ପାରାଦୀପ ବେଳାଭୂମିରେ ବିଦେଶୀଙ୍କ ମୃତଦେହ


ପାରାଦ୍ୱୀପ ଅଞ୍ଚଳରେ ହତ୍ୟା ଏବଂ ମରଣାନ୍ତକ ଆକ୍ରମଣ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପାରାଦୀପ ସମୁଦ୍ର କୂଳରୁ ମୃତଦେହ ଉଦ୍ଧାର କରାଯାଇଛି। ପାରାଦୀପ ହନୁମାନ ମନ୍ଦିର ନିକଟ ସମୁଦ୍ର କୂଳରେ ମୃତଦେହଟି ପଡ଼ିଥିବାର ଦେଖି ସିଆଇଏଏଫ୍‌ର ସୁରକ୍ଷା କର୍ମୀ ପୋଲିସ୍‌କୁ ଖବର ଦେଇଥିଲେ।ମୃତଦେହର ପରିଚୟ ମିଳି ପାରି ନ ଥିବାବେଳେ ବୟସ ପ୍ରାୟ ୪୦ରୁ ଅଧିକ ବୋଲି ଅନୁମାନ କରାଯାଉଛି। ତେବେ ଏହି ମୃତଦେହଟି ଜଣେ ବିଦେଶୀ ନାଗରିକ ବୋଲି ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଜଟାଧାର ମୁହାଁଣ ଥାନା ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ଉକ୍ତ ସ୍ଥାନରେ ମୂତୟନ ଥିବା ସିଆଇଏସ୍‌ଏଫ୍‌(କେନ୍ଦ୍ରୀୟ ଶିଳ୍ପ ସୁରକ୍ଷାବଳ) ଯବାନମାନେ ସକାଳେ ମୃତଦେହକୁ ଦେଖି ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା(୩/୧୯) ରୁଜୁ କରିଛି। ମୃତକଙ୍କ ଶାରିରୀକ ଗଠନ ଓ ବର୍ଣ୍ଣରୁ ସେ ଜଣେ ବିଦେଶୀ ବୋଲି ଅନୁମାନ କରାଯାଉଛି। ହେଲେ ମୃତକଙ୍କ ପରିଚୟ ମିଳିନାହିଁ। ତେବେ ସେ କୌଣସି ପଣ୍ୟବହାରୀ ଜାହାଜର ନାବିକ ହୋଇଥାଇପାରନ୍ତି ସନ୍ଦେହ କରି ପୋଲିସ୍‌ ସେ ଦିଗରେ ମଧ୍ୟ ତଦନ୍ତ ଚଳାଇଛି। ଏଥିପାଇଁ ଜଟାଧାର ମୁହାଁଣ ସାମୁଦ୍ରିକ ଥାନା ପୋଲିସ୍‌ ଇମିଗ୍ରେସନ୍‌ବିଭାଗର ସହାୟତା ଲୋଡ଼ିଛି। ମୃତକ ଚାଇନା କିମ୍ବା ଦକ୍ଷିଣ କୋରିଆର ନାଗରିକ ଏବଂ ଦୁଇରୁ ତିନି ଦିନ ତଳେ ତାଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ