ପେଟ ଯନ୍ତ୍ରଣା ହୋଇପାରେ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନାଲ୍‌ କ୍ୟାନ୍‌ସରର ଲକ୍ଷଣ


ସାଧାରଣତଃ କାହାରି ପେଟରେ ଯନ୍ତ୍ରଣା ହେଲେ ଔଷଧ ଷ୍ଟୋରରୁ ଔଷଧ ଆଣି ସେବନ କରିଥାନ୍ତି କିମ୍ବା ଘରୋଇ ଟୋଟ୍‌କା ଅନୁସରଣ କରି ଏଥିରୁ ମୁକ୍ତି ପାଇବା ଲାଗି ଚେଷ୍ଟା କରନ୍ତି। କିନ୍ତୁ ଏହି ପେଟ ଯନ୍ତ୍ରଣାକୁ ଅଣଦେଖା କରିବା ଆପଣଙ୍କ ଉପରେ ଭାରୀ ପଡ଼ିପାରେ। ଏହା କୌଣସି ଗୁରୁତର ରୋଗର ଲକ୍ଷଣ ମଧ୍ୟ ହୋଇପାରେ। ତେଣୁ କେବେ ବି ବଦହଜମି ଓ ପେଟ ଯନ୍ତ୍ରଣାକୁ ଅଣଦେଖା କରନ୍ତୁ ନାହିଁ। ଯଦି ଆପଣଙ୍କର ବାରମ୍ବାର ପେଟ ଯନ୍ତ୍ରଣା ହେଉଛି, ତେବେ ଡାକ୍ତରଙ୍କ ପରାମର୍ଶ ନିହାତି ଭାବେ ନିଅନ୍ତୁ। କାରଣ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନାଲ କ୍ୟାନ୍‌ସର (ଅନ୍ତନଳୀ କିମ୍ବା ପେଟରେ କ୍ୟାନ୍‌ସର) ହେଲେ ମଧ୍ୟ ପେଟ ଯନ୍ତ୍ରଣା ହୋଇଥାଏ। ଏହି କ୍ୟାନ୍‌ସର ଭାରତରେ ଚତୁର୍ଥ ସବୁଠାରୁ ଅଧିକ ହେଉଥିବା କ୍ୟାନ୍‌ସର ଅଟେ। ଗତବର୍ଷ ଏହି ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନାଲ କ୍ୟାନ୍‌ସରରେ ୫୭,୩୯୪ ଲୋକ ପୀଡ଼ିତ ହୋଇଥିଲେ।

ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନାଲ କ୍ୟାନ୍‌ସର କ’ଣ
ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନାଲ କ୍ୟାନ୍‌ସର ଧିରେ ଧିରେ ବଢ଼ିଥାଏ ଓ ଶରୀରର ଇଣ୍ଟରନାଲ ଅର୍ଗାନ୍‌କୁ କ୍ଷତି ପହଞ୍ଚାଇବା ଆରମ୍ଭ କରେ। ଏହି କ୍ୟାନ୍‌ସର ଶରୀର ଭିତରେ ଅନ୍ତନଳୀ, କିଡ୍‌ନୀ, ପିତ୍ତକୋଷ, ପ୍ୟାନ୍‌କ୍ରିୟାଜ୍‌ ଓ ପାଚନ ଗ୍ରନ୍ଥିକୁ ପ୍ରଭାବିତ କରିବାରେ ଲାଗେ ଓ ଏହାକୁ ନିଷ୍କ୍ରିୟ କରିଦିଏ। ତେଣୁ ପେଟ ଯନ୍ତ୍ରଣାକୁ କେବେ ବି ହାଲୁକା ଭାବେ ଗ୍ରହଣ କରନ୍ତୁନି। ବାରମ୍ବାର ପେଟ ଯନ୍ତ୍ରଣା ହେଲେ ଡାକ୍ତରଙ୍କ ପରାମର୍ଶ ନିହାତି ଭାବେ ନିଅନ୍ତୁ।

ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନାଲ କ୍ୟାନ୍‌ସର ଏପରି ରକ୍ଷା ପାଆନ୍ତୁ
ବିଶେଷଜ୍ଞଙ୍କ ଅନୁସାରେ କୌଣସି ପ୍ରକାରର କ୍ୟାନ୍‌ସରରୁ ରକ୍ଷା ପାଇବା ଲାଗି ସବୁଠାରୁ ଉତ୍ତମ ଉପାୟ ହେଉଛି ନିଜ ଡାଏଟ୍‌ରେ ସୁଧାର ଓ ଡାଏଟ୍‌ରେ ଆବଶ୍ୟକୀୟ ପରିବର୍ତ୍ତନ କରିବା ଉଚିତ। ଏଥିସହିତ ଓଜନ ବୃଦ୍ଧି ଉପରେ ମଧ୍ୟ ନିୟନ୍ତ୍ରଣ କରିବା ଉଚିତ। ଯଦି ଗଲ୍‌ବ୍ଲାଡର ଷ୍ଟୋନ୍‌ କିମ୍ବା ଅନ୍ୟ କୌଣସି ସମସ୍ୟା ରହିଛି, ତେବେ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

କୋଲୋନୋସ୍କୋପି କରିବା ଉଚିତ
କୋଲୋନୋସ୍କୋପି ସହାୟତାରେ କ୍ୟାନ୍‌ସର ଚିହ୍ନଟ ଓ ଏହାର ସେଲ୍‌ସକୁ ପରୀକ୍ଷା କରିବାରେ ସାହାଯ୍ୟ ମିଳିଥାଏ। ଏହାଦ୍ବାରା ପିତ୍ତକୋଷ କ୍ୟାନ୍‌ସର ଶୀଘ୍ର ଚିହ୍ନଟ କରାଯାଇପାରିବ। ରୁଟିନ୍‌ ଚେକ୍‌ଅପ୍‌ ଓ ଡାକ୍ତରଙ୍କ ପରାମର୍ଶରେ ମଧ୍ୟ କାନ୍‌ସର ଚିହ୍ନଟ କରାଯାଇପାରିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ