ଗଣେଶ ଚତୁର୍ଥୀରେ ଷ୍ଟିମ୍‌ଡ୍‌ ମୋଦକରେ ପିଲାଙ୍କୁ କରନ୍ତୁ ଖୁସି


ବିଘ୍ନ ବିନାଶକ ଗଣେଶଙ୍କୁ ତାଙ୍କ ମା’ ଗୌରୀଙ୍କ ଦ୍ବାରା ତିଆରି କରାଯାଇଥିବା ମୋଦକ ବହୁତ ପସନ୍ଦ ଥିଲା। ତେଣୁ ଗଣେଶ ଚତୁର୍ଥୀ ଅବସରରେ ଭକ୍ତ ଗଣେଶଜୀଙ୍କୁ ମୋଦକ ଭୋଗ ଲଗାଇଥାନ୍ତି। ଆପଣ ମଧ୍ୟ ନିଜ ପିଲାଙ୍କୁ ମୋଦକ ତିଆରି କରି ଖୁଆଇପାରିବେ। ଚାଲନ୍ତୁ ଜାଣିବା ଷ୍ଟିମ୍‌ଡ୍‌ ମୋଦକ ରେସିପିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର
ଅଧ କପ୍‌ କୋରା ନଡ଼ିଆ, ୫୦ ଗ୍ରାମ୍‌ କାଜୁ, ତିନି ଚତୁର୍ଥାଂଶ କପ୍‌ କ୍ଷୀର, ୧ କପ୍‌ ଚାଉଳ ଗୁଣ୍ଡ, ୧ କପ୍‌ ପାଣି, ଅଧ କପ୍‌ ଚକୋଲେଟ୍‌ ସସ୍‌, ୫୦ ଗ୍ରାମ୍‌ ପିସ୍ତା, ଗୁଜୁରାତି ଗୁଣ୍ଡ, ଅଧ କପ୍‌ ଗୁଡ଼, ୨ ଚାମଚ ଘିଅ, ଆବଶ୍ୟକ ଅନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳି
ଧିମା ଆଞ୍ଚରେ କଡ଼େଇ ବସାଇ ଏଥିରେ କୋରା ନଡ଼ିଆ, କ୍ଷୀର ଓ ଗୁଡ଼ ପକାନ୍ତୁ। ଏହାକୁ କିଛି ସମୟ ଲଗାତର ଗୋଳାନ୍ତୁ। ଏବେ ଏଥିରେ କଟା ଡ୍ରାଏଫ୍ରୁଟ୍‌ ଓ ଗୁଜୁରାତି ଗୁଣ୍ଡ ପକାନ୍ତୁ। କିଛି ସମୟ ଫୁଟାଇବା ପରେ ଥଣ୍ଡା ହେବାକୁ ଅଲଗା ରଖିଦିଅନ୍ତୁ। ଅନ୍ୟ ଏକ ପ୍ୟାନ୍‌ରେ ମଧ୍ୟମ ଆଞ୍ଚରେ ପାଣି ଗରମ କରନ୍ତୁ। ଏଥିରେ ଚାଉଳ ଗୁଣ୍ଡ, ଘିଅ ଓ ଲୁଣ ପକାନ୍ତୁ। ଏହି ମିଶ୍ରଣ ସିଝିଗଲା ପରେ ପ୍ଲେଟ୍‌କୁ ବାହାର କରି ନରମ ଭାବେ ଅଟା ଭଳି ଚକଟନ୍ତୁ। ଏବେ ଏହାକୁ ଛୋଟେ ଛୋଟ ଗୁଳା କରି ନଡ଼ିଆ ପୂର ଦିଅନ୍ତୁ। ଏହାକୁ ମୋଦକ ଆକାରରେ ତିଆରି କରନ୍ତୁ। ପାଖାପାଖି ୨୦ ମିନିଟ୍‌ ଯାଏ ଷ୍ଟିମରରେ ଏହାକୁ ଷ୍ଟିମ୍‌ କରନ୍ତୁ। ଏହା ଷ୍ଟିମ୍‌ ହୋଇଗଲା ପରେ ମୋଦକକୁ ଚକୋଲେଟ୍‌ ସସ୍‌ରେ ଡିପ୍‌ ଫ୍ରାଏ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଷ୍ଟିମ୍‌ଡ ମୋଦକ। ପିଲାଙ୍କୁ ଖୁଆନ୍ତୁ ଓ ନିଜେ ମଧ୍ୟ ଖାଆନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ