ଜାଣନ୍ତୁ କେଉଁଠି ରହିଛି ପାରାଗ୍ଲାଇଡିଙ୍ଗ ପାଇଁ ସୁନ୍ଦର ଡେଷ୍ଟିନେସନ୍‌


ପାରାଗ୍ଲାଇଡିଂ କରିବା ସମୟରେ ବହୁତ ଜୋର୍‌ରେ ଡରି ଯାଇ ଚିତ୍କାର କରୁଥିବା ଜଣେ ବ୍ୟକ୍ତିଙ୍କ ଏକ ଭିଡ଼ିଓ ଏବେ ସୋସାଲ ମିଡିଆରେ ଜବରଦସ୍ତ ଭାଇରାଲ ହେବାରେ ଲାଗିଛି। ପାରାଗ୍ଲାଇଡିଙ୍ଗ ଏପରି ଏକ ଆଡଭେଞ୍ଚର ସ୍ପୋର୍ଟ୍ସ, ଯେଉଁଥିରେ ଆପଣ ଆକାଶ ମାର୍ଗରୁ ପୃଥିବୀର ସୌନ୍ଦର୍ଯ୍ୟ ଦେଖିପାରିବେ। ଯଦିଓ ପାରାଗ୍ଲାଇଡିଙ୍ଗ ସ୍ପଟ୍‌ରେ ପହଞ୍ଚିବା ପରେ ଅନେକ ଲୋକଙ୍କ ଜୋଶ୍‌ ଏବଂ ହୋଶ୍‌ ସବୁକିଛି ଉଡ଼ି ଯାଇଥାଏ। କିନ୍ତୁ ଏହି ଆଡଭେଞ୍ଚର ସ୍ପୋର୍ଟ୍ସର ମଜା କିଛି ଅଲଗା ପ୍ରକାରର। ଯଦି ଆପଣ ମଧ୍ୟ ପାରାଗ୍ଲାଇଡିଙ୍ଗ ମାଧ୍ୟମରେ ଆକାଶକୁ ଚୁମିବାକୁ ଚାହୁଛନ୍ତି, ତେବେ ଦେଶରେ ଏମିତି ଅନେକ ସ୍ଥାନରେ ଏହି ସୁବିଧା ଉପଲବ୍ଧ ରହିଛି।

ସିକ୍କିମ
ସିକ୍କିମ ନିଜ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ବହୁତ ଲୋକପ୍ରିୟ। ସିକ୍କିମରେ ପାରାଗ୍ଲାଇଡିଙ୍ଗ କରିବା ପାଇଁ ଅନେକ ସ୍ଥାନ ରହିଛି। ଟେକ୍‌ ଅଫ୍‌ରୁ ଆରମ୍ଭ କରି ଲ୍ୟାଣ୍ଡିଂ ପାଇଁ ମଧ୍ୟ ଏଠାରେ ସୁନ୍ଦର ସ୍ଥାନ ରହିଛି। ଏହାବ୍ୟତୀତ ସିକ୍କିମରେ ପାରାଗ୍ଲାଇଡିଙ୍ଗ ତାଲିମ ମଧ୍ୟ ଦିଆଯାଉଛି।

କୁଞ୍ଜାପୁରୀ, ଉତ୍ତରାଖଣ୍ଡ
ଉତ୍ତରାଖଣ୍ଡର କୁଞ୍ଜାପୁରୀକୁ ଏକ ଉତ୍ତମ ପର୍ଯ୍ୟଟନସ୍ଥଳୀ ଭାବେ ଗ୍ରହଣ କରାଯାଏ। ଏଠାରେ ମଧ୍ୟ ଆପଣ ପାରାଗ୍ଲାଇଡିଙ୍ଗ କରିବାର ଆନନ୍ଦ ଉଠାଇପାରିବେ। ଆକାଶର ଉଚ୍ଚତାରୁ ଆପଣ ଶିଭାଲିକ ଓ ଗଙ୍ଗୋତ୍ରୀ ପାହାଡ଼କୁ ପାରାଗ୍ଲାଇଡିଙ୍ଗ ଜରିଆରେ ଦେଖିପାରିବେ।

ବୀର ବିଲିଙ୍ଗ, ହିମାଚଳପ୍ରଦେଶ
ଦେଶର ସବୁଠାରୁ ସୁନ୍ଦର ପାରାଗ୍ଲାଇଡିଙ୍ଗ ସ୍ପଟ୍‌ ହିମାଚଳ ପ୍ରଦେଶର ବୀର ବିଲିଙ୍ଗରେ ରହିଛି। ପ୍ରତ୍ୟେକ ବର୍ଷ ପାରାଗ୍ଲାଇଡିଙ୍ଗର ମଜା ଉଠାଇବା ଲାଗି ଅନେକ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ପାରାଗ୍ଲାଇଡିଙ୍ଗ କରିବା ସମୟରେ ଆପଣ ଏଠାରେ ସ୍ବର୍ଗ ଭଳି ଅନୁଭବ କରିବେ।

ନନ୍ଦୀ ହିଲ୍ସ, ବେଙ୍ଗାଳୁରୁ
ବେଙ୍ଗାଳୁରୁର ନନ୍ଦୀ ହିଲ୍ସରେ ମଧ୍ୟ ପାରାଗ୍ଲାଇଡିଙ୍ଗ ସୁବିଧା ରହିଛି। ଏଠାରେ ଅନେକ ସୁନ୍ଦର ପାହାଡ଼ ରହିଛି, ଯେଉଁଠି ଆପଣ ପାରାଗ୍ଲାଇଡିଙ୍ଗ ଭଳି ରୋମାଞ୍ଚକ ଖେଳର ମଜା ନେଇ ପାରିବେ।

ପାଭନା‌, ମହାରାଷ୍ଟ୍ର
ଆପଣ ଚାହିଲେ ମହାରାଷ୍ଟ୍ରର ପୁନେଠାରୁ ପାଖାପାଖି ୬୫ କିମି ଦୂରରେ ପାଭନାରେ ମଧ୍ୟ ଆପଣ ପାରାଗ୍ଲାଇଡିଙ୍ଗର ମଜା ନେଇପାରିବେ। ଯେତେବେଳେ ଆପଣ ପାରାଗ୍ଲାଇଡିଙ୍ଗ କରି ପାଭନା ହ୍ରଦ ଉପରେ ଉଡ଼ିବେ, ଏହାର ଦୃଶ୍ୟ କିଛି ଅଲଗା ପ୍ରକାରରର ହୋଇଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ