀ ହାସଲ କରିବା ସତ୍ତ୍ବେ ୱେଷ୍ଟଇଣ୍ଡିଜକୁ ଫଲୋଅନ ନ କରି ପୁଣି ଥରେ ଦ୍ବିତୀୟ ଇନିଂସ ଆରମ୍ଭ କରିଥିଲା। ତୃତୀୟ ଦିନରେ ଭାରତ ହନୁମା ବିହାରୀ ଓ ଅଜିଙ୍କ୍ୟ ରାହାଣେଙ୍କ ଅର୍ଦ୍ଧଶତକ ବଳରେ ୪ ୱିକେଟ୍‌ରେ ୧୬୮ ରନ୍‌ କରି ପାଳି ସମାପ୍ତି ଘୋଷଣା କରିଥିଲା।

ଏଠାରେ ସୂଚନାଯୋଗ୍ୟ ଯେ ଭାରତ ଏହି ଟେଷ୍ଟ ମ୍ୟାଚ୍‌ରେ ବିଜୟୀ ହେଲେ ବିରାଟ କୋହଲି ଅଧିନାୟକ ଭାବେ ଧୋନିଙ୍କ ନାଁରେ ଥିବା ସର୍ବାଧିକ ଟେଷ୍ଟ ମ୍ୟାଚ୍‌ ବିଜୟର ରେକର୍ଡକୁ ଭଙ୍ଗ କରି ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରିବେ। ଅନ୍ୟପକ୍ଷରେ ୠଷଭ ପନ୍ତ ୱିକେଟ ପଛରେ ଧୋନିଙ୍କ ନାଁରେ ଥିବା ଦ୍ରୁତ ୫୦ତମ ୱିକେଟର ରେକର୍ଡକୁ ଭଙ୍ଗ କରିବାରେ ସଫଳ ହୋଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ