ନାଏବ ସରପଞ୍ଚଙ୍କ ଗଳାକାଟି ହତ୍ୟାକଲେ ନକ୍ସଲ


ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଲାରେ ବର୍ବରକାଣ୍ଡ ଘଟାଇଛନ୍ତି ମାଓବାଦୀ। ଛୋଟେଗୁଡ଼ ଗ୍ରାମର ନାଏବ ସରପଞ୍ଚରଙ୍କୁ ଘରୁ ଡାକି ନେଇ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ।

ଶୁକ୍ରବାର ରାତିରେ ୧୦ରୁ ୧୫ ସଶସ୍ତ୍ର ମାଓବାଦୀ ଗ୍ରାମରେ ପହଞ୍ଚି ନାଏବ ସରପଞ୍ଚଙ୍କୁ ଘରୁ ଡାକିନେଇଥିଲେ। ଏହାପରେ ଗାଁ ମୁଣ୍ଡରେ ତାଙ୍କ ବେକକାଟି ହତ୍ୟା କରିବା ପରେ ପଳାଇ ଯାଇଥିଲେ। ଶନିବାର ସକାଳେ ଗାଁ ମୁଣ୍ଡରେ ତାଙ୍କ ମୃତଦେହ ପଡ଼ିଥିବା ଗ୍ରାମବାସୀ ଦେଖି ପୋଲିସ୍‌କୁ ଖବର ଦେଇଥିଲେ। ଉପନିର୍ବାଚନ ତାରିଖ ଘୋଷଣା ହେବା ପରେ ନକ୍ସଲମାନେ ଏଭଳି ବର୍ବରକାଣ୍ଡ ଘଟାଇଛନ୍ତି। ନିର୍ବାଚନକୁ କେନ୍ଦ୍ର କରି ସେମାନେ ଏହି ହିଂସାକାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ