ସୋନାକ୍ଷୀଙ୍କଠାରୁ ନିଅନ୍ତୁ ଖୁସି ରହିବାର ଟିପ୍ସ


ବ୍ୟସ୍ତବହୁଳ ଜୀବନରେ ଖୁସି ଓ ଚିନ୍ତା ମୁକ୍ତ ରହିବା ଏବେ କାଠିକର ପାଠ। କିନ୍ତୁ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ସବୁବେଳେ ଖୁସି ଓ ଏନର୍ଜେଟିକ୍‌ ଲାଗିଥାନ୍ତି। ତାଙ୍କୁ ଦେଖି ଅନୁଭବ ହୋଇ ନ ଥାଏ ଯେ ତାଙ୍କ ଜୀବନରେ କୌଣସି ଚିନ୍ତା ରହିଛି। କିଛି ଦିନ ତଳେ ଦେଇଥିବା ଏକ ସାକ୍ଷାତକାରରେ ସୋନାକ୍ଷୀ ତାଙ୍କ ଖୁସି ରହିବାର କେତେକ ଟିପ୍ସ ଦେଇଥିଲେ। ଛୋଟ ଛୋଟ ଜିନିଷରେ ଖୁସି ଖୋଜିବାକୁ ଚେଷ୍ଟା କରିବା ଉଚିତ ବୋଲି ସୋନାକ୍ଷୀ କହିଛନ୍ତି। ସମସ୍ୟା ଓ ଚିନ୍ତା ସବୁବେଳେ ମଣିଷ ଜନେରେ ରହିଛି, କିନ୍ତୁ ଏହାକୁ ଆପଣ କିଭଳି ଭାବେ ହ୍ୟାଣ୍ଡଲ କରିବେ ଏହା ଆପଣଙ୍କ ଉପରେ ନିର୍ଭର କରେ ବୋଲି ସୋନାକ୍ଷୀ କହିଛନ୍ତି।

କଠିନ ସମୟରେ ବି ଏନ୍‌ଜୟ କରନ୍ତୁ
ସୋନାକ୍ଷୀଙ୍କ କହିବାନୁସାରେ କଠିନ ସମୟରେ ମଧ୍ୟ ନିଜ ଚେହେରାରେ ହସକୁ କେବେ ବି ହଜାଇବା ଉଚିତ ନୁହେଁ। କୌଣସି ସମସ୍ୟା ଆସିଲେ ସବୁବେଳେ ଥଣ୍ଡା ମସ୍ତିଷ୍କରେ ଓ ଶାନ୍ତ ମନରେ ଚିନ୍ତା କରିବା ଉଚିତ। ରାଗିଲେ କିମ୍ବା ଅସ୍ତବ୍ୟସ୍ତ ହେଲେ କୌଣସି ସମସ୍ୟାର ସମାଧାନ ମିଳିବ ନାହିଁ ବୋଲି ସୋନାକ୍ଷୀ କହିଛନ୍ତି।

ଛୋଟ ଛୋଟ ଜିନଷରେ ଖୁସି ଖୋଜନ୍ତୁ
ସୋନାକ୍ଷୀଙ୍କ କହିବାନୁସାରେ ଆମେ ବଡ଼ ବଡ଼ ଖୁସି ବହୁତ ସହଜରେ ଖୋଜି ପାଇଯାଇଥାଉ। କିନ୍ତୁ ପ୍ରତ୍ୟେକ ଦିନ ମିଳୁଥିବା ଛୋଟ ଛୋଟ ଖୁସି ଖୋଜିବାକୁ ପଡ଼ିଥାଏ। ସୋନାକ୍ଷୀ କହିଛନ୍ତି ଯେ ଯେତେବେଳେ ଆପଣଙ୍କୁ ଉଦାସ ଅନୁଭବ ହୁଏ ତେବେ ନିଜ ପସନ୍ଦର କିଛି କାମ କରନ୍ତୁ। ଉଦାହରଣ ସ୍ବରୁପ ଯଦି ତାଙ୍କ ମନ ଭଲ ଲାଗେ ନାହିଁ, ତେବେ ସେ ପେଣ୍ଟିଂ କରିଥାନ୍ତି। ଏପରି କରିବା ଦ୍ବାରା ତାଙ୍କ ମନ ହାଲୁକା ଲାଗେ। ଆପଣ ମଧ୍ୟ ଠିକ୍‌ ସେହିପରି କିଛି କରିପାରିବେ। ଏପରିକି କୌଣସି ଅଜଣା ବ୍ୟକ୍ତିଙ୍କ ସହ ହସି କଥା ହେଲେ ମଧ୍ୟ ଆପଣଙ୍କୁ ଖୁସି ମିଳିପାରିବ ବୋଲି ସୋନାକ୍ଷୀ କହିଛନ୍ତି।

ସମସ୍ୟାଠାରୁ ଦୂରେଇ ରହିବା ପରିବର୍ତ୍ତେ ଏହାର ସାମ୍ନା କରନ୍ତୁ
ସୋନାକ୍ଷୀ କହିଛନ୍ତି ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜୀବନରେ ସକାରାତ୍କମ ଚିନ୍ତାଧାରା ରଖିବା ଉଚିତ। କିନ୍ତୁ ଅନେକ ସମୟରେ ଏଭଳି ପରିସ୍ଥିତି ଆସେ, ନ ଚାହିଲେ ବି ନକାରାତ୍କମ ଚିନ୍ତାଧାରା ମନକୁ ଆସିଯାଏ। ଏପରିସ୍ଥଳେ ସମସ୍ୟାକୁ ପିଠି ଦେଖାଇ ପଳାଇଯିବା ବଦଳରେ ଏହାକୁ ସାମ୍ନା କରନ୍ତୁ। ସୋନାକ୍ଷୀ କହିଛନ୍ତି ଯେ ଯେତେବେଳେ ସେ ଅଭିନୟ କରୁ ନ ଥିଲେ, ସଲମାନ ଖାନ ତାଙ୍କୁ ଦେଖି ଓଜନ କମାଇବା ଲାଗି କହିଥିଲେ। କିନ୍ତୁ ସେ କେବେ ବି ଓଜନ ହ୍ରାସ କରିପାରିବେ ବୋଲି ଭାବି ନ ଥିଲେ। କିନ୍ତୁ ସେ ବହୁତ ପରିଶ୍ରମ କରିଥିଲେ ଓ ଓଜନ ନିୟନ୍ତ୍ରଣ କରିଥିଲେ ବୋଲି ସୋନାକ୍ଷୀ କହିଛନ୍ତି। ଏହିଭଳି ଭାବେ ସମସ୍ୟାକୁ ସାମ୍ନା କରିବା ପାଇଁ ସୋନାକ୍ଷୀ କହିଛନ୍ତି।

ପରିବାର ସହିତ ସମୟ ବିତାନ୍ତୁ
ସୋନାକ୍ଷୀଙ୍କ କହିବାନୁସାରେ ମଣିଷର ସବୁଠାରୁ ବଡ଼ ସପୋର୍ଟ ସିଷ୍ଟମ ହେଉଛି ତାଙ୍କ ପରିବାର। ଆପଣଙ୍କ ପରିବାର ଆପଣଙ୍କ ପାଇଁ କେବେ ବି ଖରାପ ଚିନ୍ତା କରି ପାରିବେ ନାହିଁ। ଆପଣ ଯେତେ ବଡ଼ ଭୁଲ୍‌ କରନ୍ତୁ ନା କାହିଁକି ଆପଣଙ୍କ ପରିବାର ସବୁବେଳେ ଆପଣଙ୍କ ସାଥ୍‌ ଦେବେ। ତେଣୁ ଯଥାସମ୍ଭବ ନିଜ ପରିବାର ସହିତ ସମୟ ବିତାଇବା ଉଚିତ ବୋଲି ସୋନାକ୍ଷୀ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ