ଭିଜିଲାନ୍ସ ଜାଲରେ ଦମ୍ପତି


ଭିଜିଲାନ୍ସ ଜାଲରେ ଦମ୍ପତି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ତେସିଙ୍ଗା ପଞ୍ଚାୟତର ସରପଞ୍ଚ ସଙ୍ଗୀତା ଖଣ୍ଡେଇ ଏବଂ ତାଙ୍କ ସ୍ବାମୀ ତେସିଙ୍ଗା ସେବା ସମବାୟ ସମିତିର ସମ୍ପାଦକ ରାଜେନ୍ଦ୍ର ଖଣ୍ଡେଇଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ବର ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି।

ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ରାଜେନ୍ଦ୍ରଙ୍କ ରାଜେନ୍ଦ୍ରଙ୍କ ବାସଭବନ ସହ ଇଟା କମ୍ପାନୀ, ଶ୍ୱଶୂର ଘର, ତେସିଙ୍ଗା ସେବା ସମବାୟ ସମିତି, ତେସିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ଓ ତାଙ୍କ ବନ୍ଧୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ଭିଜିଲାନ୍ସ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସମେତ ଦସ୍ତାବିଜ ଓ ସମ୍ପତିର ଦଲିଲ ଜବତ କରିଛି। ଏବେ ମଧ୍ୟ ଚଢ଼ାଉ ଜାରି ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ