ଜାଣନ୍ତୁ ସ୍ବାସ୍ଥ୍ୟ ପାଇଁ ଉତ୍ତମ କେଉଁ ଖାଇବା ତେଲ


ବଜାରରେ ବିଭିନ୍ନ ପ୍ରକାରର ଖାଇବା ତେଲ ବା କୁକିଂ ଅଏଲ ଉପଲବ୍ଧ ରହିଛି। ଏଥିମଧ୍ୟରୁ ବ୍ୟକ୍ତି ନିଜ ପସନ୍ଦ ଅନୁଯାୟୀ ତେଲ କିଣି ବ୍ୟବହାର କରୁଛନ୍ତି। ଆଜିକାଲି ଲୋକେ ସ୍ବାସ୍ଥ୍ୟ ପାଇଁ ଉତ୍ତମ ଖାଇବା ତେଲ ଚେକ୍‌ କରି କିଣୁଥିବା ଦେଖିବାକୁ ମିଳୁଛି। ଚାଲନ୍ତୁ ଜାଣିବା ସ୍ବାସ୍ଥ୍ୟ ପାଇଁ ଉତ୍ତମ କେତେକ ଖାଇବା ତେଲ ସମ୍ପର୍କରେ।

ସୋରିଷ ତେଲ
ସୋରିଷ ତେଲର ବ୍ୟବହାର ସ୍ବାସ୍ଥ୍ୟ ପାଇଁ ଉତ୍ତମ ବୋଲି କୁହାଯାଏ। ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ପ୍ରର୍ପଟିଜ୍‌ ଓ ଅନ୍ୟ ଗୁଣ ହଜମ ଓ ସର୍କୁଲେସନ୍‌ରେ ସାହାଯ୍ୟ କରିଥାଏ। ଏହା ସ୍ବାସ୍ଥ୍ୟ ସହିତ ତ୍ବଚାକୁ ମଧ୍ୟ ଚମକ ଦେଇଥାଏ।

ସୂର୍ଯ୍ୟମୁଖୀ ତେଲ

ସୂର୍ଯ୍ୟମୁଖୀ ତେଲରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ଇ’ ରହିଛି। ଏଥିରେ ଅନେକ ପ୍ରକାରର ପୋଷକତତ୍ତ୍ବ ମଧ୍ୟ ରହିଛି। ଏହାର ପଲିଅନ୍‌ସ୍ୟାଚୁରେଟେଡ୍‌ କ୍ବାଲିଟି କୋଲେଷ୍ଟ୍ରଲ କମ୍‌ କରିବାରେ ସାହାଯ୍ୟ କରିବା ସହିତ ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।

ଅଲିଭ୍‌ ଅଏଲ
ଅଲିଭ୍‌ ଅଏଲ୍‌ ସ୍ବାସ୍ଥ୍ୟ ପାଇଁ ଉତ୍ତମ ହୋଇଥିବା କାରଣରୁ ଏବେ ଅଧିକାଂଶ ଭାରତୀୟ ଏହି ତେଲ ସେବନ କରିବାକୁ ପସନ୍ଦ କରୁଛନ୍ତି। କୁହାଯାଏ ଅଲିଭ୍‌ ଅଏଲ୍‌ ହୃଦ୍‌ଜନିତ ରୋଗ ସହିତ ଲଢ଼ିବାରେ ସାହାଯ୍ୟ କରେ। ଏଥିସହିତ ଏହା ଅଲ୍‌ଝାଇମର ରୋଗୀଙ୍କ ପାଇଁ ମଧ୍ୟ ଉତ୍ତମ। ଅଲିଭ୍‌ ଅଏଲ୍‌ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ।

ଚିନାବାଦାମ ତେଲ

ଚିନାବାଦାମ ତେଲରେ ମନୋଅନ୍‌ସ୍ୟାଚୁରେଟେଡ୍‌ ଓ ପଲିଅନ୍‌ସ୍ୟାଚୁରେଟେଡ୍‌ ଫ୍ୟାଟସ୍‌ ପ୍ରଚୁର ମାତ୍ରାରେ ରହିଛି। ଏହା ଶରୀରରେ ଲୋ-ଡେନ୍‌ସିଟି ଲିପୋପ୍ରୋଟିନ୍‌ କୋଲେଷ୍ଟ୍ରଲକୁ କମ୍‌ କରିବାରେ ସାହାଯ୍ୟ କରେ। ଏଥିରେ ଥିବା ଭିଟାମିନ୍‌ ଇ ଓ ଆଣ୍ଟିଅକ୍ସିଡାଣ୍ଟ ପ୍ରର୍ପଟିଜ୍‌ ଟକ୍ସିନ୍‌ ରିମୁଭ କରିବାରେ ସାହାଯ୍ୟ କରିବା ସହିତ ଚର୍ମକୁ ମଧ୍ୟ ସୁସ୍ଥ ରଖିଥାଏ।

ସୋୟାବିନ୍‌ ତେଲ

ସୋୟାବିନ୍‌ରେ ଅଧିକ ମାତ୍ରାରେ ମନୋ ଓ ପଲି ଅନ୍‌ସ୍ୟାଚୁରେଟେଡ୍‌ ଫ୍ୟାଟ୍‌ସ ରହିଛି। ଏଥିସହିତ ଏଥିରେ ଓମେଗା ୩ ଅନ୍‌ସ୍ୟାଚୁରେଟେଡ୍‌ ଫ୍ୟାଟ୍‌ସ ମଧ୍ୟ ରହିଛି। ଏହାର ଏହି ଗୁଣ ହୃତ୍‌ପିଣ୍ଡ ପାଇଁ ବେଷ୍ଟ ହୋଇଥାଏ। ଏକ ଗବେଷଣାରୁ ଜଣାପଡ଼ିଛି ଯେ ଏହି ତେଲ ହୃଦ୍‌ଜନିତ ରୋଗ ଦୂରେଇ ରଖିବାରେ ସାହାଯ୍ୟ କରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ