ମଥୁରା ପରେ ଏବେ ‘ଡ୍ରିମ୍‌ଗାର୍ଲ’ର ଦୀୱାନା ହେଲେ ସିନେପ୍ରେମୀ


ବଲିଉଡ୍‌ର ୟଙ୍ଗ ଜେନେରେସନ୍‌ର ସବୁଠାରୁ ନିଖୁଣ ଅଭିନେତାଙ୍କ ମଧ୍ୟରେ ଅନ୍ୟତମ ଆୟୁଷ୍ମାନ ଖୁରାନାଙ୍କ ପ୍ରଶଂସକଙ୍କ ପାଇଁ ପୁଣି ଏକ ଧମାକାଦାର ସିନେମା ହାଜର ହେବାକୁ ଯାଉଛି। ଆୟୁଷ୍ମାନ ଖୁରାନାଙ୍କ ଆଗାମୀ ଫିଲ୍ମ ‘ଡ୍ରିମ୍‌ଗାର୍ଲ’ର ଟ୍ରେଲର ସୋମବାର ରିଲିଜ୍‌ ହୋଇଛି। ଫିଲ୍ମର ଟ୍ରେଲର ଦେଖି ଆପଣ ହସି ହସି ଗଡ଼ିଯିବେ। ଏହି ସିନେମାରେ ଆୟୁଷ୍ମାନଙ୍କ ଅଭିନୟ ଦେଖି ଆପଣ ତାଙ୍କ ଅଭିନୟର ପୁଣିଥରେ ଦୀୱାନା ପାଲଟିଯିବେ। ବାସ୍ତବରେ ଆୟୁଷ୍ମାନ ଯେତେବେଳେ ବି ବଡ଼ ପରଦାକୁ ଆସନ୍ତି, ସେତେବେଳେ କମାଲ କରିଦିଅନ୍ତି। ଦୁଇ ମିନିଟ୍‌ର ଏହି ଟ୍ରେଲର ଦେଖି ଆପଣ ସାରା ଦିନ ହସିବାରେ ଲାଗିବେ। ଏହି ଟ୍ରେଲର ଦେଖି ଆପଣ ଏହାକୁ ବାରମ୍ବାର ଦେଖିବାକୁ ଇଚ୍ଛା କରିବେ। ସୁନ୍ଦର ଡାଏଲଗ ଏବଂ ପରଫେକ୍ଟ କମିକ୍‌ ଟାଇମିଂ ଆପଣଙ୍କୁ ହସାଇ ହସାଇ ପେଟ ଦରଜ କରାଇଦେବ।

‘ଡ୍ରିମ୍‌ଗାର୍ଲ’ର ଟ୍ରେଲରକୁ ଫିଲ୍ମର ପୂରା ଟିମ୍‌ ନିଜ ସୋସାଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି। ଫିଲ୍ମରେ ଆୟୁଷ୍ମାନ ଖୁରାନା ଓ ନୁସରତ ଭରୁଚାଙ୍କ ସହ ଅନୁ କପୁର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି। ୭ ବର୍ଷ ପରେ ପୁଣିଥରେ ଅନୁ କପୁର ଓ ଆୟୁଷ୍ମାନ ଖୁରାନା ଦର୍ଶକଙ୍କୁ ହସାଇବା ଲାଗି ପ୍ରସ୍ତୁତ ହୋଇସାରିଛନ୍ତି।

ଫିଲ୍ମ ଟ୍ରେଲର ଦେଖି ଜଣାପଡ଼ୁଛି ଏହାର କାହାଣୀ ମଥୁରା ସହରର ପୃଷ୍ଠଭୂମିରେ ପ୍ରସ୍ତୁତ ହୋଇଛି। ଯେଉଁଠି ଜଣେ ପୁଅ କଳାକାର, ଯିଏକି ରାମାୟଣ ଓ ମହାଭାରତ ଭଳି କାର୍ଯ୍ୟକ୍ରମରେ ମହିଳା ଚରିତ୍ରରେ ଅଭିନୟ କରୁଛନ୍ତି। କେତେବେଳେ ସେ ରାଧା ଚରିତ୍ରରେ ଅଭିନୟ କରନ୍ତି ତ ଆଉ କେତେବେଳେ ସେ ସୀତା ଭୂମିକାରେ ଅଭିନୟ କରନ୍ତି। ଏହି କାମ କାରଣରୁ ତାଙ୍କୁ ଏକ କଲ୍‌ ସେଣ୍ଟରରେ ଝିଅ ସ୍ବରରେ କଥା ହେବା ଲାଗି ଚାକିରି ମିଳିଯାଏ। ଏହାପରେ ଆରମ୍ଭ ହୁଏ ଅସଲ ମଜା। ତାଙ୍କ ଝିଅ ସ୍ବର ଶୁଣି ପୂରା ସହର ଦୀୱାନା ପାଲଟିଯାଉଥିବା ଟ୍ରେଲରରେ ଦେଖିବାକୁ ମିଳୁଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।