ୱେଷ୍ଟଇଣ୍ଡିଜ ଚାପକୁ ଏଡ଼ାଇଲା କୋହଲି ଓ ମୟଙ୍କଙ୍କ ଅର୍ଦ୍ଧଶତକ: ଭାରତ ୨୬୪/୫


ଅଧିନାୟକ ବିରାଟ କୋହଲିଙ୍କ ଲଢ଼ୁଆ ୭୬ ରନ୍‌ ଓ ଓପ୍‌ନର ମୟଙ୍କ ଅଗ୍ରୱାଲଙ୍କ ୫୫ ରନ୍‌ ବଳରେ ଭାରତ ଦ୍ବିତୀୟ ଟେଷ୍ଟ୍‌ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୫ ୱିକେଟ୍‌ ହରାଇ ୨୬୪ ରନ୍‌ କରିଛି। ଲୋକେଶ ରାହୁଲ ୧୩ ଓ ଚେତେଶ୍ବର ପୂଜାରା ମାତ୍ର ୬ ରନ୍‌ କରି ଆଉଟ୍‌ ହେବା ପରେ ମୟଙ୍କ ଓ ଅଧିନାୟକ କୋହଲି ଇନିଂସ ସଜାଡ଼ିବାରେ ସଫଳ ହୋଇଥିଲେ। ତୃତୀୟ ୱିକେଟ୍‌ରେ ଭାରତ ୧୧୫ ରନ୍‌ରେ ପହଞ୍ଚିଥିଲା  ବେଳେ ମୟଙ୍କ ୭ଟି ଚୌକା ଜରିଆରେ ୫୫ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହାପରେ କୋହଲିଙ୍କ ସହ ଅଜିଙ୍କ୍ୟ ରାହାଣେ ଯୋଗଦେଇ ୪ଟି ଚୌକା ଜରିଆରେ ୨୪ ରନ୍‌ କରି ଆଉଟ୍‌ ହୋଇଥିଲେ। ମାତ୍ର ଅଧିନାୟକ କୋହଲି ଓ ପ୍ରତିପକ୍ଷ ଅଧିନାୟକ ହୋଲ୍ଡରଙ୍କ ମଧ୍ୟରେ ବ୍ୟାଟ୍‌-ବଲ୍‌ର ୪ ଘଣ୍ଟାର ସଂଘର୍ଷ ଦେଖିବାକୁ ମିଳିଥିଲା। ଶେଷରେ ହୋଲ୍ଡରଙ୍କ ବୋଲିଂରେ କୋହଲି ୧୦ଟି ଚୌକା ଜରିଆରେ ୭୬ ରନ କରି ଅନ୍ତିମ ସେସନରେ ଆଉଟ୍‌ ହୋଇଥିଲେ।

ପଞ୍ଚମ ଖେଳାଳି ଭାବେ କୋହଲି ଆଉଟ ହୋଇଥିଲେ ବି ହନୁମା ବିହାରୀ ଓ ୱିକେଟ୍‌ କିପର ୠଷଭ ପନ୍ତ ୬୨ ରନ ସଂଗହ କରି ଘରୋଇ ଦଳ ଉପରେ ଚାପ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ହନୁମା ୮ଟି ଚୌକା ଜରିଆରେ ୪୨ ଓ ପନ୍ତ ୨ଟି ଚୌକା ଜରିଆରେ ୨୭ ରନ୍‌ କରି ଅପରାଜିତ ଅଛନ୍ତି। ୱେଷ୍ଟଇଣ୍ଡିଜ ପକ୍ଷରୁ ଅଧିନାୟକ ହୋଲ୍ଡର ୨୦ ଓଭର ବୋଲିଂ କରି ୩୯ ରନ ଦେଇ ୩ଟି ୱିକେଟ୍‌ ନେଇ ବଡ଼ ସଫଳତା ହାସଲ କରିଛନ୍ତି। ଯଦି ଭାରତ ଏହି ଟେଷ୍ଟରେ ବିଜୟୀ ହୁଏ ତାହେଲେ ଅଧିନାୟକ ଭାବେ କୋହଲି ମହେନ୍ଦ୍ର ସିଂହ ଧୋନିଙ୍କ ସର୍ବାଧିକ ୨୮ ଟେଷ୍ଟ ମ୍ୟାଚ୍‌ ବିଜୟର ରେକର୍ଡ ଭାଙ୍ଗି ନୂଆ ରେକର୍ଡ କରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ