ହରତାଲିକା ତିଜ୍‌ରେ ସେଲିବ୍ରିଟିଙ୍କଠାରୁ ନିଅନ୍ତୁ ଶାଢ଼ି ପିନ୍ଧିବା ଟିପ୍ସ


ସୌଭାଗ୍ୟର ବ୍ରତ ହରତାଲିକା ତିଜ୍‌ ଚଳିତ ବର୍ଷ ୧ ସେପ୍ଟେମ୍ବରରେ ପଡ଼ୁଛି। ନିଜ ପତିଙ୍କ ଦୀର୍ଘାୟୁ କାମନା କରି ମହିଳାମାନେ ଏହି ବ୍ରତ କରିଥାନ୍ତି। ଏହି ଦିନ ମହିଳାମାନେ ସନ୍ଧ୍ୟା ସମୟରେ ଭଲ ଭାବେ ସଜେଇ ହୋଇ ଷୋଳ ଶୃଙ୍ଗାର କରି ଭଗବାନ ଶିବ ଓ ପାର୍ବତୀ ମା’ଙ୍କ ପୂଜା କରିଥାନ୍ତି। ଯଦି ଆପଣ ମଧ୍ୟ ତିଜ୍‌ ବ୍ରତ ରଖୁଛନ୍ତି, ପାରମ୍ପରିକ ଶାଢ଼ି ବଦଳରେ ନୂଆ କିଛି ଏକ୍ସପେରିମେଣ୍ଟ କରିପାରିବେ। ଏଥିପାଇଁ ଆପଣ ବଲିଉଡ୍‌ ଦିଭାଙ୍କଠାରୁ ଟିପ୍ସ ନେଇପାରିବେ।

କରିସ୍ମା-କରୀନାଙ୍କ ଶିମରି ଶାଢ଼ି

ଏବେ ଶିମରି ଶାଢ଼ି ବହୁତ ଟ୍ରେଣ୍ଡରେ ରହିଛି। ଆପଣ ଚାହିଲେ କରିସ୍ମା କପୁରଙ୍କ ଭଳି ଡିପ୍‌ ବ୍ଲୁ ରଙ୍ଗର ଶିମରି ଶାଢ଼ି କିମ୍ବା କରୀନା କପୁର ଖାନଙ୍କ ଭଳି ବେବି ପିଙ୍କ୍‌ ରଙ୍ଗର ଶିମରି ଶାଢ଼ି ମଧ୍ୟ ଚଳିତ ବର୍ଷ ତିଜ୍‌ରେ ଟ୍ରାଏ କରିପାରିବେ। ଏହା ଆପଣଙ୍କୁ ଏକ ନିଆରା ଲୁକ୍‌ ଦେବ।

ବିଦ୍ୟା-ତାପସୀଙ୍କ ବେଲ୍ଟେଡ୍‌ ଶାଢ଼ି ଲୁକ୍‌

ଏବେ ଶାଢ଼ି ସହିତ ବେଲ୍ଟ ଲୁକ୍‌ ବହୁତ ଟ୍ରେଣ୍ଡରେ ରହିଛି। ଆପଣ ଚାହିଲେ ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବଲାନ ଓ ତାପସୀ ପନ୍ନୁଙ୍କ ଭଳି ବେଲ୍ଟେଡ୍‌ ଶାଢ଼ି ପିନ୍ଧି ପାରିବେ। ପର୍ପଲ ରଙ୍ଗର ଶାଢ଼ିକୁ ବ୍ରାଉନ୍‌ ରଙ୍ଗର ବେଲ୍ଟ ସହିତ ଟିମ୍‌ଅପ୍‌ କରି ପିନ୍ଧିପାରିବେ। ସେହିପରି ତାପସୀ ପନ୍ନୁଙ୍କୁ ବ୍ଲୁ ରଙ୍ଗର ଶାଢ଼ି ସହିତ ଅଣ୍ଟା ପର୍ଯ୍ୟନ୍ତ ଲମ୍ବା ବ୍ଲାଉଜ୍‌ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଏହାର ସବୁଠାରୁ ବଡ଼ ବିଶେଷତ୍ବ ହେଉଛି ବ୍ରାଉନ୍‌ ରଙ୍ଗର ବେଲ୍ଟ। ଏଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ।

ମାଧୁରୀଙ୍କ ଷ୍ଟାଇଲିଶ ଶାଢ଼ି

ଏଭରଗ୍ରୀନ୍‌ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଏବେ ଛୋଟ ପରଦାରେ ରିଅଲିଟି ଶୋ’କୁ ଜଜ୍‌ କରୁଥିବା ନଜର ଆସୁଛନ୍ତି। ଏହି ସମୟରେ ସେ ଅଲଗା ଅଲଗା ପ୍ରକାରର ଷ୍ଟାଇଲିଶ୍‌ ଶାଢ଼ିରେ ନଜର ଆସୁଛନ୍ତି। ମାଧୁରୀଙ୍କ ବ୍ଲାକ୍‌ ଶାଢ଼ି ହେଉ ବା ରେଡ୍‌ ଶାଢ଼ି ଲୁକ୍‌, ସବୁଥିରେ ମାଧୁରୀ ବହୁତ ସୁନ୍ଦର ଦେଖାଯାଉଥିଲେ। ଏହାକୁ ଆପଣ ତିଜ୍‌ ଅବସରରେ କ୍ୟାରୀ କରିପାରିବେ।

ଶିଳ୍ପାଙ୍କ ଭଳି ଶାଢ଼ିକୁ ଗାଉନ୍‌ ଷ୍ଟାଇଲ୍‌ରେ ପିନ୍ଧନ୍ତୁ
ଶାଢ଼ି ଷ୍ଟାଇଲ୍‌ ସମ୍ପର୍କରେ କଥା ହେବାବେଳେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କୁ କେହି କିପରି ଭୁଲିଯିବେ! କାରଣ ଶାଢ଼ି ସହିତ ଶିଳ୍ପା ବହୁତ ସାରା ଏକ୍ସପେରିମେଣ୍ଟ କରିଥାନ୍ତି। ଶିଳ୍ପା ଶାଢ଼ିର ଗାଉନ୍‌ ଲୁକ୍‌କୁ ବହୁତ ଲୋକପ୍ରିୟ କରି ଦେଇଛନ୍ତି। ଶିଲ୍ପାଙ୍କ ହ୍ବାଇଟ୍‌ ଶାଢ଼ି ଲୁକ୍‌, ଗ୍ରୀନ୍‌ ଶାଢ଼ି ଲୁକ କିମ୍ବା ରେଡ୍‌ ଶାଢ଼ି ଲୁକ୍‌, ସବୁଥିରେ ଶିଳ୍ପା ବହୁତ ସୁନ୍ଦର ଦେଖାଯାଉଥିଲେ। ଆପଣ ତିଜ୍‌ରେ ଶିଳ୍ପାଙ୍କ ଏହି ଶାଢ଼ିକୁ ଗାଉନ୍‌ ଷ୍ଟାଇଲ୍‌ରେ ପିନ୍ଧିପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ