ଧରାପଡ଼ିଲା ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୁକ୍ତ


ରାଜଧାନୀ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ନାବାଳିକାକୁ ଅସଦାଚରଣ କରିବା ଘଟଣାରେ ପୋଲିସ୍‌କୁ ମିଳିଛି ସଫଳତା। ଶୁକ୍ରବାର ଅଭିଯୁକ୍ତକୁ ଚିହ୍ନଟ କରାଯିବା ପରେ ଶନିବାର ତାକୁ ଗିରଫ କରିଛି କମିଶନରେଟ୍‌ ପୋଲିସ୍‌। ଅଭିଯୁକ୍ତଜଣକ ଶହୀଦ ନଗର ଅଞ୍ଚଳର ଦିଲୀପ ସାହୁ ବୋଲି ଜଣାପଡ଼ିଛି। ସେ ଶହୀଦ ନଗର ହାଟରେ ଦୋକାନ କରିଥିବା ଜଣାପଡ଼ିଛି। ଦିଲୀପ ଗିରଫ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ଦିଲୀପଙ୍କ ଦୋକାନ ଘର ଭାଙ୍ଗି ଦେଇଛନ୍ତି।

ଗତ କିଛି ଦିନ ତଳେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବିଚ୍ ରାସ୍ତାରେ ଅସଦାଚରଣ କରିଥିଲେ ଉକ୍ତ ବ୍ୟକ୍ତି ଜଣକ। ନାବାଳିକା ଜଣକ ଟ୍ୟୁସନ୍‌ ଯାଉଥିବା ବେଳେ ଉକ୍ତ ବ୍ୟକ୍ତି ତାଙ୍କୁ ପିଛା କରିବା ପରେ, ରାସ୍ତାରେ ଅଟକାଇ ଅସଦାଚରଣ କରିଥିଲେ। ସିସିଟିଭିରେ ଅସଦାଚରଣ ବେଳର ଦୃଶ୍ୟ କଏଦ ମଧ୍ୟ ହୋଇଥିଲା। ଏନେଇ ନାବାଳିକାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗର ପ୍ରାୟ ଏକ ସପ୍ତାହ ପରେ ମଧ୍ୟ ପୋଲିସ୍‌ ଅଭିଯୁକ୍ତକୁ ଚିହ୍ନଟ କରିପାରି ନ ଥିଲା। ଯାହାକୁ ନେଇ ପୋଲିସ୍‌ ମଧ୍ୟ ସମାଲୋଚନାର ଶିକାର ହୋଇଥିଲା। ତେବେ ଏନେଇ  ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଅଭିଯୁକ୍ତକୁ ଧରିବାକୁ ପୋଲିସ୍‌ ତତ୍ପରତା ଦେଖାଇଥିଲା। ସିସିଟିଭି ଆଧାରରେ ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି। ଖୁବ୍‌ଶୀଘ୍ର ତାକୁ ଗିରଫ କରାଯିବ ବୋଲି ପୋଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ। ଏହାପରେ ଅଭିଯୁକ୍ତକୁ ଗିରଫ କରିବାରେ ପୋଲିସ୍‌ ସଫଳତା ପାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ